ETV Bharat / politics

ଆସୁଛନ୍ତି ଖଡଗେ ଚଳଚଞ୍ଚଳ କଂଗ୍ରେସ କ୍ୟାମ୍ପ, ଜୟଦେବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

author img

By ETV Bharat Odisha Team

Published : Jan 27, 2024, 9:10 AM IST

Mallikarjun Kharge Odisha visit: ଆସନ୍ତା ୨୯ରେ ଓଡ଼ିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବର ପିଏମଜିରେ ସାଧାରଣ ସଭାରେ ଯୋଗଦେବେ ୨୦ ହଜାର କର୍ମୀ । ଖଡ୍‌ଗେଙ୍କ ଗସ୍ତ ସଫଳ କରିବାକୁ ଓଡ଼ିଶା କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢ଼ନ୍ତୁ

ଖଡ୍‌ଗେଙ୍କ ଗସ୍ତ ନେଇ ଚଳଚଞ୍ଚଳ କଂଗ୍ରେସ ଶିବିର

ଭୁବନେଶ୍ବର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ହେଉଛି ବଳ ପରଖୁଛି କଂଗ୍ରେସ । ଦିନକୁ ଦିନ ଶକ୍ତିଶାଳୀ ହେଉଛି ରଣନୀତି । ସଂଗଠନକୁ ସୁଦୃଢ଼, ଲୋକସମ୍ପର୍କ ବ୍ୟାପକ କରିବା, ଦଳକୁ ବରିଷ୍ଠ ନେତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ପ୍ରତିଦିନ ତଦାରଖ କରୁଛନ୍ତି ନବନିଯୁକ୍ତ ପ୍ରଭାରୀ ଡଃ ଅଜୟ କୁମାର । ଏହାରି ଭିତରେ ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଭୁବନେଶ୍ବର ପିଏମଜିରେ ସାଧାରଣ ସଭାରେ ଯୋଗଦେବେ ଖଡ୍‌ଗେ । ସଭାରେ ପ୍ରାୟ ୨୦ ହଜାର କଂଗ୍ରେସ ନେତା ଓ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ଶୁକ୍ରବାର ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଏଆଇସିସି ଅଧ୍ୟକ୍ଷଙ୍କୁ ସନ୍ତୁଷ୍ଟ କରାଇବା ପାଇଁ ବ୍ଲୁ-ପ୍ରିଣ୍ଟ କରୁଛି କଂଗ୍ରେସ । ନେତାଙ୍କୁ ଦିଆଯାଉଛି ଗୁରୁ ଦାୟିତ୍ବ । ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଏଆଇସିସିର ବରିଷ୍ଠ ଏବଂ ଅଭିଜ୍ଞ ନେତା । ବିଶେଷ କରି ଖଡ୍‌ଗେଙ୍କ ବୈଠକ କିଭଳି ସଫଳ ହେବ, ସେନେଇ ଚାଲିଛି ଘନ ଘନ ବୈଠକ । ପ୍ରଭାରୀ, ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ଦଳର ଛାମୁଆ ସଂଗଠନର ମୁଖିଆ ମାନଙ୍କୁ ମଧ୍ୟ ଟାର୍ଗେଟ ଦିଆଯାଇଛି । ଭୁବନେଶ୍ବରରେ ହେବାକୁ ଥିବା କର୍ମୀ ସମ୍ମିଳନୀରେ ଯୋଗଦେବା ପାଇଁ ନେତା ଓ କର୍ମୀଙ୍କ ଆଖିରେ ନିଦ ନାହିଁ । ଏନେଇ ଗତକାଲି(ଶୁକ୍ରବାର) କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ସକ୍ରିୟ କରିବାକୁ ସଭାରେ ଖଡ୍‌ଗେ ଗୁରୁମନ୍ତ୍ର ଦେବେ । ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଓଡ଼ିଶା ରୁଟ୍‌ ସମ୍ପର୍କରେ ବି ସମୀକ୍ଷା କରିବେ ଖଡ୍‌ଗେ । AICC ସଭାପତିଙ୍କ ସଭାରେ ପ୍ରତି ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତମାନେ ସାମିଲ ହେବେ ବୋଲି ପିସିସି ସଭାପତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତେଲେଙ୍ଗାନା ମଡେଲ ଫଲୋ କରିବ ଓଡିଶା କଂଗ୍ରେସ !

ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ୨୯ ଜାନୁଆରୀରେ ଭୁବନେଶ୍ବର ଆସିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା କମିଟି । ଉକ୍ତ କମିଟିର ଗତକାଲି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଖଡ୍‌ଗେଙ୍କ ସଭା ଆୟୋଜନ ନେଇ ଆଲୋଚନା ହୋଇଛି । କଂଗ୍ରେସ ଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କମିଟିର ସଭାପତି ଜୟଦେବ ଜେନା, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସହପ୍ରଭାରୀ କ୍ରିସ୍ତୋପର, ପଞ୍ଚାନନ କାନୁନଗୋ, ମିଡିଆ ସେଲ୍‌ ଅଧ୍ୟକ୍ଷ ବିଶ୍ବରଞ୍ଜନ ମହାନ୍ତି ଓ ଅମୀୟ ପାଣ୍ଡବ ପ୍ରମୁଖ ସାମିଲ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.