ETV Bharat / politics

ମେଣ୍ଟର ବାସ୍ତବ ଉଦ୍ଦେଶ୍ୟ ଲୁଚାଇଲେ ପାଣ୍ଡିଆନ: ରାଜନୀତି ସମୀକ୍ଷକ - BJD BJP Possible Alliance

BJD BJP Possible Alliance: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ଉଭୟ ଭିକେ ପାଣ୍ଡିଆନ ଓ ଅମିତ ଶାହ ଅସ୍ବୀକାର କରିନାହାନ୍ତି । ରାଜ୍ୟ ତଥା ଦେଶର ହିତ ପାଇଁ ମେଣ୍ଟ ହୋଇପାରେ ବୋଲି ଉଭୟ କହିଛନ୍ତି । ତେଣୁ ମେଣ୍ଟ ନେଇ ଦୁଇ ଦଳ ସିରିୟସ ଥିବା କହିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢ଼ନ୍ତୁ

BJD BJP Possible Alliance
BJD BJP Possible Alliance
author img

By ETV Bharat Odisha Team

Published : Mar 20, 2024, 8:36 PM IST

BJD BJP Possible Alliance

ଭୁବନେଶ୍ବର: ରାଜ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ରାଜନୀତିକୁ ସରଗରମ କରି ରଖିଛି । ଯଦି ମେଣ୍ଟ ହୁଏ, ତେବେ କାହା ସ୍ବାର୍ଥରେ ? ବିଭିନ୍ନ ଚର୍ଚ୍ଚା ଓ ଆଲୋଚନା ଭିତରେ ମେଣ୍ଟର ରୂପରେଖ କଣ ହେବ, ତାକୁ ସାରା ରାଜ୍ୟ ଅପେକ୍ଷା କରିଥିବା ବେଳେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ 'ମେଣ୍ଟ ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ହୋଇପାରେ' ବୋଲି କହିଛନ୍ତି । ବାସ୍ତବିକ ପାଣ୍ଡିଆନଙ୍କ ଏହି ମତ କ'ଣ ଇସାରା ଦେଉଛି ? ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମତରେ ପାଣ୍ଡିଆନଙ୍କ ଏହି ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଉଭୟ ଦଳ ବିଜେଡି ଏବଂ ବିଜେପି ମେଣ୍ଟ ତିଆରି ନେଇ ଗମ୍ଭୀର ଅଛନ୍ତି । ସେପଟେ କେଉଁଠି ନା କେଉଁଠି ମେଣ୍ଟ ପାଇଁ କର୍ପୋରେଟ ସ୍ବାର୍ଥ ରହିଛି ।

ଏମିତି କହିଥିଲେ ପାଣ୍ଡିଆନ ଓ ଶାହ: ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ପାଣ୍ଡିଆନ କହିଥିଲେ, "ବର୍ତ୍ତମାନର ରାଜନୈତିକ ସ୍ଥିତିରେ ବିଜେଡିର ସମର୍ଥନ ବିନା କେନ୍ଦ୍ରରେ ବିଜେପି ସରକାର ଗଢିପାରିବ । ସେହିପରି ରାଜ୍ୟରେ ମଧ୍ୟ ବିଜେପିର ବିନା ସମର୍ଥନରେ ବିଜେଡି ସରକାର ଗଠନ କରିପାରିବ । ସଂଖ୍ୟା ପାଇଁ ଉଭୟ ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଜଣ ଭଲ ବନ୍ଧୁ ଏବଂ ଷ୍ଟେଟସ୍‌ମ୍ୟାନ । ରାଜନୀତିଠୁ ଊର୍ଦ୍ଧ୍ବରେ ଏକ ବୃହତ୍ତର ସ୍ବାର୍ଥ ପାଇଁ ଏହି ମେଣ୍ଟ ହେବାକୁ ଯାଉଛି ବା ଦୁଇ ନେତା ଏକାଠି ହେବାକୁ ଯାଉଛନ୍ତି ।" ଆଜି ମଧ୍ୟ ସମାନ ମଞ୍ଚରେ ଶାହ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲେ । ସେ କହିଥିଲେ, "ମେଣ୍ଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ । ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । ଯାହା ହେଲେ ବି ଓଡ଼ିଶାରେ ବିଜେପି କିଛି ବଡ଼ କରିବାକୁ ଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ପାଣ୍ଡିଆନଙ୍କ ମେଣ୍ଟ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼: କଂଗ୍ରେସର ଦାବି 'ସ୍ପଷ୍ଟ କରନ୍ତୁ ନବୀନ', କେନ୍ଦ୍ରୀୟ ୟୁନିଟ ଉପରେ ଛାଡ଼ିଲା ବିଜେପି

'ମେଣ୍ଟ ନେଇ ଦୁଇ ଦଳ ସିରିୟସ ଅଛନ୍ତି': ଏନେଇ ରାଜନୀତି ସମୀକ୍ଷକ ଅକ୍ଷୟ ସାହୁଙ୍କ କହିବା ହେଲା, "ପାଣ୍ଡିଆନଙ୍କ ଏହି ଷ୍ଟେଟମେଣ୍ଟ ଗୋଟିଏ କଥାତକୁ ଇଙ୍ଗିତ କରୁଛି ଯେ, ମେଣ୍ଟ ନେଇ ଦୁଇ ଦଳ ବେଶ ସିରିୟସ ଅଛନ୍ତି । ଦୁଇ ଦଳ ଯେହେତୁ ସଶକ୍ତ ଅଛନ୍ତି ରାଜ୍ୟରେ ଏବଂ କେନ୍ଦ୍ରରେ ରହିବା ପାଇଁ ସେଥିପାଇଁ ସେ ଏପରି କହିଛନ୍ତି । ତାଙ୍କର ଇଙ୍ଗିତ ଥିଲା ଯେ ଦୁଇନେତାଙ୍କ ଇଚ୍ଛାରେ ଯଦି କିଛି ନୂଆ ସମୀକରଣ ଦେଖିବାକୁ ମିଳୁଛି ଏଥିରେ ଆଶ୍ଚର୍ଯ୍ୟ ହେବାରେ ନାହିଁ । ଏହି ମନ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ଯେ ମେଣ୍ଟ ଚର୍ଚ୍ଚାକୁ ଉଭୟ ଦଳର ନେତା ବଳବତ୍ତର ରଖିଛନ୍ତି ଏବଂ ମେଣ୍ଟ ପ୍ରକ୍ରିୟାକୁ ଜାରି ରଖିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ଦ୍ବନ୍ଦ୍ବ: ବିଜେପି ଓ ବିଜେଡିକୁ ହାରିବାର ଭୟ ରହିଛି କହିଲେ ନରସିଂହ

'କର୍ପୋରେଟ ସ୍ବାର୍ଥରେ ମେଣ୍ଟ': ସେପଟେ ବରିଷ୍ଠ ରାଜନୀତିକ ସମୀକ୍ଷକ ରବି ଦାସ କହିଛନ୍ତି, "ନିଜର ବାସ୍ତବ ଉଦ୍ଦେଶ୍ୟକୁ ଲୁଚାଇବା ପାଇଁ ଏପରି କହିଛନ୍ତି ପାଣ୍ଡିଆନ । ଭାରତର ସ୍ବାର୍ଥ ଦୃଷ୍ଟିରୁ ଓ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ମେଣ୍ଟ ହୋଇପାରେ ବୋଲି କହିଛନ୍ତି । ଲୋକମାନେ ଜାଣିଛନ୍ତି ମେଣ୍ଟ ହେବାକୁ ଯାଉଛି । ଓଡ଼ିଶାରେ କଣ ଦେଶରେ ମଧ୍ୟ ଶାସକ ଓ ବିରୋଧୀ ମେଣ୍ଟ କରିବାର ଉଦାହରଣ ନାହିଁ । ବିଶେଷ କରି କର୍ପୋରେଟର ଇନଫ୍ଲୁଏନ୍ସରେ ମେଣ୍ଟ ହେବାକୁ ଯାଉଛି । ଦେଶରେ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ଚାହୁଁଛି କର୍ପୋରେଟ ଜଗତ । ଯଦି ବିନା ଲଢେଇରେ ନବୀନ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏବଂ ଲୋକସଭାରୁ ବିଜେପି ଅଧିକ ଆସନ ଓଡିଶାରୁ ପାଉଛି ତେବେ ସେମାନଙ୍କର ଉଦ୍ଦେଶ୍ୟ ସାଧିତ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.