ETV Bharat / politics

ଚତୁର୍ଥ ପର୍ଯ୍ୟାୟ ମତଦାନ ବିଜ୍ଞପ୍ତି: ନିଆଳି, ସାଲେପୁର ମାହାଙ୍ଗା ନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ - Odisha Lok Sabha election 2024

author img

By ETV Bharat Odisha Team

Published : May 7, 2024, 1:48 PM IST

Odisha fourth phrase Election notification: ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ ୧ ତାରିଖରେ ମାହାଙ୍ଗା , ସାଲେପୁର ଓ ନିଆଳି ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଅଧିକ ପଢନ୍ତୁ

cuttack
cuttack (Etv Bharat Odisha)

cuttack (ETV Bharat Odisha)

କଟକ: ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜାରି ହେଲା ବିଜ୍ଞପ୍ତି । ଆସନ୍ତା ଜୁନ ୧ ତାରିଖରେ ମାହାଙ୍ଗା , ସାଲେପୁର ଓ ନିଆଳି ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଆଜିଠୁ(ମଙ୍ଗଳବାର) ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା । ଏହା ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏହାପରେ ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ପାରିବେ ପ୍ରାର୍ଥୀ । ସକାଳ ୭ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ହେବ ।

ନିର୍ବାଚନ ପରିଚାଳନା ନେଇ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଏହି 3 ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କ ସଂଖ୍ୟା ଦେଖିବା ତେବେ ସାଲେପୁରରେ ୨ ଲକ୍ଷ ୪୮ ହଜାର ୫୪୧, ମାହାଙ୍ଗା ୨ ଲକ୍ଷ ୭୧ ହଜାର ୦୪୭ ଓ ନିଆଳିରେ ୨ ଲକ୍ଷ ୪୮ହଜାର ୩୨୮ ରହିଛନ୍ତି । ଅନ୍ୟପଟେ ସାଲେପୁରରେ ୨୫୩ ,ମାହାଙ୍ଗାରେ ୩୦୯ ଓ ନିଆଳିରେ ୨୭୪ଟି ବୁଥ ରହିଛି । ସମ୍ବେଦନଶୀଳ ବୁଥ ମାନଙ୍କରେ ୱେବ କାଷ୍ଟିଙ୍ଗ ଉପରେ ରହିବ ଗୁରୁତ୍ୱ । ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ନିର୍ବାଚନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ବଳ, ଫ୍ଲାଇଂ ସ୍କ୍ୱାର୍ଡ , ଷ୍ଟାଟିକ ସର୍ଭିଲାନ୍ସ ଟିମ ମଧ୍ୟ ନିୟୋଜିତ କରାଯିବ ।"

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ଜୁନ 1ରେ ପଡ଼ିବ ଭୋଟ୍ - Lok Sabha Election 2024

ତେବେ ଆସନ୍ତା ମେ ୨୫ ଓ ଜୁନ୍ ୧ ତାରିଖରେ କଟକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ । ଜିଲ୍ଲାର ତିନିଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ବିଧାସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନ ହେବ । ଜିଲ୍ଲାରେ ମୋଟ ୨୧ଲକ୍ଷ ୪୧ ହଜାର ୯୦୪ ଜଣ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧୦ ଲକ୍ଷ ୪୧ ହଜାର ୬୧୯ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୬୪ । ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ୪୫ ହଜାର ୨୧୮ ରହିଥିବା ବେଳେ ଶହେ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ରହିଛି ୮୨୯ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪୧ ହଜାର ୯୯୨ ।

ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲାର ଷାଠିଏ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱିତ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି-ଭିଜିଲ୍ ଆପ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ ବୋଲି ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରଯାଇଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.