ETV Bharat / politics

ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସେହି ନ୍ୟାୟ ହେଉଛି: ବିଜେପି - Prasant Jagdev Arrest Issue

Prasant Jagdev Arrest Issue: ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତେଜିଛି ରାଜନୀତି । ଏହାକୁ ବିରୋଧ କରି ବିଜେପି କ'ଣ କହିଛି ଜାଣନ୍ତୁ ।

Prasant Jagdev Arrest Issue
Prasant Jagdev Arrest Issue (ETV Bharat Odisha)
author img

By ETV Bharat Odisha Team

Published : May 27, 2024, 7:48 PM IST

ଭୁବନେଶ୍ବର: ବଢୁଛି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅଡୁଆ । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ତେଜୁଛି ରାଜନୀତି । "ଯଦି ପ୍ରଶାନ୍ତଙ୍କୁ ଗିରଫ କରାଗଲା ତାହେଲେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କାହିଁକି ଗିରଫ କରାଯାଉନାହିଁ ?" ବୋଲି ପ୍ରଶ୍ନ କରିଛି ବିଜେପି ।

Prasant Jagdev Arrest Issue (ETV Bharat Odisha)

ଏହି ଘଟଣାରେ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, "ସିଇଓ ନିରପେକ୍ଷ ହୁଅନ୍ତୁ । ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଦାୟିତ୍ୱ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର । ସେ ଏଭଳି କହିବା ଆଶ୍ଚର୍ଯ୍ୟଜନକ । ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ, ସେହି ନ୍ୟାୟ ହେଉଛି । ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ଏବଂ ଯେଉଁ ଦଫା ଲାଗିଛି ଆମେ ଆଶ୍ଚର୍ଯ୍ୟ । ବିଜେଡି ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ଭିଡିଓ ଭାଇରଲ ହେଉଛି । ହେଲେ କେବଳ ନୋଟିସ କରି ଚୁପ ମୁଖ୍ୟ ନିର୍ବାଚନ ଅଧିକାରୀ । ଏ କି ପ୍ରକାର ନ୍ୟାୟ?"

ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, "ବିଜେଡି କର୍ମୀ ଓ ମୁଷ୍ଟିମେୟ ନେତାଙ୍କ ବିରୋଧରେ ଆମେ ପ୍ରମାଣ ଦେଇଛୁ । ତା ସତ୍ତ୍ୱେ କିଛି ନାହିଁ । ହିଞ୍ଜିଳିରେ ଜଣେ ଏଏସଆଇ ବିରୋଧରେ ଏତେ ଅଭିଯୋଗ ଆସିଲା, ତାଙ୍କୁ ତ ବଦଳି କରିପାରିଲେ ନାହିଁ । ରାଜନୈତକ ଦଳ ଚାପ ପକେଇଛନ୍ତି, ଏଭଳି କହିବା ଦୁର୍ଭାଗ୍ୟଜନକ । ନିର୍ବାଚନରେ ସେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ନିରପେକ୍ଷତାର ପ୍ରମାଣ କରନ୍ତୁ ।" ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଅଭିଯୋଗରେ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଶତାଧିକ ବିଜେପି କର୍ମୀ । ବିଜେପି କର୍ମୀମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିସର୍ତ୍ତ ଖଲାସ କରିବାକୁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିରୋଧ, ଖୋର୍ଦ୍ଧା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ବିଜେପି - Prashant Jagdev Arrest Case

ଏହା ବି ପଢନ୍ତୁ...‘ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଛାଡ, ନହେଲେ ରାସ୍ତାକୁ ଓହ୍ଲାଇବୁ’ - BJP Demands Release Of Prashant

"ବିନା ସିସିଟିଭି ଫୁଟେଜ ଯାଞ୍ଚରେ କାହିଁକି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଗଲା ?" ବୋଲି ପ୍ରଶ୍ନ କରିବା ସହ ଶୀଘ୍ର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଛାଡ଼ି ଦେଉ ବୋଲି ଦାବି ହୋଇଛି । ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗାଯିବା ଅଭିଯୋଗ ମାମଲାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି । ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଛି । ଯାହାକୁ ବିରୋଧ କରିଛନ୍ତି ଦଳୀୟ କର୍ମୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.