ETV Bharat / politics

ରାଜ୍ୟର ପ୍ରଥମ ମୁସଲିମ୍‌ ମହିଳା ବିଧାୟକ ସୋଫିଆ, ଭାଙ୍ଗିଲେ ୫୨ ବର୍ଷର ରେକର୍ଡ - 1st Muslim Women MLA Sofia

author img

By ETV Bharat Odisha Team

Published : Jun 5, 2024, 5:19 PM IST

1st Muslim Women MLA Sofia: କଟକ-ବାରବାଟୀ ବିଧାନସଭା ଆସନରୁ ଐତିହାସିକ ବିଜୟ ପାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ । ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ନିଜ ବାପାଙ୍କଠାରୁ ମଧ୍ୟ ଅଧିକ ବ୍ୟବଧାନରେ ଜିତିବା ସହ ଏକାଧିକ ରେକର୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ

1st Muslim Women MLA Sofia
1st Muslim Women MLA Sofia (ETV Bharat Odisha)

କଟକ: ସରିଛି ନିର୍ବାଚନ, ପ୍ରକାଶ ପାଇଛି ଫଳାଫଳ । ଓଡ଼ିଶାରେ ଦେଖିବାକୁ ମିଳିଛି ଅପ୍ରତ୍ୟାଶିତ ଏବଂ ବଡ଼ ପରିବର୍ତ୍ତନ । ବିଭିନ୍ନ ଲୋକସଭା ଓ ବିଧାନସଭା ଆସନର ଫଳାଫଳ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାରି ଭିତରେ ଚର୍ଚ୍ଚାରେ ରହିଛି କଟକ ବାରବାଟୀ ଆସନ । ଏଠାରୁ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସ ବିଜୟୀ ହୋଇଛନ୍ତି । ୨୦୧୯ରେ ନିଜ ବାପାଙ୍କର ରହିଥିବା ବିଜୟ ବ୍ୟବଧାନଠାରୁ ମଧ୍ୟ ଅଧିକ ବ୍ୟବଧାନରେ ବିଜୟୀ ହୋଇଥିବା ସୋଫିଆଙ୍କର ଏହି ବିଜୟକୁ କଟକ-ବାରବାଟୀରେ ଐତିହାସିକ ବୋଲି କୁହାଯାଇପାରେ । ଜାଣନ୍ତୁ କାରଣ,

ସୋଫିଆ (ETV Bharat Odisha)

ବାରବାଟୀ ଜିତିଲେ ସୋଫିଆ: ସୋଫିଆ ଫିର୍ଦୋସ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୮୦୦୧ ଖଣ୍ଡ ଭୋଟରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କଠାରୁ ବିଜୟୀ ହୋଇଛନ୍ତି । ରେଭେନ୍ସାରେ ବିଜ୍ଞାନରେ ଯୁକ୍ତ ଦୁଇ ପାସ କରିଥିଲେ ସୋଫିଆ । ୨୦୧୩ରେ କିଟ୍‌ ବିଶ୍ବବିଦ୍ୟାଳୟରୁ ବିଟେକ୍‌ରେ ସିଭିଲ୍‌ ଇଞ୍ଜିନିଅରିଂ ପାସ କରିଛନ୍ତି । ପରେ ୨୦୨୨ ମସିହାରେ ବାଙ୍ଗାଲୋରର IIMBରେ 'Executive General Management Programme' କୋର୍ସ କରିଛନ୍ତି । ପରେ ମେଟ୍ରୋ କମ୍ପାନୀର ନିର୍ଦେଶିକା ଭାବରେ କାମ କରୁଛନ୍ତି ସୋଫିଆ । ସେ ଯଦିଓ ସାମାଜିକ କାର୍ଯ୍ୟକ୍ରମରେ ଲିପ୍ତ ରୁହନ୍ତି, ମାତ୍ର ବାପାଙ୍କ ପାଇଁ ନିର୍ବାଚନରେ ମଧ୍ୟ ସାହାଯ୍ୟ କରୁଥିଲେ ।

ମୋକିମଙ୍କଠୁ ଅଧିକ ମାର୍ଜିନରେ ଜିତିଲେ: ଚଳିତ ନିର୍ବାଚନ ସମୟରେ ବାପା (ମହମ୍ମଦ ମୋକିମ)ଙ୍କୁ ନିର୍ବାଚନ ଲଢ଼ିବାରେ ସମସ୍ୟା ସୃଷ୍ଟି ହେବାରୁ ସେ ବାପାଙ୍କ ସ୍ଥାନରେ ନିର୍ବାଚନ ଲଢ଼ିବା ପାଇଁ ମନସ୍ଥ କରିଥିଲେ । କଂଗ୍ରେସ ଟିକଟରୁ ସେ ନିର୍ବାଚନ ଲଢ଼ିଥିଲେ । ଗତକାଲି ଫଳାଫଳ ଘୋଷଣା ହୋଇଥିବାବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପରାଜିତ କରିଛନ୍ତି ସୋଫିଆ । ୮୦୦୧ ଖଣ୍ଡ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ଅନେକ ହେଭିୱେଟ ପ୍ରଚାର କରିଥିଲେ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନଙ୍କ ଭଳି ଅନେକ ହେଭିୱେଟ୍‌ ପ୍ରଚାର କରିବା ସତ୍ତ୍ବେ ସୋଫିଆ ବିଜୟୀ ହୋଇଛନ୍ତି । ଏପରିକି ତାଙ୍କ ବାପାଙ୍କ ଠାରୁ ଅଧିକ ମାର୍ଜିନରେ ବିଜୟୀ ହୋଇଛନ୍ତି ସୋଫିଆ ।

ଏହା ମଧ୍ୟ ପଢ଼ନ୍ତୁ...ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ ? - Odisha Assembly results 2024

ଭାଙ୍ଗିଲେ ୫୨ ବର୍ଷର ରେକର୍ଡ: ଏହି ନିର୍ବାଚନ ଜିତି ସୋଫିଆ ୫୨ ବର୍ଷ ପରେ ଏକ ବିରଳ ରେକର୍ଡ ମଧ୍ୟ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ନନ୍ଦିନୀ ଶତପଥୀ ୧୯୭୨ ମସିହାରେ ବିଜୟୀ ହୋଇଥିଲେ । ଏହାପରେ ଏହି ନିର୍ବାଚନ ମଣ୍ଡଳୀରୁ ଅନେକ ମହିଳା ପ୍ରାର୍ଥୀ ନିର୍ବାଚନ ଲଢ଼ି ବି ଜିତି ପାରିନଥିଲେ । ସୋଫିଆ ଫିର୍ଦୋସ ଦୀର୍ଘ ୫୨ ବର୍ଷ ପରେ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସରୁ ଲଢ଼ି ବିଜୟୀ ହୋଇଛନ୍ତି ।

ଓଡିଶାରେ ପ୍ରଥମ ମୁସ୍‌ଲିମ ମହିଳା ବିଧାୟିକା: ସୋଫିଆ ଓଡ଼ିଶାର ପ୍ରଥମ ମୁସ୍‌ଲିମ୍‌ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମ ମୁସ୍‌ଲିମ ମହିଳା ବିଧାୟିକା ଭାବେ ବିଧାନସଭା ଯିବେ ସୋଫିଆ ଫିର୍ଦୋସ । ଯଦିଓ ଅନେକ ମୁସଲିମ୍‌ ମହିଳା ଓଡ଼ିଶାରେ ପୂର୍ବରୁ ନିର୍ବାଚନରେ ଲଢ଼ିଛନ୍ତି, ମାତ୍ର କେହି ବିଜୟୀ ହୋଇପାରିନଥିଲେ । ସୋଫିଆ ପ୍ରଥମ ମୁସଲିମ୍‌ ମହିଳା ବିଧାୟକ ଭାବରେ ବିଜୟୀ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.