ETV Bharat / politics

୨୦ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ମହାପ୍ରଭୁଙ୍କୁ ଦର୍ଶନ ପରେ କରିବେ ରୋଡ ସୋ’ - PM Modis Puri Road Show Programme - PM MODIS PURI ROAD SHOW PROGRAMME

PM Modi's Puri Road Show Programme: ଆସନ୍ତା ୨୦ ତାରିଖରେ ପୁରୀ ବଡ଼ଦାଣ୍ଡରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଓ ପୁରୀ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ

PM Modi's Puri Road Show Programme
PM Modi's Puri Road Show Programme (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 7:26 PM IST

PM Modi's Puri Road Show Programme (ETV Bharat Odisha)

ପୁରୀ: ଆସନ୍ତା ୨୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ଲୁହା ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ଲୋକ ମାନେ ଯେଭଳି ବ୍ୟାରିକେଡ଼ରେ ରହି ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ଦେଖି ପାରିବେ ସେ ନେଇ ସବୁ ବ୍ୟବସ୍ଥା ହୋଇଛି । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ବଡଦାଣ୍ଡରେ ଏକ ରୋଡ ସୋରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରିବେ ।

ଆସନ୍ତା 20 ତାରିଖ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହା ପରେ ସକାଳ 7 ଟାରେ ଶ୍ରୀମନ୍ଦିର ସିଂହ ଦ୍ବାରରୁ ବଡଦାଣ୍ଡର ମେଡ଼ିକାଲ ଛକ ଯାଏଁ ରୋଡ ସୋ ଯୋଗଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ନେଇ ତାଙ୍କର କୌଳିକ ପଣ୍ଡା ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ କୌଳିକ ପଣ୍ଡା ରଘୁନାଥ ଗୋଛିକାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଵାଗତ ପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗ ଲାଗି ଖଣ୍ଡୁଆ ଦେଇ ସେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରି ଶ୍ରୀ ମନ୍ଦିର ଭିତରକୁ ସେ ପାଛୋଟି ନେବେ । ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନରେ ପ୍ରଥମେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ ।

ଏହା ମଧ୍ୟ ପଢନ୍ତୁ .... ପ୍ରଚାରରେ କମ୍ପିବ ବଡଦାଣ୍ଡ, ମୋଦିଙ୍କ ରୋଡ ସୋକୁ କାଉଣ୍ଟର କରିବ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ - VK PANDIAN ROAD SHOW

ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ପାର୍ଶ୍ଵ ଦେବଦେବୀ ମନ୍ଦିରକୁ ଯାଇ ଦର୍ଶନ କରିବେ । ପରେ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ, ନୀଳଚକ୍ର ବାନା, ଜଗନ୍ନାଥଙ୍କ ମୂର୍ତ୍ତି ଓ ମହାପ୍ରସାଦକୁ ଉପହାର ଭାବେ ପ୍ରଦାନ କରିବେ ବୋଲି ତାଙ୍କର କୌଳିକ ପଣ୍ଡା ରଘୁନାଥ ଗୋଛିକାର କହିଛନ୍ତି । ତେବେ ଗତ 2016 ମୋଦି ପ୍ରଧାନମନ୍ତ୍ରୀ ଥିବା ବେଳେ, 2013ରେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜେପିର କାର୍ଯ୍ୟକର୍ତ୍ତା ଥିବା ବେଳେ ମଧ୍ୟ ନରେନ୍ଦ୍ର ମୋଦି ଅନେକ ଥର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିବା ତାଙ୍କ କୌଳିକ ପଣ୍ଡା କହିଛନ୍ତି । ତେବେ ସେ ତାଙ୍କ ଯଜମାନର ଉନ୍ନତି କାମନା ସହ ଦେଶର ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ଏବଂ ତାଙ୍କ ନେତୃତ୍ବରେ ଭାରତ ଆହୁରି ଶକ୍ତିଶାଳୀ ରାଷ୍ଟ୍ର ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ରଘୁନାଥ କହିଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତକୁ ଦୃଷ୍ଟିରେ ରଖାଯାଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ଟିମ୍ ଆସି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲ ଅନୁଯାୟୀ ସବୁ ବ୍ୟବସ୍ଥା ହେଇଛି । ବଡଦାଣ୍ଡରେ ରୋଡ ସୋ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି । ହେଲିପ୍ୟାଡର ମଧ୍ୟ ଟ୍ରାଏଲ୍ ରନ ହୋଇଛି । ସବୁ ବ୍ୟବସ୍ଥା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯକ୍ରମ ସବୁ ସଠିକ ଭାବରେ ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.