ETV Bharat / politics

ଆଶୀର୍ବାଦ ସଭାରେ ଶକ୍ତି ପ୍ରଦର୍ଶନ କଲେ ମାରାଣ୍ଡି ଦମ୍ପତି - Odisha Lok Sabha Election 2024 - ODISHA LOK SABHA ELECTION 2024

Mayurbhanj constituency: ବିଜେଡି ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବାଙ୍ଗିରିପୋଷି ବିଜେଡି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କ ଶକ୍ତି ପ୍ରଦର୍ଶନ । ଅଧିକ ପଢନ୍ତୁ

Mayurbhanj constituency
Mayurbhanj constituency (Etv Bharat)
author img

By ETV Bharat Odisha Team

Published : May 4, 2024, 10:15 AM IST

Mayurbhanj constituency (Etv Bharat)

ରାଇରଙ୍ଗପୁର: ପାଖେଇ ଆସୁଛି ନିର୍ବାଚନ ତାରିଖ । କମ୍ପୁଛି ପ୍ରଚାର ମୈଦାନ । ରାଜ୍ୟରେ ଗ୍ରୀଷ୍ମ ତାତିଠୁ ବଳିଯାଉଛି ରାଜନେତାଙ୍କ ପ୍ରଚାର ତାତି । ଏହି କ୍ରମରେ ଶୁକ୍ରବାର ବିଜେଡିର ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କ ନେତୃତ୍ବରେ ବାଙ୍ଗିରିପୋଷି ଅନ୍ତର୍ଗତ ଧନପୁରଠାରେ ଏକ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା । ବିଶାଳ ରାଲିରେ ଏହି ସଭାରେ ପହଞ୍ଚି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ମାରାଣ୍ଡି ଦମ୍ପତି ।

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ଧନପୁରଠାରେ ଦ୍ବିତୀୟ ଥର ପାଇଁ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟାରେ ବାରିପଦାର ବିର୍ସା ମୁଣ୍ଡା ଛକଠାରୁ ଏକ ବିଶାଳ ରାଲିରେ ଆସି ଶକ୍ତି ପ୍ରଦର୍ଶନ କରିଥିଲେ ସୁଦାମ ମାରାଣ୍ଡି ଓ ରଞ୍ଜିତା ମାରାଣ୍ଡି ।

ଏହାମଧ୍ୟ ପଢନ୍ତୁ.. ମୟୂରଭଞ୍ଜ ଲୋକସଭା ଆସନରେ ବିଗ୍ ଫାଇଟ, ସୁଦାମ ନା ନବ କାହାକୁ ଭରସା କରିବେ ଜନତା ? - Lok Sabha Election 2024

ଉଭୟ ଏହି ବ୍ଲକସ୍ତରୀୟ ଆଶୀର୍ବାଦ ସଭାରେ ଯୋଗଦେଇ ହଜାର ହଜାର ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭାରେ ସୁଦାମ ମାରାଣ୍ଡି ଭାବବିହ୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଉପସ୍ଥିତ ଜନସାଧାରଣଙ୍କୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସମୟରେ ବହୁତ କିଛି ତ୍ୟାଗ କରିଥିବା କଥା କହିଥିଲେ । କେବଳ ସେତିକି ନୁହେଁ ନିଜ ପରିଶ୍ରମରେ ଲୋକପ୍ରିୟତା ହାସଲ କରିଥିବାରୁ ନିଜକୁ ବାଘ ଏବଂ ନିଜ ସ୍ତ୍ରୀଙ୍କୁ ବାଘୁଣୀ ଆଖ୍ୟା ଦେଇ ଲୋକଙ୍କ ସାଥିରେ ଥିବା କଥା କହିଥିଲେ । ଓଡ଼ିଶାର ଜନସାଧାରଣଙ୍କ ପାଇଁ ନିଜ ସହିତ ପରିବାରକୁ ମଧ୍ୟ ଉତ୍ସର୍ଗ କରି ଲୋକଙ୍କ ସହିତ ରହି ଲୋକଙ୍କ ପାଇଁ କାମ କରିବା କଥା କହିଛନ୍ତି ମାରାଣ୍ଡି ଦମ୍ପତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଶତକଡା ୩୩ ପ୍ରତିଶତ ମହିଳାମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହିତ ରଞ୍ଜିତା ମାରାଣ୍ଡିଙ୍କୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାରାଣ୍ଡି ଦମ୍ପତି । ତେବେ ମହିଳାମାନେ କିପରି ଆହୁରି ସ୍ବାବଲମ୍ବୀ ହେବେ ଏବଂ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ ଏହି ଆଶା ରଖି ନିର୍ବାଚନ ମଇଦାନରେ ଓହ୍ଲାଇଥିବା କହିଛନ୍ତି ରଞ୍ଜିତା ମାରାଣ୍ଡି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ଆଗେଇ ନେବା ପାଇଁ ଉଭୟ ପ୍ରାର୍ଥୀ ସଦାସର୍ବଦା କାର୍ଯ୍ୟରତ ରହିବେ ବୋଲି କହିବା ସହିତ ଉଭୟ ବିଧାୟକ ଓ ସାଂସଦ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.