ETV Bharat / politics

ବିଜେଡି-ବିଜେପି ମେଣ୍ଟ ଫାଇଦା ନେବ କଂଗ୍ରେସ: ପିସିସି ସଭାପତି

author img

By ETV Bharat Odisha Team

Published : Mar 7, 2024, 6:34 PM IST

PCC President Reaction: ମେଣ୍ଟକୁ ନେଇ ଉଭୟ ବିଜେଡି ଏବଂ ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ । ନିଜ ସ୍ବାର୍ଥ ପାଇଁ ବୁଝାମଣା କରିଛନ୍ତି ଉଭୟ ଦଳ ବୋଲି କଟାକ୍ଷ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ବିଜେଡି ବିଜେପି ମେଣ୍ଟ ଫାଇଦା ନେବ କଂଗ୍ରେସ: ପିସିସି ସଭାପତି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିବାର ଆଭାସ ମିଳୁଛି । ଏକଦା ମେଣ୍ଟର ସାଥୀ ଥିବା ବିଜେଡି ଓ ବିଜେପି ମଧ୍ୟରେ ପୁଣି ଗଢି ଉଠିଛି ମିତ୍ରତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରଦିନ, ଉଭୟ ବିଜେଡି ଏବଂ ବିଜେପିର ବୈଠକ ମେଣ୍ଟ ଆଲୋଚନା ତେଜିଥିଲା । ସେପଟେ ମେଣ୍ଟ ନେଇ ଉଭୟ ବିଜେଡି ଏବଂ ବିଜେପିକୁ କଡା ସମାଲୋଚନା କରିଛି କଂଗ୍ରେସ ।

ପିସିସି ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସମିଟରେ କହିଛନ୍ତି, "ମୁଁ ପୂର୍ବରୁ ବିଜେଡି ବିଜେପି ଏକା ସଙ୍ଗେ ରହିଛନ୍ତି ବୋଲି ବହୁବାର କହିଛି । ଗରିବ, ଆଦିବାସୀ, ଚାଷୀ, ଯୁବକ ଓ ମହିଳାଙ୍କ ପାଇଁ କଣ କରିଛନ୍ତି ସରକାର ? ବିଜେଡି ରାଜର ଖଣି ପାଣି ଲୁଟ କରିଚାଲିଛି । ରାଜ୍ୟରେ ଦୁର୍ନୀତି ବଢି ଚାଲିଛି । ଯେତେ ଯୋଜନା ଘୋଷଣା କଲେ ବି ଲୋକେ ଆଉ ଗ୍ରହଣ କରୁନାହାନ୍ତି । ତେଣୁ ଉଭୟଙ୍କୁ ହାରିବା ଭୟ ଘାରିଲାଣି । ଇଡି, ସିବିଆଇ ଭୟରେ ବିଜେପି ପାଖରେ ସମର୍ପଣ କରିଛି ବିଜେଡି । ନିଜ ସ୍ବାର୍ଥ ପାଇଁ ବୁଝାମଣା କରିଛନ୍ତି ଉଭୟ ଦଳ । ଆସନ୍ତା ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ଗଢ଼ିବ । 9ରୁ 90 ସିଟ୍‌ ହାସଲ କରିବ କଂଗ୍ରେସ ।"

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ କଂଗ୍ରେସର କଟାକ୍ଷ

ପ୍ରକାଶ ଥାଉ, ଗତକାଲି ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଥିଲେ ଯେ ରାଜ୍ୟର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ନବୀନ ବାବୁ ନିଷ୍ପତ୍ତି ନେବେ, ତେବେ ଏଠି କଂଗ୍ରେସ ପଚାରିଛି କେଉଁ ସ୍ବାର୍ଥ ପାଇଁ ଏମାନେ ଏକ ହୋଇଛନ୍ତି ? ଶରତ କହିଛନ୍ତି, "ରାଜ୍ୟ ସ୍ବାର୍ଥ ପାଇଁ ଏମାନେ କଣ କରିଛନ୍ତି ? ରାଜ୍ୟକୁ ଯେତେବେଳେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳୁ ବୋଲି ଦାବି ହେଉଥିଲା, କୁଆଡେ ଗଲା ସେ ଦାବି ? ଓଡ଼ିଶାରେ ପୂର୍ବ ଅପେକ୍ଷା ମହିଳା ନିର୍ଯ୍ୟାତନା ବଢିଛି । ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଫେଲ ମାରିଛି ଶାସକ ବିଜେଡି ଦଳ । ଏବେ ରାଜ୍ୟ ସ୍ବାର୍ଥ କଥା ମନେ ପଡୁଛି ନା ଅସାଧୁ ମେଣ୍ଟ, ତାହା ଲୋକ ଜାଣିଛନ୍ତି । ବିଜେଡି ଲୋକପ୍ରିୟତା ହରାଉଛି, ଦଳର ଅସନ୍ତୁଷ୍ଟ ନେତା ମାନେ ଦଳ ପାଇଁ ବଡ଼ ଘାତକ ସାବ୍ୟସ୍ତ ହୋଇପାରନ୍ତି । ସେଥିପାଇଁ ବିଜେଡି ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇପାରୁନି । ସେପଟେ ବିଜେପି ମଧ୍ୟ ଏକା ଲଢ଼ି ଜନମତ ହାସଲ କରିପାରିବ, ଏହାକୁ ଗ୍ରହଣ କରିପାରୁନାହାନ୍ତି ଶୀର୍ଷ ନେତୃତ୍ବ ।" ସେଥିପାଇଁ ବୋଧହୁଏ ମେଣ୍ଟ ନେଇ ଚାଲିଛି ଆଲୋଚନା ବୋଲି ତୀବ୍ର ସମାଲୋଚନା କରିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.