ETV Bharat / politics

ଦ୍ବନ୍ଦ ବଢ଼ାଉଛି ନିଷ୍ପତ୍ତି; ଆଶଙ୍କା ଦୂର କରୁ ନାହାନ୍ତି ସରକାର ! - Political Analyst Rabi Das

author img

By ETV Bharat Odisha Team

Published : Jun 22, 2024, 10:51 PM IST

Political Analyst Rabi Das: ରାଜ୍ୟରେ ନୂଆ ସରକାର ଗଠନ ପରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଅନେକ ନିଷ୍ପତ୍ତିରେ ଦ୍ଵନ୍ଦ ସୃଷ୍ଟି ହୋଇଛି । ଏନେଇ କ'ଣ କହୁଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ପଢ଼ନ୍ତୁ

Political Analyst Rabi Das
Political Analyst Rabi Das (ETV Bharat Odisha)

ଭୁବନେଶ୍ବର: ଶପଥ ନେବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ମୋହନ ସରକାର । ଲୋକସେବା ଭବନ ନୁହେଁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ କରୁଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ସେହିପରି ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ସମୀକ୍ଷା, ଆଲୋଚନା ଓ ନିର୍ଦ୍ଦେଶ ଦେଉଛନ୍ତି । ବିଜେପିର ବିଜୟ ଓ ରାଜ୍ୟରେ ସରକାର ଗଠନରୁ ଆଜି ପର୍ଯ୍ୟନ୍ତ ନିଆଯାଇଥିବା ଅନେକ ନିଷ୍ପତ୍ତିରେ ଦ୍ଵନ୍ଦ ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକେ ଆଶା ଆଶଙ୍କାରେ ଥିବା ଦେଖାଦେଇଛି ।

ବିଜେପିର ବିଜୟ ପରେ ରାଜ୍ୟ ସଭାପତି ମନମୋହନ ସାମଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ମନ୍ତବ୍ୟ ରଖିଥିଲେ । ଯୋଜନା ବନ୍ଦ ହେବା ସହ ଆୟୁଷ୍ମାନ ଯୋଜନା ଲାଗୁ ନେଇ ଜୋର ଦେଇଥିଲେ । ଏ ନେଇ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁ-ଟର୍ଣ୍ଣ ମାରିଥିଲେ ମନମୋହନ । ଗଣମାଧ୍ୟମକୁ ଦୋଷ ଦେଇ ନିଜକୁ ଖସେଇବାକୁ ଚେଷ୍ଟା କରିଥିଲେ ସେ । ରତ୍ନଭଣ୍ଡାର ସହ ଓଡିଶାର ଅସ୍ମିତା ଯୋଡି ଜୋରଦାର ପ୍ରଚାର କରିଥିଲା ବିଜେପି । ସରକାର ଆସିଲେ ରତ୍ନଭଣ୍ଡାର ଖୋଲିବ ବୋଲି ବିଜେପି କହିଥିଲା । ବିଜେପି ବିଜୟର ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି । ଆସନ୍ତା ମାସରେ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରତିକ୍ରିୟା ରଖିଥିଲେ ଏଏସଆଇ ଅଧିକାରୀ । ଏହାକୁ ନେଇ ଉତକ୍ଷିପ୍ତ ହୋଇଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଖୋଲିବା ନେଇ ଅଧିକାରୀ ଦେଇଥିବା ମନ୍ତବ୍ୟକୁ ମନ୍ତ୍ରୀ ବଦଳେଇଥିଲେ । ଯାହାକୁ ନେଇ ରତ୍ନଭଣ୍ଡାର ଖୋଲିବା ନେଇ ପୁନର୍ବାର ଦ୍ଵନ୍ଦ ସୃଷ୍ଟି ହୋଇଛି ।

ବିଜେପିର ଘୋଷଣା ଅନୁସାରେ ଶ୍ରୀମନ୍ଦିରର 4 ଦ୍ୱାର ଖୋଲିଛି ସତ । କିନ୍ତୁ ବ୍ୟବସ୍ଥିତ ହୋଇପାରିନାହିଁ ଶୃଙ୍ଖଳିତ ଦର୍ଶନ । ଦଳା ଚକଟା ପରି ପରିସ୍ଥିତି ଏବେ ବି ବଳବତ୍ତର ରହିଛି । ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା କରାଯିବା ନେଇ ମୋହନ ସରକାର ପ୍ରଥମ କ୍ୟାବିନେଟ ବୈଠକରେ ଘୋଷଣା କରିଛନ୍ତି । କେନ୍ଦ୍ର କ୍ୟାବିନେଟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 117 ବୃଦ୍ଧି କରିବା ପରେ ଏହା 2300 ଟଙ୍କା ହୋଇଛି । ଅନେକ ଲୋକେ ଏହାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବୋଲି ଗ୍ରହଣ କରିବାରେ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କୁ ଆଳ କରି ରାଜ୍ୟ ସରକାର ଖସି ଯିବାକୁ ଚେଷ୍ଟା କରୁଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ସରକାର କିମ୍ବା ଦଳୀୟ ସ୍ତରରେ କୌଣସି ସ୍ପଷ୍ଟୀକରଣ ମିଳୁନି ।

ସେହିପରି ଗତକାଲି ବଡ଼ ଘୋଷଣା କରିଥିଲେ ମୋହନ ସରକାର । ପ୍ରତ୍ୟେକ ଦିନ 2 ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ପ୍ରତିଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ । ଲୋକଙ୍କ ସମସ୍ୟା ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବେ । କଥା ପ୍ରଚାର ହେବାର କିଛି ସମୟ ମଧ୍ୟରେ ସରକାର ନିଷ୍ପତ୍ତି ବଦଳେଇଲେ । ଆଜି ନୁହେଁ ଅଭିଯୋଗ ଶୁଣାଣୀ ଲାଗି ବ୍ୟବସ୍ଥା ପରେ ସାନି ତାରିଖ ଘୋଷଣା ହେବ ବୋଲି କୁହାଗଲା । ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇବାକୁ ପଳେଇ ଆସିଥିବା ଲୋକେ ସମସ୍ୟାରେ ପଡିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମୋହନ ସରକାରର ବଡ଼ ଘୋଷଣା; ପ୍ରତ୍ୟେକ ଦିନ 2ଘଣ୍ଟା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ - CM MOHAN TO HEAR PUBLIC GRIEVANCES

ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ, ନୂଆ ମୁଖ୍ୟମନ୍ତ୍ରୀ ଦୁଇ ସପ୍ତାହ ହେଲା ସରକାରଙ୍କୁ ବୁଝୁଛନ୍ତି । ସବୁ ବିଭାଗକୁ ଡାକି ପଚାରୁଛନ୍ତି । କ୍ୟାବିନେଟ ନିଷ୍ପତ୍ତି ଛଡା ସରକାରୀ ଭାବେ ମୋହନ ସରକାର କିଛି ବଡ଼ ନିଷ୍ପତ୍ତି ନେଇନାହାନ୍ତି । ଶହ ଶହ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭେଟୁଛନ୍ତି । ଲୋକଙ୍କୁ ଭେଟିବା ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀ ପ୍ରତ୍ୟେକ ଦିନ 2 ଘଣ୍ଟା ହେବ । ଅନେକ ଭାବିଲେ ଆଜି ଠାରୁ ତାହା କାର୍ଯ୍ୟକାରୀ ହେବ । ପରେ ଏ ନେଇ ସ୍ପଷ୍ଟୀକରଣ ରଖାଗଲା । ଆଜି ନୁହେଁ ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ । ଅଭିଯୋଗ ପ୍ରକୋଷ୍ଠ କରିବା ଲାଗି ସ୍ଥାନ ଓ ଅଧିକାରୀ ଆବଶ୍ୟକ । ସେତିକି ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଭେଟିବା ସହଜ ହେବନାହିଁ । ପ୍ରତ୍ୟେକ ସରକାର ଆସିବା ପରେ କିଛି କରିପାରିବେ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.