ETV Bharat / politics

ଗୃହରେ ନିଟ୍‌ ବିଭ୍ରାଟ ତାତି: ମୁଲତବୀ ପ୍ରସ୍ତାବ ଦେଲେ ବିରୋଧୀ, ବାହାରେ ମଧ୍ୟ ପ୍ରତିବାଦ - OPPOSITION PROTEST IN PARLIAMENT

author img

By ETV Bharat Odisha Team

Published : Jul 1, 2024, 12:36 PM IST

ଗୃହ ଭିତରେ ଓ ବାହାରେ ତାତି । ନିଟ୍‌ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଏକାଧିକ ବିରୋଧୀ ସାଂସଦଙ୍କ ମୁଲତବୀ ପ୍ରସ୍ତାବ । ଗ୍ରହଣ କଲେନି ବାଚସ୍ପତି । ସଂସଦ ବାହାରେ ଏକଠି ପ୍ରତିବାଦ କଲେ ମିଳିତ ବିରୋଧୀ । ଅଧିକ ପଢନ୍ତୁ

ଗୃହରେ ନିଟ ବିଭ୍ରାଟ ପାଇଁ ମୁଲକତୀ ପ୍ରସ୍ତାବ ଦେଲେ ବିରୋଧୀ, ବାହାରେ ମଧ୍ୟ ପ୍ରତିବାଦ
ଗୃହରେ ନିଟ ବିଭ୍ରାଟ ପାଇଁ ମୁଲକତୀ ପ୍ରସ୍ତାବ ଦେଲେ ବିରୋଧୀ, ବାହାରେ ମଧ୍ୟ ପ୍ରତିବାଦ (ETV Bharat Odisha)

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ଅଧିବେଶନରେ ବିରୋଧୀଙ୍କ ସଂଖ୍ୟା ପୂର୍ବାପେକ୍ଷ ଅଧିକ ରହିବା ସହ ଚଳିତ ଅଧିବେଶନ ପ୍ରଥମରୁ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିଛି । ପ୍ରଥମେ କାମଚଳା ବାଚସ୍ପତି ଓ ପରେ ବାଚସ୍ପତି ନିର୍ବାଚନ ପ୍ରସଙ୍ଗକୁ ନେଇ ବିରୋଧୀ, ସରକାରଙ୍କ ଉପରେ ବର୍ଷି ସାରିଥିବା ବେଳେ ଏବେ ନିଟ୍‌ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ ଗୃହକୁ ସରଗରମ କରିବାରେ ଲାଗିଛି । ଆଜି ଏହି ପ୍ରସଙ୍ଗରେ ଏକାଧିକ ବିରୋଧୀ ସାଂସଦ ମୁଲତବୀ ପ୍ରସ୍ତାବ ନୋଟିସ୍‌ ଦେଇଥିଲେ । ହେଲେ ଏହାକୁ ବାଚସ୍ପତି ଓମ ବିର୍ଲା ଗ୍ରହଣ କରିନଥିଲେ । ଗୃହକାର୍ଯ୍ୟରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଏହା ପରେ ଦ୍ବିତୀୟ ଘଟଣାକ୍ରମରେ ଗୃହ ବାହାରେ ସଂସଦ ପରିସରରେ ବିରୋଧୀମାନେ ଏକାଠି ହୋଇ ନାରାବାଜୀ କରିଥିଲେ । ମକର ଦ୍ବାର ନିକଟରେ କିଛି ସମୟ ଧାରଣାରେ ବସିଥିଲେ । ମିଳିତ ବିରୋଧୀଙ୍କ ସମସ୍ତ ସାଂସଦ ହାତରେ ପ୍ଲାକାର୍ଡ ଧରି ମୋଦି ସରକାରରେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ନାରାବାଜୀ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ‘ସିବିଆଇ’ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ । ବିରୋଧୀମାନେ ‘ଭାଜପା କୋ ଯାଓ ଭ୍ରଷ୍ଟାଚାର କି ଲାଇସେନ୍ସ ପାଓ’ ବୋଲି ନାରା ଦେଉଥିବା ଦେଖିବାକୁ ମିଳିଥିଲା ।

ସେହିପରି ଗୃହରେ ଆଲୋଚନା ଚାଲିଥିବା ବେଳେ ବିରୋଧୀ ସଦସ୍ୟଙ୍କୁ କହିବା ପାଇଁ ପର୍ଯ୍ୟାପ୍ତ ସମୟ ଓ ସୁଯୋଗ ମିଳୁ ନଥିବା ନେଇ ମଧ୍ୟ ବିରୋଧୀମାନେ ପୂର୍ବ ଅଭିଯୋଗକୁ ଦୋହରାଇଥିଲେ । ମୁଲତବୀ ପ୍ରସ୍ତାବକୁ ଅସ୍ବୀକାର କରିବା ସହ ବାଚସ୍ପତି ଓମ ବିର୍ଲା ମଧ୍ୟ ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ବାଚସ୍ପତିଙ୍କ ପୋଡିୟମରେ ସମୟେ ସମୟେ ସବୁ ଦଳର ସଦସ୍ୟ ପୀଠାସୀନ ହୋଇ ଗୃହ କାର୍ଯ୍ୟ ପରିଚାଳନା କରନ୍ତି । ସେଠାରେ ମାଇକ ବନ୍ଦ କରିବା ପାଇଁ କୌଣସି ସିଷ୍ଟମ ଅଛି କି, ବୋଲି ବିର୍ଲା ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR - New criminal laws

ଚଳିତ ବିଧାନସଭାରେ ଶାସକ ମେଣ୍ଟର ସଂଖ୍ୟା ହ୍ରାସ ସାଙ୍ଗକୁ ବିରୋଧୀଙ୍କ ସଂଖ୍ୟା ଅନୁରୂପ ଭାବେ ବୃଦ୍ଧି ପାଇଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିକଟରେ 100 ଆସନ ସହ ଏହାର ନେତୃତ୍ବାଧୀନ ବିରୋଧୀ ମେଣ୍ଟ ଇଣ୍ଡିଆ ନିକଟରେ 244 ଆସନ ରହିଛି । ସେହିପରି ସଂଖ୍ୟା ବହୁମତ 272 ରୁ ଭାଜପା 240 ଆସନ ସହ ପଛରେ ରହିଛି । ଏନଡିଏ ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କ ସମର୍ଥନରେ ତୃତୀୟ ଥର ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଛି । ଏପରି ସମୟରେ ବିରୋଧୀ ପୂର୍ବାପେକ୍ଷା ଅଧିକ ପ୍ରଭାବୀ ଓ ଆକ୍ରାମକ ଭୂମିକାରେ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.