ETV Bharat / politics

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା: ଗର୍ଜିଲା ବିଜେଡି, 'ଓଡ଼ିଶାର ସ୍ବାଭିମାନ ପ୍ରତି ଆଞ୍ଚ ଆସିଛି, ମୋହନ ସରକାର ନିରବଦ୍ରଷ୍ଟା' - ASO Assault Case

author img

By ETV Bharat Odisha Team

Published : Jul 18, 2024, 6:04 PM IST

BJD Protest Over ASO Assault Case: ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା ପରେ ଓଡ଼ିଆ ଅସ୍ମିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ନ୍ୟାୟ ଦାବି କରି ମୋହନ ସରକାରଙ୍କ ଉପରେ ବର୍ଷିଛି ବିଜେଡି । କାହିଁକି ଏଯାଏଁ ହୋଇନି କାର୍ଯ୍ୟାନୁଷ୍ଠାନ ? ASOଙ୍କ ବଦଳି ପରେ ନ୍ୟାୟ ମିଳିବ ନା ନାହିଁ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ପଢନ୍ତୁ ପୂରା ଖବର ।

ASO Assault Case
ASO Assault Case (ETV Bharat Odisha)

ଭୁବନେଶ୍ବର: ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା । ନ୍ୟାୟ ନମିଳିବା ନେଇ ପ୍ରତିବାଦ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ । ବିଜେଡିର ଏହି ଦୁଇ ଛାମୁଆ ସଂଗଠନ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ବିଜୁ ଜନତା ଦଳର ବିଧାୟକ ଓ ବରିଷ୍ଠ ନେତା । ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରିବାକୁ ଦଳ ଦାବି କରିଛି ।

ASO Assault Case (ETV Bharat Odisha)

ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି:

ବୈକୁଣ୍ଠଙ୍କୁ ସୁରକ୍ଷା ସହ ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାକୁ ବିଜେଡି ଦାବି କରିଛି । ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି , "ବିଜୁ ଜନତା ଦଳର ସରକାର ସମୟରେ ଯିଏ ଭୁଲ କରୁଥିଲେ ତାଙ୍କୁ ଦଣ୍ଡ ମିଳୁଥିଲା । ଦୋଷୀ ସାବ୍ୟସ୍ତ ହେଲେ ବିଜେଡି ସଭାପତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଥିଲେ । ସେତେବେଳେ 3 ଜଣ ବିଧାୟକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆଜି ଓଡ଼ିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ମୋହନ ସରକାର ଜଣେ ଓଡ଼ିଆ ପୁଅକୁ ନ୍ୟାୟ ଦେଉନାହାନ୍ତି ।"

'ଓଡ଼ିଆ ପୁଅକୁ ମାଡ଼ ମାରିଲେ ଝାଡ଼ଖଣ୍ଡ ଲୋକ':

ବିଜେଡି ବିଧାୟକ ବ୍ୟୋମକେଶ କହିଛନ୍ତି, "ରାଜଭବନରେ କାର୍ଯ୍ୟରତ ଥିବା ସମୟରେ ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ । ଖାଲି ସେତିକି ନୁହେଁ, ଜୋତାରେ ଛେପ ପକାଇ ଚାଟିବାକୁ କହିଲେ । ତାଙ୍କୁ ଆଉ କିଛି ଝାଡଖଣ୍ଡୀ ବନ୍ଧୁ ସହଯୋଗ କଲେ । ଘଟଣାଟି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡ଼ିଶାର ସ୍ୱାଭିମାନ ପ୍ରତି ଆଞ୍ଚ ଆସିଛି । ଏହି ଘଟଣାରେ ମୋହନ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଅଭିଯୋଗର 10 ଦିନ ପରେ ମଧ୍ୟ ଚୁପ ହୋଇ ବସିଛନ୍ତି । ଆଇନ ସାଧାରଣ ଲୋକ ଓ ରାଜ୍ୟପାଳଙ୍କ ପୁଅ ଲାଗି ଅଲଗା କି ? ରାଜ୍ୟପାଳଙ୍କ ପୁଅକୁ ଗିରଫ ନକରିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ । ଘଟଣାରେ ଆଗାମୀ ଦିନରେ ରାଜରାସ୍ତାରେ ଲଢେଇ ହେବ ବୋଲି ବିଜେଡି ପକ୍ଷରୁ ଆଜି ଘୋଷଣା କରାଯାଉଛି ।"

ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଲା ବିଜେଡି:

ସେହିପରି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, "ବର୍ବର କାଣ୍ଡ କରିଛନ୍ତି ରାଜ୍ୟପାଳଙ୍କ ପୁଅ । କିନ୍ତୁ ଦୁଃଖର କଥା ହେଉଛି, ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ରାଜା ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ଭାବି ଚୁପ ବସିଛନ୍ତି ସରକାର । କିନ୍ତୁ ନବୀନ ସରକାରରେ ଦୁର୍ନୀତି ଓ ହିଂସାକାଣ୍ଡ ଭିଆଇଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ସରକାର ପରିବର୍ତ୍ତନ ହେବା ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ଓଡ଼ିଆ ହାହାକାରରେ ଅଛନ୍ତି । ଓଡ଼ିଆ ପୁଅର ସ୍ୱାଭିମାନ ଓ ଅସ୍ମିତା ଉପରେ ଝାଡଖଣ୍ଡୀ ମାଡ଼ ପଡିଛି । ଓଡ଼ିଆ ପୁଅ ଉପରେ ହୋଇଥିବା ଅତ୍ୟାଚାର ଉପରେ ବିଜେପି ସରକାର ଚୁପ ରହିଛନ୍ତି । ବୈକୁଣ୍ଠଙ୍କ ସୁରକ୍ଷା ଦେବା ବଦଳରେ ଆକ୍ରମଣକାରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି । ସେହିପରି ବୈକୁଣ୍ଠଙ୍କର ବିଭାଗ ବଦଳି କରାଯାଇଛି । ଏହା ପ୍ରତ୍ୟେକ ଓଡ଼ିଆଙ୍କୁ କୁଠାରଘାତ । ସମଗ୍ର ରାଜ୍ୟରେ ଏହି ଆନ୍ଦୋଳନ ବ୍ୟାପକ କରାଯିବ ।

ଏହା ବି ପଢନ୍ତୁ...ASOଙ୍କ ବଦଳି ପରେ ତେଜିଲା ରାଜନୀତି: ବିଜେପିର ଓଡିଆ ଅସ୍ମିତା ମିଛ ନାଟକ କହିଲା ବିଜେଡି, ନ୍ୟାୟ ଦାବିରେ ରାଜରାସ୍ତାରେ କଂଗ୍ରେସ, ଜବାବ ରଖିଲା ବିଜେପି - Governor Son Attack Case

ଏହା ବି ପଢନ୍ତୁ...ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ - Complaint against Governor Son

କ'ଣ ଥିଲା ଘଟଣା?

କହିରଖୁଛୁ, ଗତ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ପୁରୀ ରାଜଭବନ ଯାଇଥିଲେ ASO ବୈକୁଣ୍ଠ ପ୍ରଧାନ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିବା ନେଇ ଅଭିଯୋଗ ଆଣିଥିଲେ ବୈକୁଣ୍ଠ । ପରବର୍ତ୍ତୀ ସମୟରେ ରାଜ୍ୟପାଳ ନ୍ୟାୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ରାଜ୍ୟପାଳ ପୁଅଙ୍କ ନାଁରେ ମାଡ ଅଭିଯୋଗ ଆଣିଥିବା ASO ବୈକୁଣ୍ଠ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । ଯାହାକୁ ନେଇ ତେଜିଛି ରାଜନୀତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.