ETV Bharat / politics

କାକଟପୁରରେ ବିଜେପିର ଶକ୍ତି ପ୍ରଦର୍ଶନ, ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ ଶୋ - BJP Campaign Kakatpur

author img

By ETV Bharat Odisha Team

Published : May 3, 2024, 10:17 AM IST

Updated : May 3, 2024, 2:09 PM IST

Kakatpur constituency: କାକଟପୁର ବିଜେପିର ଶକ୍ତି ପ୍ରଦର୍ଶନ । ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ସାଂସଦ ପ୍ରାର୍ଥୀ ବିଭୁ ତରାଇ ହଜାର ହଜାର କର୍ମୀଙ୍କ ସହ ବିଶାଳ ରୋଡ ସୋ କରିଛନ୍ତି । ଅଧିକ ପଢନ୍ତୁ

Kakatpur constituency
Kakatpur constituency (Etv Bharat)
ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ବିଶାଳ ରୋଡ ଶୋ (Etv Bharat)

ନିମାପଡା:ସବୁଠି ନିର୍ବାଚନ ତାତି । ଗୁରୁବାର ଦିନ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଶକ୍ତି ପ୍ରଦର୍ଶନ କରିଛି । ହଜାର ହଜାର କର୍ମୀଙ୍କ ସହ ବିଶାଳ ରୋଡ ସୋ କରି କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ପ୍ରଚାର କରିଛନ୍ତି । ବିଜେପିକୁ ଭୋଟ ଦେଇ ମୋଦିଙ୍କ ହାତମୁଠାକୁ ଆହୁରୀ ଟାଣ କରିବା ପାଇଁ ଅପିଲ କରିଛନ୍ତି ପ୍ରାର୍ଥୀ ।

ଗୁରୁବାର କାକଟପୁରରେ ବିଜେପି ତାର ଶକ୍ତି ପ୍ରଦର୍ଶନ କରିଛି । କାକଟପୁର ବିଜେପି ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ପ୍ରଥମେ କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିର ଆସି ଆଶିଷ ଭିକ୍ଷା କରି ପ୍ରଚାର ଆରମ୍ଭ କରିଥିଲେ । ନୟାହାଟ ଆଳୁଦଣ୍ଡାପାଟଣା ସାଇ ମନ୍ଦିରରୁ ବାଇଧର ମଲ୍ଲିକ ନିଜର ହଜାର ହଜାର ସଂଖ୍ୟାର କର୍ମୀଙ୍କ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରିଥିଲେ । ଏହି ଶୋଭାଯାତ୍ରାରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ମଧ୍ୟ ସାମିଲ ହୋଇଥିଲେ ।

ଏହି ଅବସରରେ ପ୍ରାର୍ଥୀମାନେ କାକଟପୁରରେ ଦୀର୍ଘ ଦିନ ଧରି ଲାଗିରହିଥିବା ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇବା ସହ ବିଜେପି ସରକାର ଆସିଲେ ଏହି ସମସ୍ୟାର ସମାଧାନ କରାଯିବା ନେଇ କହିଥିଲେ । ଆଉମଧ୍ୟ ବିଜେଡି ଓ କଂଗ୍ରେସ ଉପରେ ଜନତା ଆସ୍ଥା ହରାଇ ସାରିଥିବା ବେଳେ ଏବେ କେବଳ ବିଜେପି ଉପରେ ଭରସା କରୁଥିବା କଥା କହିଛନ୍ତି କାକଟପୁର ବିଧାୟକ ପ୍ରାର୍ଥୀ ।

ଏହାମଧ୍ୟ ପଢନ୍ତୁ.. କାକଟପୁର ବିଜେଡିରେ କନ୍ଦଳ, ଫାଇଦା ଉଠାଇବା ଲକ୍ଷ୍ୟରେ କଂଗ୍ରେସ - Kakatpur Assembly Constituency

ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ କହିଛନ୍ତି, "ସାଂସଦ ଥିବା ବେଳେ ଲୋକମାନଙ୍କର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ସଂସଦରେ ଉପସ୍ଥାପିତ କରିଥିଲି । ସାଗରମାଳା ପ୍ରୋଜେକ୍ଟ କାହିଁକି ବନ୍ଦ ରହିଛି । ମୋଦିଜୀ ଏହି ପ୍ରୋଜେକ୍ଟ କରିବାକୁ ଚାହୁଁଥିଲେ । କାକଟପୁର ଠାରୁ ପାରାଦ୍ୱୀପ ସମୁଦ୍ର କୂଳେ କୂଳେ ରାସ୍ତା ତିଆରି କରିବା ପାଇଁ ମୋଦିଜୀ ସମସ୍ତ ଅର୍ଥ ଦେବାକୁ ଚାହୁଁଥିଲେ । ହେଲେ ଓଡ଼ିଶା ସରକାରଙ୍କ ଉଦାସୀନ ତଥା ଉପେକ୍ଷା ମନୋଭାବ ପାଇଁ ସାଗରମାଳା ରାସ୍ତା ତିଆରି ହୋଇପାରିଲା ନାହିଁ । ପିଇବା ପାଣିର ଉତ୍କଟ ସମସ୍ୟା ଏବେଯାଏଁ ସମାଧାନ ହୋଇପାରିଲା ନାହିଁ ।"
ଅନ୍ୟପଟେ ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ କହିଛନ୍ତି, " ଏଠି ପଇସା ନଦେଲେ କାମ ନହୁଏ । ଜନସାଧାରଣମାନେ ଅତିଷ୍ଟ ହେଲେଣି , ଦୀର୍ଘ ଦିନ ଧରି ଯେଉଁ ଶାସନ ଚାଲିଛି ତାକୁ ଜନତା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କଂଗ୍ରେସର ସ୍ଥିତି ମଧ୍ୟ ମଜଭୂତ ନାହିଁ । ଏକମାତ୍ର ବିକଳ୍ପ ଭାବେ ବିଜେପିକୁ ବାଛି ନେଇଛନ୍ତି ଲୋକେ ।"

ଇଟିଭି ଭାରତ, ନିମାପଡା

Last Updated : May 3, 2024, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.