ETV Bharat / politics

କଂଗ୍ରେସକୁ ଆକ୍ଟିଭ କରୁଛନ୍ତି ନୂଆ ପ୍ରଭାରୀ ! ରାଜନୀତି ସମୀକ୍ଷକ କହିଲେ ଦଳର ସମୟ ବଦଳୁଛି - Odisha Congress

Dr Ajay Kumar mobilizing Congress: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କଂଗ୍ରେସକୁ ତୃଣମୂଳସ୍ତରରୁ ପୁନଃଉଦ୍ଧାର କରୁଛନ୍ତି ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଉତ୍ସାହିତ ଦଳୀୟ ନେତା ଓ କର୍ମୀ । ରାଜନୀତି ସମୀକ୍ଷକ କହିଲେ ଦଳର ସମୟ ବଦଳୁଛି । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଆକ୍ଟିଭ କରୁଛନ୍ତି ନୂଆ ପ୍ରଭାରୀ !
କଂଗ୍ରେସକୁ ଆକ୍ଟିଭ କରୁଛନ୍ତି ନୂଆ ପ୍ରଭାରୀ !
author img

By ETV Bharat Odisha Team

Published : Jan 22, 2024, 7:41 PM IST

କଂଗ୍ରେସକୁ ଆକ୍ଟିଭ କରୁଛନ୍ତି ନୂଆ ପ୍ରଭାରୀ !

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ଭୋଟରଙ୍କୁ ନିଜ ସପକ୍ଷରେ ମନାଇବା ପାଇଁ ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାରି ଭିତରେ ଦୀର୍ଘ 24 ବର୍ଷ ଧରି କ୍ଷମତାରୁ ଦୂରେଇ ଥିବା ରାଜ୍ୟ କଂଗେସ ପୁଣି ସକ୍ରିୟ ହୋଇଛି । ପିସିସି ପ୍ରଭାରୀ ପରିବର୍ତ୍ତନ କରିବା ସହିତ ନୂଆ ଷ୍ଟ୍ରାଟେଜି ଆପଣାଇଛି ଦଳ । ତେବେ ଦଳର ପ୍ରଭାରୀ ପରିବର୍ତ୍ତନ ରାଜ୍ୟ କଂଗେସ ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେବ ବୋଲି ଆଶା ରଖିଛନ୍ତି ଦଳର ବରିଷ୍ଠ ନେତା, ଯାହାକୁ ନେଇ ଓଡିଶା କଂଗ୍ରେସରେ ଏବେ ନୂଆ ଆଶା ସଞ୍ଚାର ହୋଇଛି ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, "ନୂଆ ପ୍ରଭାରୀ ଆସିବା ପରେ ମୁଁ ନିଜେ ଅଧିକ ଆକ୍ଟିଭ ହେବାପରି ଅନୁଭବ କରୁଛି । ବର୍ତ୍ତମାନ ନୂଆ ପ୍ରଭାରୀଙ୍କ ପ୍ରତି ବିଶ୍ଵାସ ଆସିଛି । ସେ କାହା ଦ୍ବାରା ପ୍ରଭାବିତ ନୁହଁନ୍ତି, ସେଥିପାଇଁ ଆମେ ଉତ୍ସାହିତ । ଡଃ ଅଜୟ କୁମାରଙ୍କ କାର୍ଯ୍ୟଶୈଳୀ ମୋ ମନକୁ ପାଇଛି, ସେ ଲଢେଇ ମନୋବୃତ୍ତିରୁ ଆସିଛନ୍ତି । ସେ ଜଣେ ଦକ୍ଷ ରାଜନୈତିକ । ସେ ସଂଗଠନକୁ ଗୁରୁତ୍ବ ଦେଇଛନ୍ତି । ସେ ଆସିବା ପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସଜାଡୁଛନ୍ତି । ବିଭିନ୍ନ ଜିଲ୍ଲା ଗସ୍ତ କରି ସେ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରୁଛନ୍ତି । ତେଣୁ ତାଙ୍କ ପାଇଁ ଓଡିଶା କଂଗ୍ରେସ ଏଥର ନିର୍ବାଚନରେ ଭଲ କରିବ ।"

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ମୋତେ ଲାଗୁଛି କଂଗ୍ରେସର ଭାଗ୍ୟ ଏଥର ବଦଳିବ । ଡଃ ଅଜୟ କୁମାର ଆସିବା ପରେ କଂଗ୍ରେସ ଏବେ ଏକାଠି ହୋଇଛି । ସଂଗଠନକୁ ଅଧିକ ସକ୍ରିୟ କରିବାକୁ ସେ ଘରକୁ ଘର ଯାଇ ଲୋକଙ୍କ ସହ ଭେଟିବାକୁ ଆହ୍ବାନ ଦେଇଛନ୍ତି । ଲୋକଙ୍କ ପାଖକୁ ଯିବାକୁ ସେ ସମସ୍ତଙ୍କୁ କହୁଛନ୍ତି । ସବୁ ବର୍ଗର ଜନସାଧାରଣ ଏବେ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କଲେଣି ।" ସେହିଭଳି ପିସିସି ଇସ୍ତାହାର କମିଟି ମୁଖ୍ୟ ପଞ୍ଚାନନ କାନୁନଗୋ କହିଛନ୍ତି, "ନୂଆ ପ୍ରଭାରୀ ଆସିବା ପରେ ନିଶ୍ଚିତ କଂଗ୍ରେସର ଭାଗ୍ୟ ବଦଳିବ । ମୁଁ ଭାବୁଛି ଏ ପ୍ରଭାରୀଙ୍କ ସମୟରେ ଏଥର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଘଟିବ । ନୂଆ ପ୍ରଭାରୀ ଅଧିକ ସମୟ ଦେବାକୁ ଆଗ୍ରହୀ । ଲୋକଙ୍କ ଭିତରେ ଏବେ ବଡ଼ ଚର୍ଚ୍ଚା ହେଉଛି ବିଜେଡି ଏବଂ ବିଜେପି ଏକ । ଭାରତବର୍ଷରେ ନିଜ ଅସଫଳତାକୁ ଲୁଚାଉଛନ୍ତି । ଗାଁ ଗହଳିରେ ଆଲୋଚନା ହେଲାଣି । ତେଣୁ ମୋତେ ଲାଗୁଛି ଏହି ପ୍ରଭାରୀଙ୍କ ସମୟରେ ଓଡ଼ିଶାରେ ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ, କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କଲା କଂଗ୍ରେସ

ସେପଟେ ବରିଷ୍ଠ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ନୂଆ ପ୍ରଭାରୀ ଡଃ ଅଜୟ କୁମାର ଦାୟିତ୍ବ ନେବା ପରେ କିଛି ପୁରୁଣା ନେତା ଏବଂ ନୂଆ ଚେହେରାଙ୍କୁ ଦଳକୁ ଆଣିବାରେ ସଫଳ ହେଉଛନ୍ତି । ଏବେ ଦଳର ସମୟ ବଦଳୁଛି । କଂଗ୍ରେସ ସହ ନେତା, ପ୍ରଶାସକ ଯୋଡି ହେଉଛନ୍ତି । ଏହାଦ୍ବାରା ନିର୍ବାଚନ ପୂର୍ବରୁ ଏକ ବଡ଼ ବାର୍ତ୍ତା ଯାଉଛି କଂଗ୍ରେସ ସପକ୍ଷରେ । କଂଗ୍ରେସ ନିର୍ବାଚନ ପୂର୍ବରୁ ଗତି ଲାଭ କରିଛି ଯାହା ଶାସକ ବିଜେଡି ଏବଂ ବିଜେପିରେ ଦେଖିବାକୁ ମିଳୁନାହିଁ । କଂଗ୍ରେସ ଓଡ଼ିଶାରେ ସବୁଠୁ ତଳ ସ୍ତରକୁ ଯାଇଛି । ଏବେ କଂଗ୍ରେସର ପୁନରୁଦ୍ଧାର ହେଉଛି ।"

2019ରେ ବିଜେପୁର ଉପନିର୍ବାଚନ ଠାରୁ 2023ରେ ଝାରସୁଗୁଡା ଉପନିର୍ବାଚନ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦଳ ଶୋଚନୀୟ ପରାଜୟ ବରଣ କରିଛି । କେବଳ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନକୁ ଯାଇଥିଲା । ସେତେବେଳେ ପିସିସି ସଭାପତି ଭାବେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ନେଇଥିଲେ ଶରତ ପଟ୍ଟନାୟକ । ଏଥର ମିଶନ 9ରୁ 90 ଡାକରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇ ଲୋକଙ୍କ ଆସ୍ଥା ଭାଜନ ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ ।

ଏହା ମଧ୍ଯ ପଢ଼ନ୍ତୁ...'ଦେଶ ପାଇଁ ଦାନ' ଅଭିଯାନ ଜୋରଦାର କରିବ କଂଗ୍ରେସ, ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷ

ଆସନ୍ତା 29 ତାରିଖରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଖଡ୍‌ଗେ ଭୁବନେଶ୍ବରରେ ଦଳୀୟ କର୍ମୀ, ନେତା, କାର୍ଯ୍ୟାଳୟ ପ୍ରତିନିଧି ମାନଙ୍କୁ ମନ୍ତ୍ର ଦେବେ, ନିର୍ବାଚନ ପାଇଁ ଆଲୋଚନା କରିବେ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ବିଷୟରେ ସମୀକ୍ଷା କରିବେ । ନିର୍ବାଚନକୁ ଲକ୍ଷରେ ରଖି ସଂଗଠନକୁ ସୁଦୃଢ଼ କରାଯିବ । ଏହି କ୍ରମରେ ପ୍ରଭାରୀ ପରିବର୍ତ୍ତନ ହୋଇଛି । ତେବେ ଦଳର ନୂଆ ପ୍ରଭାରୀ ରାଜ୍ୟ କଂଗ୍ରେସକୁ କେତେ ଫାଇଦା ମିଳିବ ତାହା ଜନାଦେଶ ପରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.