ETV Bharat / politics

ରାଉରକେଲାରେ ବିଜେଡିର ବିଶାଳ ମିଶ୍ରଣ ପର୍ବ, ସାମିଲ ହେଲେ ହଜାରରୁ ଉର୍ଦ୍ଧ୍ୱ କର୍ମୀ - Bjd joining Program - BJD JOINING PROGRAM

Bjd joining Program: ସୁନ୍ଦରଗଡ ଜିଲ୍ଲାରେ ବିଜେଡିର ମିଶ୍ରଣ ପର୍ବ । ଯୋଗ ଦେଲେ ଏକ ହଜାରରୁ ଅଧିକ କର୍ମୀ । ସୁନ୍ଦରଗଡରେ ସମସ୍ତ ଆସନରେ ବିଜେଡିର ବିଜୟ ସୁନିଶ୍ଚିତ କହିଲେ ସାରଦା ନାୟକ ।

Bjd joining Program
Bjd joining Program
author img

By ETV Bharat Odisha Team

Published : Apr 27, 2024, 10:20 AM IST

Bjd joining Program

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ବିଜେଡିର ବିଶାଳ ମିଶ୍ରଣ ପର୍ବ । ଏକାଥରେ ବିଜେଡିରେ ସାମିଲ ହେଲେ ହଜାରେରୁ ଉର୍ଦ୍ଧ୍ବ କର୍ମୀ । ଶୁକ୍ରବାର ଦିନ ଜିଲ୍ଲାର ରାଉରକେଲା ସହରରେ ଆୟୋଜିତ ବିଜେଡି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ହଜାରରୁ ଅଧିକ କର୍ମୀ ଯୋଗ ଦେଇଛନ୍ତି । ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ସାରଦା ନାୟକଙ୍କ ଉପସ୍ଥିତିରେ ଏମାନେ ଶଙ୍ଖ ଧରିଛନ୍ତି ।

ସୁନ୍ଦରଗଡରେ ସବଳ ହେଉଛି ବିଜେଡି । ରାଉରକେଲାରେ ସାରଦା ନାୟକଙ୍କ ସମର୍ଥନରେ ବିଜେଡିରେ ମିଶିଛନ୍ତି ୧୦୦୦ରୁ ଅଧିକ ଲୋକେ । ଉଭୟ ବିଜେପି ଓ କଂଗ୍ରେସର କର୍ମୀ ଓ ନେତାମାନେ ସେମାନଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଦଳ ପ୍ରତି ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ସେମାନଙ୍କୁ ଶଙ୍ଖ ଉତ୍ତରୀୟ ପକାଇ ଦଳରେ ସାମିଲ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବିଜେଡିରେ ସାମିଲ ହେଲେ ପାଟଣାଗଡର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ପୁରୋହିତ - BJD Joining Program

ଏହି ଅବସରରେ ସାରଦା ନାୟକ କହିଛନ୍ତି, " ବିଜେଡି ଦଳ ଆଗାମୀ ନିର୍ବଚନରେ ନିଶ୍ଚିତ ବିଜୟ ଲାଭ କରିବ । ଏହା ଆରମ୍ଭ ହେଲା । ଏହାର ଶେଷ ଯେଉଁଠି ହେବ କେହି ଚିନ୍ତା କରିନଥିବେ । ଏହାର ସମସ୍ତ ଶ୍ରେୟ ଯାଉଛି ନବୀନ ପଟ୍ଟନାୟକଙ୍କୁ । ମୃତ ରାଉରକେଲା ସହରକୁ ପ୍ରଗତିର ସହର ଓ ବିଶ୍ୱ ହକି କପର ସହର କରିଛନ୍ତି ନବୀନ ପଟ୍ଟନାକ । ଓଡିଶାର ଭବିଷ୍ୟତ ହେଉଛନ୍ତି ନବୀନ ପଟ୍ଟନାୟକ । ଏହାପରେ ଜନସମୁଦ୍ର ଦେଖିବେ । ସୁନ୍ଦରଗଡ ମାଟିରେ ପୁନରାବୃର୍ତ୍ତି ହେବାକୁ ଯାଉଛି ।

ଅନ୍ୟପଟେ ଏନେଇ ପ୍ରୀତି ରଞ୍ଜନ ଘଡେଇ କହିଛନ୍ତି, "ବିଜେଡି ଦଳରେ ରାଉରକେଲା ପାଇଁ ଦିନ ରାତି କାମ କରୁଥିବା ଭଳି କର୍ମୀ ବର୍ତ୍ତମାନ ବିଜେଡିରେ ଯୋଗ ଦେଉଥିବା ବେଳେ ଏଥର ବିଜେଡି ନିଶ୍ଚିତ ବିଜୟ ହେବ । ସୁନ୍ଦରଗଡ ଜିଲ୍ଲାରେ ବିଜୁ ଜନତା ଦଳ ଏଥର ଲୋକସଭା ଓ ୭ଟି ଯାକ ବିଧାନସଭା ନିଶ୍ଚୟ ଜିତିବ । ଜିଲ୍ଲାରେ ଏକପାଖିଆ ନିର୍ବାଚନ ବିଜୁ ଜନତା ଦଳ ସପକ୍ଷରେ ଯିବ । ସମସ୍ତ ଲୋକ ଏକତ୍ରିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଜନସମର୍ଥନ ପ୍ରତ୍ୟେକ ଦିନ ବଢୁଛି । ସୁନ୍ଦରଗଡମାଟି ଇତିହାସ ରଚିବ । ବହୁ ଭୋଟରେ ବିଜୁ ଜନତା ଦଳ ବିଜୟ ହେବ ।

ଏହି ମିଶ୍ରଣ ପର୍ବରେ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ଓ ବିଜେଡିର ନେତାମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।ରାଉରକେଲାରେ ବିଜେଡିର କିଭଳି ବିଜୟ ହେବ ସେନେଇ ଆଲୋଚନା କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.