ETV Bharat / politics

ସାରସକଣାରେ ବିଜେଡିର ଶକ୍ତି ପ୍ରଦର୍ଶନ, ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ - Odisha Lok Sabha Election 2024 - ODISHA LOK SABHA ELECTION 2024

BJD Campaign: ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ପ୍ରଦର୍ଶନ । ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କଲେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି । ଅଧିକ ପଢନ୍ତୁ

BJD Campaign
BJD Campaign (Etv Bharat)
author img

By ETV Bharat Odisha Team

Published : May 3, 2024, 9:52 AM IST

Updated : May 3, 2024, 2:12 PM IST

ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ (Etv Bharat Odisha)
ରାଇରଙ୍ଗପୁର: ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ସବୁଠି ପ୍ରଚାର ଜୋରଦାର । ଏହିକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ବିଶାଳ ଶୋଭାଯାତ୍ରାରେ ପ୍ରଚାର କରିଛନ୍ତି ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି । ଯୋଡି ଶଙ୍ଖରେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ କରିଛନ୍ତି ପ୍ରାର୍ଥୀ ।

ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ସାରସକଣା ନିର୍ବାଚନ ମଣ୍ଡଳୀରେ ଗୁରୁବାର ଦିନ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ହଜାର ହଜାର ସମର୍ଥକଙ୍କ ସହ ବିଜେଡିର ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ପ୍ରଚାର କରିଛନ୍ତି । ଦୁଇ ହେଭିୱେଟ ନେତା ଙ୍କୁ ପ୍ରଥମେ ଜିଲ୍ଲାର ବିଶୋଇ ଅଞ୍ଚଳରେ ବିଜେଡି କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଦିବାସୀ ପାରମ୍ପରିକ ନୃତ୍ୟ ମାଧ୍ୟମରେ ଉଭୟଙ୍କୁ ସ୍ବାଗତ କରାଯିବା ସହିତ ପାଛୋଟି ନେଇଥିଲେ ଅଞ୍ଚଳବାସୀ ।

ଏହାମଧ୍ୟ ପଢନ୍ତୁ..ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ, ସୁଦାମ ନା ନବ କାହାକୁ ଭରସା କରିବେ ଜନତା ? - Lok Sabha Election 2024

ଏହାପରେ ବିଶୋଇ ଡାକ ବଙ୍ଗଳା ଛକ ନିକଟରୁ ବିଶୋଇ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସୁଦାମ ଓ ଦେବାଶିଷ ସମେତ ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ଦଳର ଅନ୍ୟ ତୁଙ୍ଗ କର୍ମୀ ଓ ନେତା ବୀର ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଚାର ଗାଡ଼ିରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ସହିତ ରାଜ୍ୟସଭା ସାଂସଦ ମମତା ମହାନ୍ତ ହଜାର ହଜାର ଯୁବ, ମହିଳା ଓ ବିଜେଡି କର୍ମୀଙ୍କ ଗହଣରେ ବିଶାଳ ରୋଡ଼ ସୋ କରି ବିଶୋଇ ବ୍ଲକ ଛକରେ ପହଞ୍ଚିଥିଲେ । ବ୍ଲକ ଛକରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ନେତା ।

ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ସାରସକଣା ନିର୍ବାଚନ ମଣ୍ଡଳୀର ବିଶୋଇ ଠାରେ ଏକ ବିଶାଳ ଶକ୍ତି ପ୍ରଦର୍ଶନ କରିଛନ୍ତିି ଉଭୟ ପ୍ରାର୍ଥୀ । ଓଡିଶା ଲୋକଙ୍କ ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ ଦରକାର ନାହିଁ ଏଠି ନବୀନ ଇଞ୍ଜିନ ସବୁଠୁ ଶକ୍ତିଶାଳୀ ବୋଲି କହିଛନ୍ତି ଉଭୟ ପ୍ରାର୍ଥୀ । ଏଥର ନିର୍ବାଚନରେ ଯୋଡିଏ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ଦେବାଶିଷ ମାରାଣ୍ଡି ଓ ସୁଦାମ ମାରାଣ୍ଡି ।

ଏହି କାର୍ଯ୍ୟକ୍ରମରେ ସଂଯୋଜକ ଦେବାଶିଷ ମହାନ୍ତି, ବ୍ଲକ କାର୍ଯ୍ୟକାରୀ ସଭାପତି କ୍ଷୀରୋଦ କୁମାର ନନ୍ଦ, ମହିଳା ସଭାପତି ଆରତି ମହାନ୍ତ, ଯୁବ ସଭାପତି ନିଲେଶ ରାମ, ଛାତ୍ର ସଭାପତି ସଚିନ୍ଦ୍ର ମହାନ୍ତଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାବେଶ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : May 3, 2024, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.