ETV Bharat / politics

ଆଜି ମେରଟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୋଦି, ‘ରାମ’ଙ୍କ ପାଇଁ ମାଗିବେ ଭୋଟ - Lok Sabha election 2024

author img

By ETV Bharat Odisha Team

Published : Mar 31, 2024, 10:04 AM IST

Updated : Mar 31, 2024, 5:30 PM IST

Lok Sabha election 2024: ଆଜି ମେରଟରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ । ଅରୁଣ ଗୋବିଲଙ୍କ ପାଇଁ ପ୍ରଚାର କରିବା ସହ ସମ୍ବୋଧିତ ମଧ୍ୟ କରିବେ ।

PM Modi to launch UP poll campaign
PM Modi to launch UP poll campaign

ଲକ୍ଷ୍ନୌ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ମତଦାନ ତାରିଖ ଯେତିକି ପାଖଉଛି ସେତିକି ସରଗରମ ହେଉଛି ଦେଶର ରାଜନୀତି । ଭୋଟ ହାତେଇବାକୁ ପ୍ରସ୍ତୁତି ଜୋରଦାର କରିଛନ୍ତି ପ୍ରତିଦ୍ବନ୍ଦ୍ବୀ ଦଳ । ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶର ମେରଟରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ସହ ପ୍ରଧାନମନ୍ତ୍ରୀ ରାଲି କରି ସମ୍ବୋଧିତ ମଧ୍ୟ କରିବେ । ଅରୁଣ ଗୋବିଲଙ୍କ ପାଇଁ ପ୍ରଚାର କରିବେ ମୋଦି ।

ପ୍ରଥମ ଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯାଉଛି ନରେନ୍ଦ୍ର ମୋଦି ଓ ଜୟନ୍ତ ଚୌଧୁରୀ । ଗତ ଫେବୃଆରୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ହେବା ପରେ ମାର୍ଚ୍ଚ ପହିଲାରେ ତାଙ୍କ ନାତି ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ବିରୋଧି ମେଣ୍ଟ ଛାଡି ବିଜେପି ନେତୃତ୍ବାଧିନ ଏନଡିଏରେ ସାମିଲ ହୋଇଥିଲେ । ଜୟନ୍ତ ଶନିବାର ଦିନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଜେଜେବାପାଙ୍କ ପାଇଁ ଭାରତ ରତ୍ନ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-5ମ ପର୍ଯ୍ୟାୟରେ 17 ରାଜ୍ୟରେ 111 ପ୍ରାର୍ଥୀ ଘୋଷଣା କଲା ବିଜେପି; କଙ୍ଗନା, ନବୀନ ଓ ଅରୁଣଙ୍କୁ ଟିକେଟ - BJP releases fifth candidates list

ନିର୍ବାଚନୀ ରଣନୀତି ଅନୁଯାଇ ଆଜି ମେରଟରୁ ପ୍ରଧାନମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ । ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ ମଣ୍ଡଳୀ । ଜାଟ ଓ ଗୁରୁଜାର ସମ୍ପ୍ରଦାୟର ଲୋକେ ରହିଛନ୍ତି । ବିଜେପି ଉଭୟ ସମ୍ପ୍ରଦାୟର ଭୋଟ୍ ହାତେଇବା ଲକ୍ଷ୍ୟ ରଖିଛି । ଆରଏଲଡି ସହିତ ମେଣ୍ଟ କରିବା ପରେ ଏହି ଆସନ ଉପରେ ଦଳର ନଜର । 2019 ନିର୍ବାଚନ ପ୍ରଚାର ପାଇଁ ପ୍ରଥମେ ମେରଟକୁ ବାଛିଥିଲେ ମୋଦି । କୁହାଯାଉଛି ଯେ ଜୟନ୍ତ ନିର୍ବାଚନୀ ପ୍ରଚାର ଅଭିଯାନ ବାଗପତ ଏବଂ ବିଜନୋର ସମେତ ବହୁ ସଂସଦୀୟ ଆସନରେ କରିଛି ।

ଟିଭି ସିରିଏଲ ରାମାୟଣରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋବିଲଙ୍କୁ ମେରଟରୁ ପ୍ରାର୍ଥୀ କରିଛି ବିଜେପି । ଗତ ସପ୍ତାହରେ ମେରଟରେ ଗୋବିଲଙ୍କ ପାଇଁ ପ୍ରଚାର କରିଥିଲେ ଯୋଗୀ ଆଦିତ୍ୟନାଥ । ଗୋବିଲ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରି ଲୋକଙ୍କ ବିଶ୍ବାସ ଜିତିଥିଲେ, ବର୍ତ୍ତମାନ ସେ ମେରଟର ପରିଚୟ ହେବେ । ଗୋବିଲ ମେରଟରେ ଇତିହାସ ସୃଷ୍ଟି କରିବେ ।

Last Updated : Mar 31, 2024, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.