ETV Bharat / politics

ମାଲକାନଗିରି ଗସ୍ତରେ ବିଜେଡି ଟିମ; ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛି ଦଳ, ତେଜିଲା ରାଜନୀତି - Polavaram Politics

author img

By ETV Bharat Odisha Team

Published : Aug 8, 2024, 10:03 PM IST

BJD Team Malkangiri Visit: ଆନ୍ଧ୍ରର ପୋଲାଭରମ ଡ୍ୟାମ ଯୋଗୁଁ ମାଲକାନଗିରିରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଲା ବିଜେଡି । ଏପଟେ ଜୋର ଧରିଲା ରାଜନୀତି । ଅଧିକ ପଢନ୍ତୁ

Polavaram Politics
Polavaram Politics (ETV Bharat Odisha)

ଭୁବନେଶ୍ବର: ମାଲକାନଗିରି ଗସ୍ତରେ ବିଜେଡି ଟିମ ଯାଇ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛି ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ବାରା ଗଠନ ହୋଇଥିବା ଏହି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ରିପୋର୍ଟ ପ୍ରଦାନ କରିବେ । ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ ଗତକାଲି ଟ୍ରେନରେ ଯାତ୍ରା କରିଥିବା ବେଳେ ଆଜି ଅଞ୍ଚଳ ପରିଦର୍ଶନ କରୁଛି । ଏହାକୁ ନେଇ ଜୋର ଧରିଛି ରାଜନୀତି । ବିଜେପି, ବିଜେଡି ଓ କଂଗ୍ରେସ ପରସ୍ପରକୁ ଟାର୍ଗେଟ କରୁଛନ୍ତି ।

ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଛି ବିଜେଡି, ତେଜିଲା ରାଜନୀତି (ETV Bharat Odisha)

ସରକାର ନିରବଦ୍ରଷ୍ଟା ରହିଲେ ରାଜ୍ୟର କ୍ଷତି:-

ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, "ପୋଲାଭରମ ପ୍ରସଙ୍ଗରେ ସରକାର କଣ କରୁଛନ୍ତି ଦେଖିବାକୁ ବାକି ଅଛି । ସରକାର ନିରବଦ୍ରଷ୍ଟା ରହିଲେ ରାଜ୍ୟର କ୍ଷତି ହେବ । ପୋଲାଭରମ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ଗଠିତ ପ୍ରତିନିଧି ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । କ୍ଷେତ୍ର ପରିଦର୍ଶନ କରି ବାସ୍ତବତା ପରଖିବ ବିଜେଡି । ପୋଲାଭରମ ଦ୍ବାରା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ । ଲୋକେ ବିସ୍ଥାପିତ ହେବେ । ଫଳରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବ । ଏ ନେଇ ବିଚାର ଆଲୋଚନା କରିବା ସହ ବୈଷୟିକ ପରାମର୍ଶ ନେବାକୁ ଆମେ ଦାବି କରିଥିଲୁ ।"

ଗୋଟେ ରାଜ୍ୟର ସ୍ବାର୍ଥ ଲାଗି ବଳି ନପଡୁ ଏକାଧିକ ରାଜ୍ୟ :-

ବିଜେଡି ବିଧାୟକ ଆହୁରି ମଧ୍ୟ କହିଛନ୍ତି, "ଆନ୍ଧ୍ରପ୍ରଦେଶ ସରକାର ନିଜ ଜିଦରେ ଅଟଳ ଅଛନ୍ତି । କେନ୍ଦ୍ର ସରକାର ହାତ ଟେକି ଦେଇଛନ୍ତି । କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ସହଯୋଗ କରନ୍ତୁ, ଅସୁବିଧା ନାହିଁ । ଗୋଟେ ରାଜ୍ୟର ସ୍ବାର୍ଥ ଲାଗି ଏକାଧିକ ରାଜ୍ୟର ସ୍ବାର୍ଥ ବଳି ନପଡୁ । ଏ କଥା ସରକାର ବୁଝିବା ଦରକାର । ଯଦି ଓଡ଼ିଶାର ସ୍ବାର୍ଥ ବଳି ପଡେ, ତେବେ ବିଜେଡି ଚୁପ ବସିବ ନାହିଁ । ଏକ ଦାୟିତ୍ବ ସମ୍ପର୍ଣ୍ଣ ବିରୋଧୀ ଦଳ ଭାବେ ବିଜେଡି ନିରବ ଦ୍ରଷ୍ଟା ରହିବ ନାହିଁ । ଏହି ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ।"

ମାଲକାନଗିରି ଯିବ କଂଗ୍ରେସ ବିଧାୟକ ଦଳ:-

କଂଗ୍ରେସର ଭବାନୀପାଟଣା ବିଧାୟକ ସାଗର ଦାସ କହିଛନ୍ତି, "ମାଲକାନଗିରି ଜିଲ୍ଲାର ସ୍ଥିତି ପରଖିବା ଲାଗି ଏକ ସର୍ବଦଳୀୟ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲୁ । ଆଶା ଅଛି ସରକାର ଆମ କଥା ଶୁଣିବେ । ଓଡିଶାର ଜନତାଙ୍କର ସେବା କରିବା ଲାଗି ସରକାରଙ୍କର ଇଚ୍ଛା ନାହିଁ । 24 ବର୍ଷ ହେଲା ବିଜେଡିର ସରକାର ଦେଖି ଆସିଛୁ । ବିଜେପି ସମାନ ରାସ୍ତା ଆପଣାଇଛି । କିଛି ଭିନ୍ନତା ନାହିଁ । ଉଭୟ ଦଳର ସମାନ ଚିନ୍ତାଧାରା ଓ ବିଚାରଧାରା । ଦିନେ ଦୁଇ ଦିନ ମଧ୍ୟରେ କଂଗ୍ରେସ ବିଧାୟକଙ୍କର ଏକ ଟିମ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବ । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବୁ ।"

ଓଡିଶାର ସ୍ବାର୍ଥ ଦୃଷ୍ଟିରୁ ବିଜେପି ଯାହା କରିବା କଥା କରିବ :-

ବିଜେପି ବିଧାୟକ ଜୟନରାୟଣ ମିଶ୍ର କହିଛନ୍ତି, "ବିଜୁ ଜନତା ଦଳର ଏବେ ନିଦ ଭାଙ୍ଗିଲା । 24 ବର୍ଷ ଧରି ବିଜେଡି ସରକାରରେ ଥିଲା । ପୋଲାଭରମ ବହୁତ ପୁରୁଣା ପ୍ରକଳ୍ପ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ, ଆଜି ନିଦ ଭାଙ୍ଗିଛି । ଓଡିଶାର ସ୍ବାର୍ଥ ଦୃଷ୍ଟିରୁ ବିଜେପି ଯାହା କରିବା କଥା କରିବ । ମୁଖ୍ୟମନ୍ତ୍ରୀ ମଧ୍ୟ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।"

ଏହା ବି ପଢନ୍ତୁ- ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି; କମିଟି ଗଠନ କଲେ ନବୀନ, ଘେରିଲେ ବିଜେପି ଓ କଂଗ୍ରେସ, କହିଲେ 24ବର୍ଷ ଧରି ବିଜେଡି ଚୁପ ଥିଲା

ବିଜେଡ଼ି ପକ୍ଷରୁ ଗଠନ ହୋଇଥିବା କମିଟିର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଗସ୍ତ କରିଥିବା ଟିମରେ ଭୃଗୁ ବକ୍ସିପାତ୍ର, ଝିନ ହିକକା, ଈଶ୍ବର ପାଣିଗ୍ରାହୀ, ରବି ନନ୍ଦ, ପ୍ରଦୀପ ମାଝୀ ପ୍ରମୁଖ ଅଛନ୍ତି । ଟିମର ଅନ୍ୟତମ ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଆଉ କିଛି ନେତା ଆଜି ମାଲକାନଗିରି ଗସ୍ତ କରିବେ । ବିଜେଡି ଟିମ ମାଲକାନଗିରି ମୋଟୁ ଅଞ୍ଚଳ ପରିଦର୍ଶନ କରି ଦଳର ସୁପ୍ରିମୋଙ୍କୁ ରିପୋର୍ଟ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.