ETV Bharat / politics

ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !

author img

By ETV Bharat Odisha Team

Published : Jan 26, 2024, 10:34 PM IST

Odisha Congress planning to follow Telangana Model: ଏଥର ଓଡ଼ିଶାରେ ସରକାର ଗଠନ ପାଇଁ ତେଲେଙ୍ଗାନା ମଡେଲ ଫଲୋ କରିବ ଓଡ଼ିଶା କଂଗ୍ରେସ । ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ପ୍ରଭାରୀ ଡଃ ଅଜୟ କୁମାର । ଅଧିକ ପଢ଼ନ୍ତୁ

ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !
ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !
ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ସଜବାଜ ହେଲେଣି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ। କ୍ଷମତା ଦଖଲ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ନେତା । ୨୪ ବର୍ଷ ପରେ ଓଡ଼ିଶାରେ ଶାସନ କ୍ଷମତାକୁ ଫେରିବାକୁ ସୁନେଲି ସ୍ବପ୍ନ ଦେଖୁଛି କଂଗ୍ରେସ । ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ତେଲେଙ୍ଗାନା ଢାଞ୍ଚାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି ଦଳ । ପ୍ରଭାରୀ ଅଜୟ କୁମାର ତେଲେଙ୍ଗାନାର ବାସ୍ତବ ଅନୁଭୂତିକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ମାରାଥନ ଗସ୍ତ କରି କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । ଦଳର ସାଙ୍ଗଠନିକ କ୍ଷେତ୍ର ସୁଦୃଢ଼ କରିବା ସହ ଶାସକ ବିଜେଡି ଏବଂ ବିଜେପିକୁ ଦୃଢ଼ ଚେକମେଟ୍‌ ଦେବାକୁ ଅଜୟ କୁମାର ଅପଣାଇଛନ୍ତି କଠୋର ନୀତି । ବିଜେଡିର ପାୱାର ସେଣ୍ଟର ଉପରେ ଡାଇରେକ୍ଟ ଆଟାକ୍‌ ସ୍ପଷ୍ଟ କରୁଛି, କଂଗ୍ରେସ ଏବେ ଜୋରଦାର ଲଢ଼ିବାକୁ ପ୍ରସ୍ତୁତ ହେଉଛି ।

ତେଲେଙ୍ଗାନାରେ ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସ୍ଥିତି ଯାହାଥିଲା, ଆଜିକା ଦିନରେ ଓଡିଶା କଂଗ୍ରେସର ସ୍ଥିତି ସମାନ । ସେଠାରେ ନିର୍ବାଚନ ପୂର୍ବରୁ ୧୭ ଜଣ ବିଧାୟକ କଂଗ୍ରେସ ଛାଡି BRS ଏବଂ ଅନ୍ୟ ଦଳକୁ ଚାଲିଗଲେ । ମାତ୍ର ୯ ଜଣ ବିଧାୟକଙ୍କୁ ନେଇ ନିର୍ବାଚନ ଲଢିଲା କଂଗ୍ରେସ । ତେଲେଙ୍ଗାନାରେ ପଞ୍ଚାୟତ, ପୌର, ମହାନଗର ନିର୍ବାଚନ, ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସ ଖାତା ଖୋଲି ପାରିଲାନି। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି । କିନ୍ତୁ ତେଲେଙ୍ଗାନାରେ ଆଶ୍ଚର୍ଯ୍ୟଜନକ ସଫଳତା ପାଇଲା କଂଗ୍ରେସ । ତେଣୁ ସେହି ଆଧାରରେ ଓଡ଼ିଶାରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ପ୍ରଭାରୀ ଡଃ ଅଜୟ କୁମାର । ବିଧାନସଭା ଏବଂ ସଂସଦୀୟ କ୍ଷେତ୍ର ପାଇଁ ଏଆଇସିସି ପକ୍ଷରୁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ମାନଙ୍କ ବୈଠକ ନେବା ସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି ଆଉ ଆରମ୍ଭ ହୋଇଛି ପ୍ରକ୍ରିୟା ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶାକୁ ଦରିଦ୍ର କରିଛନ୍ତି ବିଜେଡି-ବିଜେପି: କଂଗ୍ରେସ

ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର କହିଛନ୍ତି, "ରାଜ୍ୟରେ ଲୋକେ କଂଗ୍ରେସକୁ ଚାହୁଁଛନ୍ତି । ବରିଷ୍ଠ ନେତା ମାନେ ତୃଣମୂଳସ୍ତରରେ କାମ କଲେ କଂଗ୍ରେସ ଲୋକଙ୍କ ବିଶ୍ବାସ ଜିତିବ । ତେଲେଙ୍ଗାନାରେ ନିର୍ବାଚନ ପୂର୍ବରୁ ୧୭ ଜଣ ବିଧାୟକ କଂଗ୍ରେସ ଛାଡି ଚାଲିଗଲେ । ଆଉ ୯ ଜଣ ବିଧାୟକଙ୍କୁ ନେଇ କଂଗ୍ରେସ ଲଢିଲା ଏବଂ ୬୪ ଆସନ ପାଇ କ୍ଷମତା ଦଖଲ କଲା । ଯେଉଁମାନେ କଂଗ୍ରେସ ଛାଡିଥିଲେ, ସମସ୍ତେ ହାରିଲେ । ଓଡ଼ିଶାରେ ବିଜେପି ଏବଂ ବିଜେଡିର ଭିତିରି ଅନୈତିକ ସମ୍ପର୍କ ପଦାରେ ପଡ଼ିଲାଣି । ଓଡ଼ିଶାରେ ବ୍ୟାପକ ଦୁର୍ନୀତି ହୋଇଛି, ଇଡି ଓ ସିବିଆଇ ଓଡିଶାକୁ ନଜର ଦେଉନାହାନ୍ତି । ତେଣୁ କଂଗ୍ରେସ ଏଥର ଭଲ କରିବ ।" ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇକୁ ଆହୁରି ଜୋରଦାର କରିବ କଂଗ୍ରେସ । ରାଜ୍ୟର ବିଭିନ୍ନ ସାଂପ୍ରତିକ ପ୍ରସଙ୍ଗ ଏବଂ ବିଫଳତାକୁ ପ୍ରମୁଖ ମୁଦ୍ଦା କରିବୁ ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.