ETV Bharat / politics

ରାହୁଲଙ୍କ ନ୍ୟାୟଯାତ୍ରା ନ୍ୟାରେଟିଭକୁ ଲୋକଙ୍କ ପାଖରେ ପହଞ୍ଚାଇପାରୁନି କଂଗ୍ରେସ: ରବି ଦାସ - Role Of Congress During Alliance - ROLE OF CONGRESS DURING ALLIANCE

Role Of Congress During Alliance: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଲୋକଙ୍କ ନିକଟତର ହେବାକୁ କଂଗ୍ରସେ ପାଖରେ ରହିଛି ବଡ଼ ସୁଯୋଗ । ହେଲେ କଂଗ୍ରେସ ଏହାର ସଫଳ ରୂପାୟନ କରିପାରୁନଥିବା କହିଛନ୍ତି ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

Strategy Of Congress
Strategy Of Congress
author img

By ETV Bharat Odisha Team

Published : Mar 21, 2024, 8:03 PM IST

Strategy Of Congress

ଭୁବନେଶ୍ବର: ଗୋଟିଏ ପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାର ଚୂଡାନ୍ତ ରୂପରେଖ ଆସିନାହିଁ । ଏହାରି ଭିତରେ କଂଗ୍ରେସର ଭୂମିକା କିପରି ରହିଛି ତାହା ବର୍ତ୍ତମାନ ସମୟର ପ୍ରଶ୍ନ । ଏଭଳି ପରିସ୍ଥିତି ଯଦିଓ କଂଗ୍ରେସ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି କଂଗ୍ରେସ କିନ୍ତୁ ତାହାର ଫାଇଦା ଉଠାଇ ପାରୁନାହାନ୍ତି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ । ଗୋଟିଏ ପଟେ ଭିକେ ପାଣ୍ଡିଆନ କହୁଛନ୍ତି, "ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ମେଣ୍ଟ କରାଯାଉଛି ।" ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ମେଣ୍ଟ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ।" ଏହି ସମୟରେ 'ରାଜ୍ୟ କଂଗ୍ରେସ କେଉଁ ନ୍ୟାରେଟିଭ ନେଇ ଲୋକମାନଙ୍କ ପାଖକୁ ଯିବ ? ତାହା ସବୁଠାରୁ ବଡ଼ ପ୍ରଶ୍ନ ।

ପୂର୍ବରୁ କଂଗ୍ରେସ ବିଜେଡି ବିଜେପିର ବାହାଘର କରାଇସାରିଛି । ବିଜେଡି-ବିଜେପି ଛୁଆଙ୍କ ଅନ୍ନ ପ୍ରାସନ୍ନ ବି କରାଇଛି । ରାହୁଲଙ୍କ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ମଧ୍ୟ ପ୍ରଭାବ ବିସ୍ତାର କରିଛି । ବର୍ତ୍ତମାନ କଂଗ୍ରେସ ଏମିତି କଣ ନ୍ୟାରେଟିଭ ନେଲେ ଜନତାଙ୍କ ନିକଟବର୍ତ୍ତୀ ହୋଇପାରିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଏନେଇ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, " କଂଗ୍ରେସ ଭବନ ଏବଂ ଏହାର ଆଖପାଖ ଅଞ୍ଚଳରେ ମାସେ ଦୁଇ ମାସର କାର୍ଯ୍ୟକ୍ରମ ହେଉଛି । ଇଣ୍ଡିଆ ମେଣ୍ଟର ଅନେକ ସଭା ସମିତି ହେଲାଣି । କିନ୍ତୁ ରାଜ୍ୟରେ ସଭା ଗୋଟିଏ ବି ହୋଇନି । ବିଶେଷ କରି ରାହୁଲ ଗାନ୍ଧୀଙ୍କର 'ଭାରତ ଯୋଡ ନ୍ୟାୟ ଯାତ୍ରା'ରେ ଯେଉଁ ସିଦ୍ଧାନ୍ତ ହେଲା ତାକୁ କେହି ବୁଝିନାହାନ୍ତି । ରାଜ୍ୟ କଂଗ୍ରେସ ଯେଉଁ 9 ଗ୍ୟାରେଣ୍ଟି ଓ 90 ସଂକଳ୍ପ ଆଣିଲା ସେକଥା କିପରି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କିଛି କରିନାହାନ୍ତି ।"

"ସବୁ ବର୍ଗର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାହୁଲ ସାମାଜିକ ନ୍ୟାୟ ବ୍ୟବସ୍ଥା, ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ମହିଳାଙ୍କ ପାଇଁ 50 ପ୍ରତିଶତ ସଂରକ୍ଷଣ, ମାସିକ 2 ହଜାର ଟଙ୍କା, ଜାତି ଭିତ୍ତିକ ଜନ ଗଣନା, ଏହିପରି 5ଟି ଗ୍ୟାରେଣ୍ଟି ଆଣିଛନ୍ତି । କିନ୍ତୁ ରାଜ୍ୟ କଂଗ୍ରେସ ଏହାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ । ଖାଲି ପ୍ରେସ କନଫରେନ୍ସ କରୁଛନ୍ତି । କୌଣସି ଗଣମାଧ୍ୟମ ମଧ୍ୟ କଂଗ୍ରେସ ପକ୍ଷରେ ନାହିଁ । କଂଗ୍ରେସର ସୋସିଆଲ ମିଡିଆ ଓ୍ବିଙ୍ଗ ମଧ୍ୟ ଷ୍ଟ୍ରଙ୍ଗ ନାହିଁ" ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ ।

ଏହା ମଧ୍ୟ ପଢନ୍ତୁ...'ମୁଁ ଜଣେ କନିଷ୍ଠ କାର୍ଯ୍ୟକର୍ତ୍ତା ମୋତେ ଗରିଷ୍ଠ ପ୍ରଶ୍ନ ପଚାରିଲେ କେମିତି ଉତ୍ତର ଦେବି' - BJD BJP Possible Alliance

ଅନ୍ୟପଟେ ବିଜେଡି ଓ ବିଜେପିକୁ ଆକ୍ଷେପ କରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଲୁଚୁଛି ନା ଗୋଡ଼ ଦିଟା ଦିଶୁଛି । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ 2000ରୁ 2009 ପର୍ଯ୍ୟନ୍ତ ଥିଲା । 2009ରୁ 2024 ପର୍ଯ୍ୟନ୍ତ ଅଘୋଷିତ ମେଣ୍ଟ ଥିଲା । ରାଷ୍ଟ୍ରପତିଙ୍କୁ ବିଜେପି ପ୍ରାର୍ଥୀ କଲା ବିଜେଡି ଭୋଟ ଦେଲା । ଉପରାଷ୍ଟ୍ରପତିଙ୍କୁ ବିଜେପି ପ୍ରାର୍ଥୀ କଲା, ବିଜେଡି ଭୋଟ ଦେଲା । ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଲା । ଚାଷୀଙ୍କ ବିରୋଧରେ ଆସିଥିବା 3ଟି କଳା ବିଲକୁ ବିଜେଡି ସମର୍ଥନ ଦେଲା । ମଣିପୁର ପ୍ରସଙ୍ଗରେ ଆସିଥିବା ନୋ କନିଫିଡେନ୍ସ ମୋସନ ବେଳେ ମଧ୍ୟ ବିଜେପିକୁ ବିଜେଡି ସମର୍ଥନ ଦେଇଛି। ଏବେ ଘୋଷିତ ମେଣ୍ଟ ହେବାକୁ ଯାଉଛି । ବିଜେଡି ବିଜେପିରୁ ବହୁ ନେତା ଛାଡି କଂଗ୍ରେସରେ ଯୋଗ ଦେବେ ବୋଲି ଭୟରେ ଘୋଷଣା କରନାହାନ୍ତି । ବିଜେଡି ବିଜେପି ଦୁଇଟି ଦଳ ଭାରତକୁ ଲୁଟିବା ପାଇଁ ଏକାଠି ହୋଇଛନ୍ତି । କଂଗ୍ରେସକୁ କ୍ଷମତାକୁ ଅଣାଯିବ ଆମେ ଯେଉଁ 10 ଗ୍ୟାରେଣ୍ଟି ଦେଇଛୁ, ସେହି ନ୍ୟାରେଟିଭ ନେଇ ଲୋକଙ୍କ ପାଖକୁ ଯିବୁ।" କର୍ଣ୍ଣାଟକ ମଡେଲକୁ ଆପଣାଇ ସବୁ ବର୍ଗକୁ ଧ୍ୟାନ ଦେଇ ରାହୁଲ ଗାନ୍ଧି ଆଣିଛନ୍ତି 5 ଗ୍ୟାରେଣ୍ଟି । ଯାହାକି କଂଗ୍ରେସ ପାଇଁ ସବୁଠୁ ବଡ ଅସ୍ତ୍ର ହେବା କଥା। କିନ୍ତୁ ଏପରି କରିବାରେ କଂଗ୍ରେସ ବିଫଳ ହୋଇଥିବା ଚର୍ଚ୍ଚା ହେଉଛି । ଦେଖିବାର କଥା ନିର୍ବାଚନ ବେଳକୁ କଂଗ୍ରେସ କିପରି ନ୍ୟାରେଟିଭ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.