ETV Bharat / politics

ଛିଡ଼ୁଛି ହାତ, ବିଜେଡିରେ ମିଶିଲେ ପିସିସି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି - BJD Joining program

author img

By ETV Bharat Odisha Team

Published : Apr 10, 2024, 8:56 PM IST

Prafulla Sunyani Joins BJD: ବିଜେଡିରେ ସାମିଲ ହୋଇଛନ୍ତି ପିସିସି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି । ସୁନ୍ଦରଗଡ ଜିଲ୍ଲା ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ସେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

Prafulla Sunyani Joins BJD
Prafulla Sunyani Joins BJD
Prafulla Sunyani Joins BJD

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଛିଡୁଛି କଂଗ୍ରେସ । ଜଣେ ପରେ ଜଣେ ନେତା ହାତ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି । ଏହି କ୍ରମରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ପିସିସି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି । ସୁନ୍ଦରଗଡ ଜିଲ୍ଲା ରଘୁନାଥପାଲ୍ଲି ନିର୍ବାଚନ ମଣ୍ଡଳୀର ସେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଶଙ୍ଖ ଭବନରେ ଆଜି ସେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ସୁନ୍ଦରଗଡ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ପୂର୍ବତନ ବିଧାୟକ ଯୋଗେଶ ସିଂ ଓ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ପ୍ରଫୁଲ୍ଲ ସୁନ୍ୟାନିଙ୍କୁ ଉପଢୌକନ ଦେଇ ବିଜେଡି ନେତା ଦଳକୁ ସ୍ବାଗତ କରିଛନ୍ତି । କଂଗ୍ରେସ ନେତା ଓ କର୍ମୀଙ୍କ ଯୋଗଦାନ ଫଳରେ ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳର ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି ନେତା କହିଛନ୍ତି ।

କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀର ପ୍ରଫୁଲ୍ଲ ସୁନ୍ୟାନ ୨୦୦୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ରଘୁନାଥପାଲ୍ଲୀର ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ପ୍ରଫୁଲ୍ଲ ସୁନ୍ୟାନ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ର ଓ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ପ୍ରଫୁଲ୍ଲ ସୁନ୍ୟାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି, "ପ୍ରଫୁଲ୍ଲ କେବଳ ରଘୁନାଥପାଲ୍ଲୀ ଯାଏଁ ସୀମିତ ନୁହନ୍ତି, ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ କରିଛନ୍ତି । ପ୍ରଫୁଲ୍ଲ ସୁନ୍ୟାନଙ୍କ ମିଶ୍ରଣ ଦ୍ବାରା ରଘୁନାଥପାଲ୍ଲୀ ଓ ସୁନ୍ଦରଗଡ଼ ବିଜେଡି ସଂଗଠନ ଆହୁରି ସୁଦୃଢ ହେବ ।"

ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି, "ଏହା ଏକ ଐତିହାସିକ ମୁହୂର୍ତ୍ତ । ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ସମୃଦ୍ଧ, ସଶକ୍ତ ନବୀନ ଓଡିଶା ଗଠନ । ଏଥିପାଇଁ ଜାରି ରହିଥିବା କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଅନେକ ନେତା କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶୁଛନ୍ତି ।" ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ କହିଛନ୍ତି, "ବିଜେଡିକୁ ଭଲ ପାଇ, ସଂଗଠନ ଆହୁରି ମଜବୁତ କରିବାକୁ ଓ ବିକାଶକୁ ଆଗେଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଉଛନ୍ତି । ସମସ୍ତେ ଅନୁଭବ କରୁଛନ୍ତି ଯେ, ବିଜେଡିରେ ରହି ବିକାଶର ସାରଥୀ ହୋଇ ପାରିବେ । ଦଳର ନୀତି ଆଦର୍ଶ ଓ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରି ଅଞ୍ଚଳର ବିକାଶ କରି ବିଜେଡିର ସମ୍ମାନ ବଢ଼ାଇବେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିର ୩୮ ଜଣିଆ ଇସ୍ତାହାର କମିଟି; ଚନ୍ଦ୍ରଶେଖର ଅଧ୍ୟକ୍ଷ - BJD Manifesto Committee

ପୂର୍ବତନ ବିଧାୟକ ଯୋଗେଶ ସିଂ କହିଛନ୍ତି, "ପ୍ରଫୁଲ୍ଲ ଜଣେ ଟାଣୁଆ ନେତା । ତାଙ୍କର ଯୋଗଦାନରୁ ସୁନ୍ଦରଗଡ଼ର ୭ ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଆହୁରି ମଜବୁତ ହେବ । ସବୁଠି ଆମେ ଜିତିବୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମରେ ସେ ସାମିଲ ହୋଇଛନ୍ତି । ମିଳିମିଶି ସୁନ୍ଦରଗଡ଼ ସଂଗଠନ ଆହୁରି ମଜଭୁତ କରିବୁ ।" ତଳସରା ସହ ପର୍ଯ୍ୟବେକ୍ଷକ ବୈକୁଣ୍ଠ ନାୟକ କହିଛନ୍ତି, "ଆଗାମୀ ଦିନରେ ବିଜେଡି ଆହୁରି ଶକ୍ତିଶାଳୀ ହେବ । ମୁଖ୍ୟମନ୍ତ୍ରୀଙ୍କ ନୀତିରେ ଅନୁପ୍ରାଣିତ ସେ ବିଜେଡିରେ ମିଶିଛନ୍ତି ।"

ସେହିଭଳି ବିଜେଡିରେ ସାମିଲ ପ୍ରଫୁଲ୍ଲ ସୁନ୍ୟାନ କହିଛନ୍ତି, "କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଚ୍ଛା ଥିଲା । ହେଲେ ସୁଯୋଗ ମିଳୁନଥିଲା । ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ବ ମିଳିବ ସୂଚାରୁ ଭାବେ କରିବି ।" ବିଜେଡି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.