ETV Bharat / politics

ଟିକେଟ ବଣ୍ଟନରେ ସ୍ଵଚ୍ଛତା ଆଣିବ କଂଗ୍ରେସ; ଲଞ୍ଚ ହେଲା 'ପ୍ରଗମନ' ଯୋଜନା - Odisha Congress

Congress Launches Pragaman Scheme: ଏଣିକି ବିକ୍ରି ହେବନି କଂଗ୍ରେସ ଟିକେଟ୍‌ । ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା ପାଇଁ ପ୍ରଗମନ ଯୋଜନା ଆରମ୍ଭ କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ଟିକେଟ ବଣ୍ଟନରେ ସ୍ଵଚ୍ଛତା ଆଣିବ କଂଗ୍ରେସ
ଟିକେଟ ବଣ୍ଟନରେ ସ୍ଵଚ୍ଛତା ଆଣିବ କଂଗ୍ରେସ
author img

By ETV Bharat Odisha Team

Published : Feb 4, 2024, 9:58 PM IST

ଟିକେଟ ବଣ୍ଟନରେ ସ୍ଵଚ୍ଛତା ଆଣିବ କଂଗ୍ରେସ

ଭୁବନେଶ୍ୱର: ବିଭିନ୍ନ ସମୟରେ ରାଜ୍ୟ କଂଗ୍ରେସର ବିଦ୍ରୋହୀ ନେତା ନିଜ ଦଳ ଉପରେ ଟିକେଟ୍‌ ବିକ୍ରିର ଅଭିଯୋଗ ଲଗାଇବା ଖବର ସାମ୍ନାକୁ ଆସିଛି । ଯେଉଁଥିପାଇଁ ଦଳ ଦିନକୁ ଦିନ ରାଜ୍ୟରେ ପାତାଳଗାମୀ ହେଉଥିବା କୁହାଯାଉଛି । ଏଥର କିନ୍ତୁ କଂଗ୍ରେସ ଟିକେଟ୍‌ ବିକ୍ରି, ହେରଫେର ଓ ଲବି ଉପରେ ବ୍ରେକ୍‌ ଲଗାଇବାକୁ ଅଣ୍ଟା ଭିଡ଼ିଛି । ନିର୍ବାଚନରେ ସ୍ୱଚ୍ଛତା ଆପଣାଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍‌ ବାଣ୍ଟିବା ପାଇଁ ନୂଆ ଷ୍ଟ୍ରାଟେଜି ଆପଣେଇଛି ଦଳ । ରାଜ୍ୟ କଂଗ୍ରେସ ଭବନରେ ଏଆଇସିସି ପକ୍ଷରୁ ପ୍ରଗମନ ଯୋଜନା ଲଞ୍ଚ କରିଛନ୍ତି ପ୍ରଭାରୀ ଡଃ ଅଜୟ କୁମାର ।

ଏଣିକି ନୂଆ ଚେହେରାଙ୍କୁ ସୁଯୋଗ ଦେବ କଂଗ୍ରେସ । ଟିକେଟ ପାଇବେ ଯୁବବର୍ଗ । କିଭଳି କଂଗ୍ରେସ ଟିକେଟ୍‌ ପାଇଁ ଆବେଦନ କରିବେ ଆଶାୟୀ, କଣ ରହିଛି ପ୍ରାବଧାନ ଓ କେଉଁମାନେ କରିପାରିବେ ଆବେଦନ, ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରବୀଣ ପାଠକ । ରାଜନୀତିରେ ସ୍ଵଚ୍ଛତା ଆଣିବା ପାଇଁ ଏବଂ ରାଜ୍ୟରେ ଆସନ୍ତା ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଟିକେଟ ବଣ୍ଟନରେ ସ୍ଵଚ୍ଛତା ପାଇଁ କଂଗ୍ରେସ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଓଡିଶାରୁ ଏକ ଐତିହାସିକ ଯୋଜନାର ଘୋଷଣା କରାଯାଇଛି । ପ୍ରୋଜେକ୍ଟ 'ପ୍ରଗମନ' ଦେଶରେ ନେତୃତ୍ୱ ପାଇଁ ସୁଯୋଗ କାର୍ଯ୍ୟକାରୀ କରିବ କଂଗ୍ରେସ ଦଳ । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ପ୍ରଦାନ କରି ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ।

ଏହା ମଧ୍ୟ ପଢ଼ନ୍ତୁ...ମାଇନିଂ ମାଫିଆ ସହ ମିଶି ଓଡିଶାକୁ ଲୁଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ: ଅଜୟ କୁମାର

ବିଧାୟକ ଓ ସାଂସଦ ପାର୍ଥୀ ପାଇଁ କଂଗ୍ରେସ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏକ ଐତିହାସିକ ଅନଲାଇନ୍‌ ପୋର୍ଟାଲର ଶୁଭାରମ୍ଭ କରିଛି । 'www.pragaman.in' ପୋର୍ଟାଲ ଜରିଆରେ ବିଧାୟକ ଓ ସାଂସଦ ପାର୍ଥୀ ପାଇଁ ଓଡ଼ିଶାର ଜନସାଧାରଣ ଏବଂ ଯୁବକ ଓ ଯୁବତୀମାନେ ଅନଲାଇନ ମାଧ୍ୟମରେ ବିଧାନସଭା ଏବଂ ଲୋକସଭା ପାର୍ଥୀ ହେବା ପାଇଁ ଫେବୃଆରୀ ୧୧ ମଧ୍ୟରେ ଆବେଦନ କରିପାରିବେ । ଯେଉଁମାନେ ଲୋକଙ୍କ ସହ ରହିଥିବେ, ଯେଉଁମାନଙ୍କର ସଂଗଠନ ଭଲ ଥିବ ସେଭଳି ଜନତାଙ୍କୁ ପାର୍ଥୀ ହେବାକୁ ସୁଯୋଗ ଦେବ କଂଗ୍ରେସ ଦଳ । ଏହାଦ୍ଵରା ଦେଶର ସାଧାରଣଲୋକଙ୍କୁ ଏକ ବଡ଼ ସୁଯୋଗ ମିଳିବ ବୋଲି କଂଗ୍ରେସ ନେତାମାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପି ଓ ବିଜେଡି ଗଠବନ୍ଧନ ସ୍ପଷ୍ଟ କଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ: ପଞ୍ଚାନନ

ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, "ଦେଶରେ କୌଣସି ଦଳ ଯୁବକ ଏବଂ ଯୁବତୀଙ୍କୁ ଏଭଳି ସୁଯୋଗ ଦେଇନାହିଁ । ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏହି ଆବେଦନ ପ୍ରକ୍ରିୟାରେ କଂଗ୍ରେସ ଦଳ ନିଷ୍ପତ୍ତି ନେବ ।" କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଉଭୟ ବିଜେଡି ଏବଂ ବିଜେପି ପାର୍ଥୀ କରିବା ଭଳି ପ୍ରକ୍ରିୟା ଏଠାରେ ହେବନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେପଟେ ପ୍ରଭାରୀ ଅଜୟ କୁମାର କହିଛନ୍ତି, "ସୁପାରିଶର ଯୁଗ ଶେଷ, ଅର୍ଥର ଚାହିଦା ନୁହେଁ ନେତୃତ୍ବ ହିଁ ଯୋଗ୍ୟତାର ମାପକାଠି ହେବ । ଏବେ ଆପଣ ଓଡ଼ିଶାର ସ୍ବର ହୁଅନ୍ତୁ, ଯଦି ଆପଣଙ୍କ ପାଖରେ ଅଛି ସେବା କରିବାର ମାନବୀୟ ବିଚାର, ତେବେ ଆପଣଙ୍କ ପାଇଁ କଂଗ୍ରେସର ଦ୍ବାର ଖୋଲା । ଯେଉଁମାନେ ପ୍ରକୃତରେ ଲୋକଙ୍କର ଓ ରାଜ୍ୟର ସେବା କରିବାକୁ ଚାହୁଁଛନ୍ତି, କଂଗ୍ରେସର ଏହି ଐତିହାସିକ ଅଭିଯାନରେ ସାମିଲ ହୁଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.