ETV Bharat / politics

କେନ୍ଦ୍ରାପଡା ଟିକଟ ମିଳିବା ପରେ ଗୀତାଞ୍ଜଳିଙ୍କ ପ୍ରତିକ୍ରିୟା, 'ପ୍ରତିଦ୍ୱନ୍ଦୀ ହେଭିଓ୍ୱେଟ ନୁହଁନ୍ତି' - Odisha Assembly Election 2024 - ODISHA ASSEMBLY ELECTION 2024

Gitanjali Sethi Kendrapara BJP MLA Candidate: କେନ୍ଦ୍ରାପଡା ବିଧାୟିକା ପ୍ରାର୍ଥୀ ଭାବେ ଗୀତାଞ୍ଜଳି ସେଠୀଙ୍କ ନାଁ ଘୋଷଣା କଲା ବିଜେପି । ପଦ୍ମର ତୁଙ୍ଗ ନେତାମାନଙ୍କୁ କୃତଜ୍ଞତା ବ୍ୟକ୍ତ କଲେ ଗୀତାଞ୍ଜଳି । ଅଧିକ ପଢନ୍ତୁ

Gitanjali Sethi
Gitanjali Sethi
author img

By ETV Bharat Odisha Team

Published : Apr 28, 2024, 12:47 PM IST

Gitanjali Sethi

କେନ୍ଦ୍ରାପଡା: କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଶେଷରେ ବିଜେପି ଅଙ୍କ ଛିଣ୍ଡିଛି । ବିଜେପିରୁ କେନ୍ଦ୍ରାପଡା ଆସନରେ ଲଢିବେ ଗୀତାଞ୍ଜଳୀ ସେଠୀ । ନିକଟରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଗୀତାଞ୍ଜଳୀ । ତେବେ ଗତ ୫ ବର୍ଷରେ ବିଜେଡ଼ିରେ ରହି ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିଲେ ସୁଦ୍ଧା ଏହା ପୂରଣ ହୋଇ ନପାରିବାରୁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାୟିକା ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି ଜଣାଇଛନ୍ତି ।

୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ ଗୀତାଞ୍ଜଳୀ ସେଠୀ । ଟିକଟ ଆଶାୟୀ ଥିବାବେଳେ ଟିକଟ ନପାଇବାରୁ ସେ ଗେରୁଆ ଦଳ ଛାଡି ଶଙ୍ଖ ଧରିଥିଲେ । ଆଉ ପରେ ବିଜେଡି ଦଳରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ଅଧ୍ୟକ୍ଷା ପଦବୀ ମଧ୍ୟ ମଣ୍ଡନ କରିଥିଲେ । ହେଲେ ଚଳିତ ନିର୍ବାଚନରେ ବିିଧାୟକ ଟିକଟ ଆଶାୟୀ ଥିବାବେଳେ ଦଳ ତାଙ୍କୁ ଅଣଦେଖା କରିଥିଲା । ଯାହାକୁ ନେଇ ପୁନଃ ବିଜେଡି ଛାଡି ଗତ ସପ୍ତାହରେ ବିଜେପିକୁ ଆପଣାଥିଲେ ଗୀତାଞ୍ଜଳି । ଆଉ ଶେଷରେ ତାଙ୍କର ପ୍ରାର୍ଥିତ୍ବ ଉପରେ ମୋହର ମାରିଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ଗୀତାଞ୍ଜଳି ସେଠୀଙ୍କ ନାଁ ଘୋଷଣା କରିଛି ବିଜେପି ।

ଏଥିପାଇଁ ପ୍ରଧାନମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଲକ୍ଷାଧିକ ଭୋଟରଙ୍କ ନିକଟରେ ନିଜର କୃତଜ୍ଞତା ବ୍ୟକ୍ତ କରିଛନ୍ତି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ ।

ଏହାମଧ୍ୟ ପଢନ୍ତୁ.. ଦଳବଦଳ ନେତାଙ୍କ ଉପରେ ବିଜେଡି-କଂଗ୍ରେସର ଆସ୍ଥା, ବିଜେପିର ଚାଲିଛି ପ୍ରାର୍ଥୀ ଖୋଜା - Kendrapara ASSEMBLY CONSTITUENCY

ପୂର୍ବରୁ ବିଜେପି ଦଳରୁ ୨୦୦୨ ମସିହାରେ ଜିଲ୍ଲା ପରିଷଦ ସଦସ୍ୟା ହୋଇ ଉପାଧ୍ୟକ୍ଷା ପଦବୀ ମଣ୍ଡନ କରିଥିବା ଗୀତାଞ୍ଜଳୀ ୨୦୧୯ ମସିହାରେ ବିଜେପି ଟିକଟ ପାଇଁ ଦାବିଦାର ରହି ନିରାଶ ହେବା ପରେ ବିଜେଡିରେ ସାମିଲ ହୋଇଥିଲେ । ତେବେ ଉଭୟ ବିଜେଡି ଓ କଂଗ୍ରେସ ଦଳୀୟ ଟିକେଟ ଘୋଷଣା କରିବା ପରେ ବିଜେପିରୁ କିଏ କେନ୍ଦ୍ରାପଡା ପ୍ରାର୍ଥୀ ହେବ ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ବିଜେପିର ପୂର୍ବରୁ ଦୁଇଥର ପ୍ରାର୍ଥୀ ରହି ଆସିଥିବା ସୁନାକର ବେହେରା, ଯୁବ ନେତା ଅଭିମନ୍ୟୁ ଗୋଚ୍ଛାୟତ ଓ ଲୋକସଭା ପ୍ରାର୍ଥୀ ବୈଜୟନ୍ତଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା କଳ୍ପନା ମଲିକଙ୍କ ନାଁ ଆଗରେ ରହିଥିବା ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି । ଗୀତାଞ୍ଜଳୀଙ୍କ ନାଁରେ ମୋହର ବାଜିଛି ।

ଗତ ୨୩ ତାରିଖ ଦିନ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ଛାଡିବା ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଗତ ୫ ବର୍ଷରେ ବିଜେଡ଼ିରେ ରହି ଲୋକମାନଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ରଖିଥିଲେ ସୁଦ୍ଧା ଏହା ପୂରଣ ହୋଇ ନପାରିବାରୁ ସେ ଦଳ ଛାଡିଥିବା କହିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ବିଧାୟିକା ପ୍ରାର୍ଥୀ କରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି । ସେପଟେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ହେଭିଓ୍ୱେଟ ନୁହଁନ୍ତି ବୋଲି କହିଛନ୍ତି ଗୀତାଞ୍ଜଳି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.