ETV Bharat / politics

ଖାଲି ଅଭିଯୋଗ ଶୁଣାଣି ନୁହେଁ, ଏହାର ସମାଧାନ ମଧ୍ୟ ହେଉ: ରାଜନୀତି ସମୀକ୍ଷକ - CM Mohan Majhi Public Grievance

author img

By ETV Bharat Odisha Team

Published : Jul 1, 2024, 10:25 PM IST

CM Mohan Majhi Public Grievance: ଦୀର୍ଘ ୧୬ ବର୍ଷ ପରେ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଗଣତନ୍ତ୍ରରେ ଏହା ଏକ ଭଲ ଲକ୍ଷଣ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । ହେଲେ କେବଳ ଅଭିଯୋଗ ଶୁଣାଣି ନୁହେଁ, ସମାଧାନ ବି ଜରୁରୀ । ଅଧିକ ପଢ଼ନ୍ତୁ

CM Mohan Majhi Public Grievance
CM Mohan Majhi Public Grievance (ETV Bharat Odisha)

ଭୁବନେଶ୍ବର: ଖୋଲିଲା ଜନତା ଦରବାର, ସମସ୍ୟାର ସମାଧାନ କଲେ ମୁଖ୍ୟମନ୍ତ୍ରୀ । ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ପ୍ରାୟ ୧୬ ବର୍ଷ ପରେ ଖୋଲିଛି ଏହି ଜନତା ଦରବାର । ରାଜ୍ୟର ମୁଖିଆ ବସି ସାଧାରଣ ମଣିଷର ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ଭୁବନେଶ୍ବର ୟୁନିଟ ୫ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀ ଅନେକ ଲୋକଙ୍କ ସମସ୍ୟା ସେହିଠାରେ ହିଁ ସମାଧାନ କରିଛନ୍ତି । ତେବେ ଗଣତନ୍ତ୍ରରେ ଏହା ଏକ ଭଲ ଲକ୍ଷଣ । ଏହାକୁ ସ୍ବାଗତ କରିଛନ୍ତି ରାଜନୀତି ସମୀକ୍ଷକ । ଏହି ଧାରା ଏକ ପ୍ରଗତିଶୀଳ ସରକାରର ଲକ୍ଷଣ ବୋଲି କୁହାଯାଉଛି ।

ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ପୂର୍ବ ସରକାରରେ ଅଫିସରମାନେ ଅଭିଯୋଗ ଶୁଣିଲେ, କିଛିଦିନ ପରେ ଆଉ କିଛି ହେଲା ନାହିଁ । ଜନସାଧାରଣଙ୍କୁ ଅଣଦେଖା କରିବାର ପରିଣତି ପୂର୍ବ ସରକାରକୁ ଭୋଗିବାକୁ ପଡିଲା । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ଏବଂ ଲୋକଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ କରିବା ଅତ୍ୟନ୍ତ ଉତ୍ତମ ପରମ୍ପରା । ପୂର୍ବରୁ ଜାନକୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଲୋକଙ୍କ ସହ ଭେଟୁଥିଲେ । ବିଜେଡି ସରକାରରେ ଲୋକମାନଙ୍କ ଅଭିଯୋଗ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ସାରା ରାଜ୍ୟ ବୁଲୁଥିଲେ । ହେଲେ ଏବେ ଏକ ନୂଆ ପରମ୍ପରା ହେଲା । ଲୋକମାନେ ଯେଉଁ ସରକାରକୁ ନିର୍ବାଚିତ କରିଛନ୍ତି, ତାର ସର୍ବୋଚ୍ଚ ଅଧିକାରୀଙ୍କ ପାଖରେ ପହଞ୍ଚି ପାରିବେ । ସମସ୍ୟା କହି ପାରିବେ । ସେତେବେଳେ ଲୋକେ ପ୍ରଶଂସା କରିବେ, ଯେତେବେଳେ ସମସ୍ୟାର ସମାଧାନ ହେବ । ଅଭିଯୋଗ ଶୁଣାଣିର ସୁବ୍ୟବସ୍ଥା ହେଉ । ଅଭିଯୋଗ ଶୁଣାଣି, ସମସ୍ୟାର ସମାଧାନ ହେଉ ।"

ଏହା ମଧ୍ୟ ପଢ଼ନ୍ତୁ...16ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ସିଏମ ଶୁଣିଲେ ଲୋକଙ୍କ ସମସ୍ୟା - Odisha CM public grievance cell

ସୂଚନା ଥାଉ, ଆଜିଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ଭୁବନେଶ୍ବରରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଜିଲ୍ଲାସ୍ତରରେ ମଧ୍ୟ ଆରମ୍ଭ ହୋଇଛି । ଭୁବନେଶ୍ବର ମହାନଗର ନିଗମରେ ମଧ୍ୟ ଜନଶୁଣାଣି ସୋମବାର ହେବ । ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି ସରକାର ରହିଥିଲା । ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ନୂଆ ନୂଆ ଲୋକଙ୍କ ସହ ମିଶିଲେ । ହେଲେ ପୁରୁଣା ହେବା ପରେ ଜନଶୁଣାଣି କଥା ବା ଲୋକଙ୍କ ଅଭିଯୋଗ ଶୁଣିବାକୁ ଭୁଲିଗଲେ । ନିଜର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ବୁଲି ବୁଲି ଅଭିଯୋଗ ଆଣିଲେ । ମୁଖ୍ୟମନ୍ତ୍ରୀଙ୍କୁ କାହା ସହ ଭେଟିବାକୁ ଦିଆଗଲା ନାହିଁ । ସ୍ଥିତି ଏପରି ହେଲା ଯେ, ବରିଷ୍ଠ ନେତାମାନେ ମଧ୍ୟ ନବୀନଙ୍କୁ ଭେଟି ପାରୁନଥିଲେ । ଏଭଳି ସ୍ଥିତିରେ ନୂଆ ସରକାର ପୁଣିଥରେ ଏହି ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ କରିବାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.