ETV Bharat / politics

କଂଗ୍ରେସରେ ପୁନର୍ବିନ୍ୟାସ; ଘୋଷଣା ହେଲା ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ନାମ

author img

By ETV Bharat Odisha Team

Published : Jan 30, 2024, 10:13 PM IST

OPCC announces list of Spokespersons, panelists, Secretaries and Coordinators in Odisha : କଂଗ୍ରେସ ଦଳରେ ଆରମ୍ଭ ହୋଇଛି ପୁନର୍ବିନ୍ୟାସ । ଆଜି ଏଥିପାଇଁ ଦଳ ପକ୍ଷରୁ ଘୋଷଣା ହୋଇଛି ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ମାନଙ୍କର ତାଲିକା । ଅଧିକ ପଢନ୍ତୁ

କଂଗ୍ରେସରେ ପୁନର୍ବିନ୍ୟାସ ; ଘୋଷଣା ହେଲା ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ନାମ

ଭୁବନେଶ୍ବର : ରାଜ୍ୟରେ କଂଗ୍ରେସ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଶକ୍ତି ସମାବେଶ ପରେ କଂଗ୍ରେସ ଏବେ ନିର୍ବାଚନକୁ ନେଇ ଅଣ୍ଟା ଭିଡିଲାଣି । ଏହି କ୍ରମରେ ଦଳରେ ଆରମ୍ଭ ହୋଇଛି ପୁନର୍ବିନ୍ୟାସ । ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗକୁ ସୁଦୃଢ଼ ତଥା ତ୍ବରାନ୍ବିତ କରୁଛି ଦଳ । ଆଜି ଏଥିପାଇଁ ଦଳ ପକ୍ଷରୁ ଘୋଷଣା ହୋଇଛି ପିସିସି ଗଣମାଧ୍ୟମ ବିଭାଗର ବରିଷ୍ଠ ମୁଖପାତ୍ର, ମୁଖପାତ୍ର, ପ୍ୟାନେଲିଷ୍ଟ, ସମ୍ପାଦକ ଏବଂ ସଂଯୋଜକଙ୍କ ମାନଙ୍କର ତାଲିକା । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଲିକାକୁ ଅନୁମୋଦନ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ଡ. ବିଶ୍ବ ରଞ୍ଜନ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ବରିଷ୍ଠ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଲଲାଟେନ୍ଦୁ ମହାପାତ୍ର । ଦଳୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ହମିଦ୍ ହୁସେନ, ମନୋରଞ୍ଜନ ଦାସ, ସୁଦର୍ଶନ ଦାସ, ଇଂ ସସ୍ମିତା ବେହେରା, ବିଧାୟକ ଅଧିରାଜ ପାଣିଗ୍ରାହୀ , ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ରଶ୍ମି ମହାପାତ୍ର, ଅପର୍ଣ୍ଣା ଧିର ସିଂ, କୃଷ୍ଣଚନ୍ଦ୍ର ପତି, ଅଭିଶେକ ମହାନନ୍ଦ, ଡ. ସ୍ମୃତିରଞ୍ଜନ ଲେଙ୍କା, ଅମୀୟ ପାଣ୍ଡବ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୁୟାଁ ଓ ରବିନ୍ଦ୍ର ଆଚାର୍ଯ୍ୟ ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମିନାକ୍ଷୀ ବାହିନୀପତି

ଗଣମାଧ୍ୟମ ସମ୍ପାଦକ ହୋଇଛନ୍ତି ପ୍ରଶାନ୍ତ ଶତପଥୀ । ଟିଭି ପ୍ୟାନେଲିଷ୍ଟ ଭାବେ ଦାୟିତ୍ବ ଦିଆଯାଇଛି ପଂଚାନନ ଦାସ, ଜିନେଶ ଦାସ, ପିତବାସ ପଣ୍ଡା, ଅମିତ ମହାନ୍ତି, ଆଡ଼ଭୋକେଟ ଆଲବର୍ଟ କିଣ୍ଡୋ, ନଳିନୀକାନ୍ତ ନାୟକ, ମନଶା ତ୍ରିପାଠୀ, ଜୟଶ୍ରୀ ପାତ୍ର, ଝୁନା ପଟ୍ଟନାୟକ, ଶୁଭେନ୍ଦୁ ଶେଖର ମଲ୍ଲିକ, ସଂଗ୍ରାମ କିଶୋର ମାଝି ଓ କୈଳାଶ ମୁଖିଙ୍କୁ । ସେହିପରି ବରିଷ୍ଠ ସଂଯୋଜକ ହୋଇଛନ୍ତି ଦୀପକ କୁମାର ମହାପାତ୍ର ଓ ସଂଯୋଜକ ରହିଛନ୍ତି ବିରେନ କୁମାର ଦଳାଇ ଓ ହରି ଶଙ୍କର ଜେନା ।

ସେହିପରି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ର ସଭାନେତ୍ରୀ ଭାବେ ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି କାର୍ଯ୍ୟ କରିବେ । ବର୍ତ୍ତମାନ ଦଳରେ ସେ ସାଧାରଣ ସମ୍ପାଦିକା ଭାବେ କାର୍ଯ କରୁଥିଲେ । ଏହା ସହ ମହିଳା କଂଗ୍ରେସର ଭୁବନେଶ୍ବର ଶାଖାର ସଭାନେତ୍ରୀ ଭାବେ ରିତାଶ୍ରୀ ମହାନ୍ତି , ଖୋର୍ଦ୍ଧା ଶାଖାର ସଭାନେତ୍ରୀ ଭାବେ ସୁଭଦ୍ରା ମିଶ୍ର , ବଲାଙ୍ଗୀର ଶାଖାର ସଭାନେତ୍ରୀ ଭାବେ ମହିନ୍ଦ୍ରା ସାହୁ , ବୌଦ୍ଧ ଶାଖାର ସଭାନେତ୍ରୀ ଭାବେ ରଶ୍ମି ମହାପାତ୍ର, କଟକ ଓ ଗଞ୍ଜାମ ଶାଖାର ସଭାନେତ୍ରୀ ଭାବେ ଶ୍ରୀୟାସ୍ମିତା ପଣ୍ଡା ଆଦିଙ୍କୁ ଦାୟିତ୍ବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.