ETV Bharat / politics

ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ, କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କଲା କଂଗ୍ରେସ - Odisha Congress New Committee

Mallikarjun Kharge Visit To Odisha: ଆସନ୍ତା 29 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୂର୍ବରୁ ଏହି ଗସ୍ତକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏଥିପାଇଁ ନୂଆ କମିଟି ଗଠନ କରିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ
ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ
author img

By ETV Bharat Odisha Team

Published : Jan 21, 2024, 5:40 PM IST

ଭୁବନେଶ୍ବର: ଏଆଇସିସିର ସ୍ବତନ୍ତ୍ର ଫୋକସରେ ଓଡିଶା କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ଏବେ ଏଆଇସିସିର ତୀକ୍ଷ୍ଣ ନଜରରେ । କିଭଳି ଓଡ଼ିଶାରେ କଂଗ୍ରେସ କ୍ଷମତାସୀନ ହେବ, ସେନେଇ ଅଙ୍କ କସୁଛି ଦିଲ୍ଲୀ । ଦିଲ୍ଲୀ ଟିମର ମାର୍ଗଦର୍ଶନରେ ଆରମ୍ଭ ହୋଇଛି କାର୍ଯ୍ୟ । ଏହାରି ଭିତରେ ଆସନ୍ତା 29 ତାରିଖରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ଓଡିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ସମୀକ୍ଷା ମଧ୍ୟ କରିବେ ଖଡ୍‌ଗେ । ସେଥିପାଇଁ ଆଜି କଂଗ୍ରେସ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ଖଡ୍‌ଗେଙ୍କ ଭୁବନେଶ୍ବର ଗସ୍ତକୁ ସଫଳ କରିବାକୁ ବରିଷ୍ଠ ନେତା ମାନଙ୍କୁ ନେଇ ଏକ ଟିମ ଗଠନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଆସନ୍ତା 29 ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ସେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଖଡ୍‌ଗେଙ୍କ ଏହି ସାଧାରଣ ସଭା ସୁପରିଚାଳନା ତଥା ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ କରିଛନ୍ତି । ଉକ୍ତ କମିଟିକୁ ଏଆଇସିସି ପକ୍ଷରୁ ଓଡିଶା ପ୍ରଭାରୀ ଡଃ ଅଜୟ କୁମାର ଅନୁମୋଦନ କରିଛନ୍ତି । ଅନୁମୋଦନ ପାଇଥିବା ଉକ୍ତ କମିଟିର ଅଧ୍ୟକ୍ଷ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ରହିଛନ୍ତି । ସେହିଭଳି ଏହି କମିଟିରେ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ମଧ୍ୟ ରହିଛନ୍ତି । ପିସିସି କୋଷାଧ୍ୟକ୍ଷ ସନ୍ତୋଶ ସିଂ ସାଲୁଜାଙ୍କ ସମେତ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ଗଣେଶ୍ବର ବେହେରା, ବିଜୟଲକ୍ଷ୍ମୀ ସାହୁ, ଶରତ ରାଉତ ଓ ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ ମଧ୍ୟ ଏହି କମିଟିରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ 1ରୁ କଂଗ୍ରେସର 'ବସ ଯାତ୍ରା', ଦୁର୍ନୀତିକୁ ମୁଦ୍ଦା କରି ଲୋକଙ୍କୁ ଭେଟିବେ ଦଳୀୟ କର୍ମୀ

ଏହି କମିଟିରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ବିଧାୟକ ତଥା ଖୋର୍ଦ୍ଧା କଂଗ୍ରେସ ସଭାପତି ସୁର ରାଉତରାୟ, ବିଧାୟକ ତଥା ଉପସଭାପତି ତାରା ପ୍ରସାଦ ବାହିନୀପତି, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା, ସାଂସଦ ତଥା ଏଆଇସିସି ସମ୍ପାଦକ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ନାଁ ମଧ୍ୟ ରହିଛି । ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାସ ଓ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ ମଧ୍ୟ ଉକ୍ତ କମିଟିରେ ରହିଛନ୍ତି । ଅନୁରୂପ ଭାବେ ଉକ୍ତ କମିଟିରେ ରାଜ୍ୟ କଂଗ୍ରେସର ସମସ୍ତ ଯୁବ, ଛାତ୍ର, ମହିଳା, କୃଷି, ଏସ୍‌ସି ଏସ୍‌ଟି ଭଳି ବିଭିନ୍ନ ସାମ୍ମୁଖ୍ୟ ତଥା ବିଭାଗର ସଭାପତି ଏବଂ ମୁଖ୍ୟ ମାନେ ସଦସ୍ୟ ଭାବେ ରହିଛନ୍ତି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.