ETV Bharat / politics

ମୋହନ ସରକାରରେ କମିଲା ମହିଳା ମନ୍ତ୍ରୀଙ୍କ ଗୁରୁତ୍ୱ ! - Women Participation In BJP Govt

author img

By ETV Bharat Odisha Team

Published : Jun 13, 2024, 11:00 PM IST

Less Women Participation In BJP Govt: ବିଜେପି ସରକାରରେ ଏଥର ମାତ୍ର ଜଣେ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଯାହା ପୂର୍ବର ବିଜେଡି ସରକାର ଠାରୁ କମ୍‌ ରହିଛି । ଅଧିକ ପଢନ୍ତୁ

Less Women Participation In BJP Govt
Less Women Participation In BJP Govt (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ନୂଆ ସରକାର ଗଠନ ହୋଇଛି । ଶପଥ ନେଇ ସାରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ 16 ମନ୍ତ୍ରୀ । ଚଳିତ ସରକାରରେ ଗଠନ ହୋଇଥିବା ମନ୍ତ୍ରୀମଣ୍ଡଳରେ କେବଳ ଜଣେ ମହିଳାଙ୍କର ପ୍ରତିନିଧିତ୍ବ ରହିଛି । ନିମାପଡାରୁ ବିଧାନସଭା ଆସିଥିବା ପ୍ରଭାତୀ ପରିଡାଙ୍କୁ କେବଳ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ସେ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି । ଚଳିତ ନିର୍ବାଚନରେ ବିଜେପିରୁ ୫ ଜଣ, ବିଜେଡ଼ିରୁ 4 ଓ କଂଗ୍ରେସରୁ ଜଣେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ, ହିନ୍ଦୋଳରୁ ସୀମାରାଣୀ ନାୟକ, ନିମାପଡାରୁ ପ୍ରଭାତୀ ପରିଡା, ବ୍ରହ୍ମଗିରିରୁ ଉପାସନା ମହାପାତ୍ର ଓ ରଣପୁରରୁ ସୁରମା ପାଢ଼ୀ ବିଜେପି ଟିକେଟରେ ବିଧାନସଭା ଆସିଛନ୍ତି । ପ୍ରଭାତୀ ଉପମୁଖ୍ୟମନ୍ତ୍ରୀ ହେବା ପରେ ସୁରମାଙ୍କୁ ବିଜେପି ବାଚସ୍ପତି କରିବା ଲାଗି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ସୀମାରାଣୀ ବିଜେଡିରୁ ଆସି ବିଜେପି ଟିକେଟରେ ବିଧାନସଭା ଆସିଛନ୍ତି । ଉପାସନା ଜଣେ ଯୁବ ଚେହେରା ଭାବେ ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି । ପ୍ରଭାତୀ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଉପାସନା ମନ୍ତ୍ରୀ ହେବା ସମ୍ଭାବନା କମ ଥିଲା । ତେବେ ଆଗାମୀ ଦିନରେ ଏମାନଙ୍କୁ ନେଇ ଦଳ ବିଚାର କରିପାରେ ।

ଏହା ମଧ୍ୟ ପଢନ୍ତୁ ... ଉପମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ ପରିଡା, କେମିତି ଥିଲା ତାଙ୍କ ସଂଘର୍ଷ କାହାଣୀ ? - Deputy CM Pravati Parida

ସେହିପରି ବିଜେଡି ଟିକେଟରେ ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ବସ୍ତାରୁ ସୁଭାସିନୀ ଜେନା, ପଦ୍ମପୁରରୁ ବର୍ଷା ସିଂ ବରିହା ଓ ଯାଜପୁରରୁ ସୁଜାତା ସାହୁ ନିର୍ବାଚିତ ହୋଇଛନ୍ତି । କଟକ-ବାରବାଟୀରୁ କଂଗ୍ରେସର ସୋଫିଆ ଫିର୍ଦ୍ଦୋସ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି ଯେ, ଚଳିତ ସରକାରରେ ମହିଳାମାନଙ୍କ ପ୍ରତିନିଧିତ୍ବ କମ ରହିଛି । କେବଳ ଜଣେ ମହିଳା ଚଳିତ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଉ କେହି ମହିଳା ମନ୍ତ୍ରୀ ହୋଇନାହାନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳରେ ଅଧିକ ମହିଳା ମନ୍ତ୍ରୀ ଥିଲେ । ଚଳିତ ସରକାରରେ ମହିଳା ପ୍ରତିନିଧିତ୍ବ ଅଧିକ ହେବା ଆବଶ୍ୟକତା ଥିଲା । ମହିଳା ସଶକ୍ତୀକରଣକୁ ଆଧାର କରି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସେମାନଙ୍କର ଅଧିକ ଅଂଶୀଧର ରହିବା କଥା । ସେ ଦୃଷ୍ଟିରୁ ଚଳିତ ମନ୍ତ୍ରୀମଣ୍ଡଳରେ ଅଧିକ ମହିଳା ରହିବେ ବୋଲି ଆଶା କରାଯାଉଥିଲା ।

ଆହୁରି 6ଟି ମନ୍ତ୍ରୀପଦ ରିକ୍ତ ଥିବାରୁ ଆହୁରି ମହିଳା ମନ୍ତ୍ରୀଙ୍କ ସାମିଲ ହେବା ନେଇ ଥିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ମନ୍ତ୍ରୀ ମଣ୍ଡଳରେ ଅଧିକ ମହିଳା ସଦସ୍ୟ ଥିଲେ । କାରଣ ବିଧାନସଭାରେ ଅଧିକ ମହିଳା ଥିଲେ । ବିଶେଷ କରି ଶାସକ ଦଳରେ ଅଧିକ ମହିଳା ପ୍ରତିନିଧି ଥିଲେ । ତେଣୁ ଅଧିକ ମହିଳା ମନ୍ତ୍ରୀ ହୋଇଥିଲେ । ଯେହେତୁ ଏଥର ମହିଳାଙ୍କୁ ଗୁରୁତ୍ବ ଦିଆଯାଉଛି ବୋଲି କୁହାଯାଇଛି । ତେଣୁ ସୁରମା ପାଢ଼ୀଙ୍କୁ ବାଚସ୍ପତି କରାଯାଇଛି । ଏହି ସନ୍ଦେଶ ବିଜେପି ଜଣେଇବାକୁ ଚାହିଁଛି । କେବଳ ମନ୍ତ୍ରୀ ମଣ୍ଡଳ ନୁହେଁ ଅନେକ ସରକାରରେ ଅନେକ କ୍ଷେତ୍ର ରହିଛି ଯେଉଁଠି ମହିଳାଙ୍କୁ ଗୁରୁତ୍ବ ମିଳୁଛି ନା ନାହିଁ ନଜର ରଖିବାକୁ ପଡିବ । ବିଭିନ୍ନ ରାଜନୈତିକ ପଦବୀରେ ଶାସକ ଦଳ ଅନେକ ନେତାଙ୍କୁ ଥଇଥାନ କରିବେ । ସେଥିରେ ମହିଳାଙ୍କୁ ଅଧିକ ସୁଯୋଗ ମିଳିବ, ସେ ଦିଗ ଉପରେ ଜୋର ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.