ETV Bharat / politics

ବଡ଼ ଚେହେରାକୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ: ଜୟଦେବ - Odisha Congress - ODISHA CONGRESS

Odisha Congress: ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାବତ ଆସିନି କଂଗ୍ରେସ ପ୍ରାର୍ଥୀ ତାଲିକା । ରାଜ୍ୟର ଏହି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବା ଲାଗି କଂଗ୍ରେସ ନିକଟରେ ପ୍ରାର୍ଥୀ ଅଛି ତ ? ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା କରିଛନ୍ତି ଦଳର ବରିଷ୍ଠ ନେତା ଜୟଦେବ ଜେନା । ଅଧିକ ପଢନ୍ତୁ

Odisha Congress
Odisha Congress
author img

By ETV Bharat Odisha Team

Published : Mar 30, 2024, 3:58 PM IST

ବଡ଼ ଚେହେରାକୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ: ଜୟଦେବ

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଲେ ସମ୍ବିତ ପାତ୍ର, ବିଜେଡି ପ୍ରାର୍ଥୀ ହେଲେ ଅରୁପ ପଟ୍ଟନାୟକ, କଂଗ୍ରେସର ପ୍ରାର୍ଥୀ କିଏ ? ସମ୍ବିତଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସର ଚେହେରା କିଏ ? ଭୁବନେଶ୍ବର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହେଲେ ଅପରାଜିତା ଷଡଙ୍ଗୀ, ବିଜେଡି ପ୍ରାର୍ଥୀ ହେଲେ ମନ୍ମଥ ରାଉତରାୟ, କଂଗ୍ରେସର ପ୍ରାର୍ଥୀ କିଏ ହେବ ? ମନ୍ମଥ ଯଦି ଓ ନୂଆ ଚେହେରା କିନ୍ତୁ ଅପରାଜିତାଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସର ପାଖରେ ଫେସ ଅଛନ୍ତି ତ ? ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ବଡ଼ ଚେହେରାକୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହେଲେ ଅଭିଜ୍ଞ ବୈଜୟନ୍ତ ପଣ୍ଡା । ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । କାହାକୁ ପ୍ରାର୍ଥୀ କରିବ କଂଗ୍ରେସ ? ଅଂଶୁମାନ ହୁଏତ ନୂଆ ମୁହଁ ହୋଇପାରେ କିନ୍ତୁ ବୈଜୟନ୍ତଙ୍କୁ ଟକ୍କର ଦେବା ଭଳି ଚେହେରା କଂଗ୍ରେସ ପାଖରେ ଅଛି ତ ? ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ । କଂଗ୍ରେସର ପ୍ରାର୍ଥୀ କିଏ ହେବ ? ସମ୍ବଲପୁର ମହାସମରରେ କିଏ ହେବ କଂଗ୍ରେସ ପ୍ରାର୍ଥୀ ଯିଏ ଦୁଇ ଜଣ ହେବିଓ୍ବେଟ ଧର୍ମେନ୍ଦ୍ର ଓ ପ୍ରଣବ ପ୍ରକାଶଙ୍କୁ ଟକ୍କର ଦେଇପାରିବ । ବ୍ରହ୍ମପୁର ଲୋକସଭା ଆସନରେ ବିଜେପିର ପ୍ରାର୍ଥୀ ହେଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କୁ ସାମନା କରିବାକୁ କଂଗ୍ରେସ ପାଖରେ ନେତା ଅଛନ୍ତି ତ ?

ଏହା ବି ପଢନ୍ତୁ- ସଙ୍କଟରେ କଂଗ୍ରେସ ! ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ

ବୈଜୟନ୍ତ, ଧର୍ମେନ୍ଦ୍ର, ପ୍ରଣବ, ପ୍ରଦୀପ, ସମ୍ବିତ, ଅପରାଜିତାଙ୍କ ଭଳି ନେତାଙ୍କୁ ଫାଇଟ ଦେବା କଂଗ୍ରେସ ପାଇଁ ସହଜ ହେବ ତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ କଂଗ୍ରେସ ତାର 147 ବିଧାନସଭା ଏବଂ 21 ଲୋକସଭାରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାରେ ବିଳମ୍ବ କରିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ଏହି ନେତାମାନଙ୍କୁ ହେବିଓ୍ବେଟ କେଉଁ ଦୃଷ୍ଟିରୁ କୁହାଯାଉଛି । ଯିଏ କେନ୍ଦ୍ରମନ୍ତ୍ରୀ ହୋଇଗଲା କି ଯାହା ପାଖରେ ପଇସା ଅଛି । ସେମାନଙ୍କୁ ହେବିଓ୍ବେଟ କହିବା ଠିକ ନୁହେଁ । ଲୋକଙ୍କ ଇଚ୍ଛା ଯାହା ଲୋକ ତାକୁ ଭୋଟ ଦେବେ । କଂଗ୍ରେସ ଗୋଟିଏ ଛୋଟିଆ ଦଳ ନୁହେଁ । କଂଗ୍ରେସ ପାଖରେ ଏମିତି ନେତା ଅଛନ୍ତି ଯେଉଁମାନେ ମନ୍ତ୍ରୀ ରହିସାରିଛନ୍ତି କେନ୍ଦ୍ରରେ ଏବଂ ରାଜ୍ୟରେ ।"

ସେହିଭଳି ନେତାଙ୍କୁ 2024 ମଇଦାନକୁ ଓହ୍ଲାଇବା ପାଇଁ କଂଗ୍ରେସ ଯୋଜନା କରୁଛି ବୋଲି ସେ କହିଛନ୍ତି । ଯେଉଁମାନଙ୍କୁ ବିଗ ଫେସ ବୋଲି କୁହାଯାଉଛି କେଉଁ ଆଧାରରେ ସେମାନଙ୍କୁ ବଡ଼ ଚେହେରା ବୋଲି କୁହାଯାଉଛି ତାହା ଦେଖିବା ଦରକାର । ବୈଜୟନ୍ତ, ଧର୍ମେନ୍ଦ୍ର, ପ୍ରଣବ, ପ୍ରଦୀପ, ସମ୍ବିତ, ଅପରାଜିତାଙ୍କ ଭଳି ନେତାଙ୍କୁ ଫାଇଟ ଦେବା ପାଇଁ କଂଗ୍ରେସ ପାଖରେ ନେତାଙ୍କ ଅଭାବ ନାହିଁ । ଯେଉଁ ନେତାମାନେ ତୃଣମୂଳ ସ୍ତରକୁ ଯାଇଥିବେ, ଲୋକଙ୍କ ସମସ୍ୟା କଥା ବୁଝିଥିବେ ଲୋକ ସେମାନଙ୍କୁ ଭୋଟ ଦେବେ । ଲୋକ ନିର୍ଣ୍ଣୟ କରିବେ କିଏ ହେବିଓ୍ବେଟ । କିଏ ବିଗ ଫେସ । ତେଣୁ ରାଜନୀତିରେ ସେମିତି କିଛି ବଡ଼ ଚେହେରା ବୋଲି କିଛି ନାହିଁ ।

2019 ନିର୍ବାଚନରେ ଅପରାଜିତା ଅରୁପ ପଟ୍ଟନାୟକଙ୍କୁ ହରାଇ ସାଂସଦ ହୋଇଥିଲେ । ସେହିପରି କେନ୍ଦ୍ରାପଡାରେ 2019ରେ ବୈଜୟନ୍ତ ପଣ୍ଡା ଅନୁଭବଙ୍କଠାରୁ ହାରି ଯାଇଥିଲେ । 2019ରେ ଗୋପାଳପୁର ବିଧାନସଭା ଆସନରୁ ପ୍ରଦୀପ ପାଣିଗ୍ରାହୀ ବିଜୟୀ ହୋଇଥିଲେ । 2019ରେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କଠାରୁ ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ । ଏବେ ଦେଖିବାର କଥା ହେଉଛି ଏହି ସବୁ ହେବିଓ୍ବେଟ ନେତାଙ୍କୁ କିପରି ଟକ୍କର ଦେବ କଂଗ୍ରେସ । କାହାକୁ ପ୍ରାର୍ଥୀ କରିବ ତାହା ହିଁ ବଡ଼ ପ୍ରଶ୍ନ । ଯଦିଓ ପୂର୍ବତନ ପିସିସି ସଭାପତି କହୁଛନ୍ତି କଂଗ୍ରେସ ପାଖରେ ପ୍ରାର୍ଥୀଙ୍କ ଅଭାବ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.