ETV Bharat / politics

ବିକାଶର ନୂଆ ବିନ୍ଧାଣି ହେବେ ଯୁବ ଚେହେରା - newly elected young mla odisha

Odisha assembly election results 2024: ଏଥର କେଉଁ ଦଳର କେତେ ନବାଗତ ବିଧାୟକ ଗଲେ ବିଧାନସଭା । ଅଧିକ ପଢନ୍ତୁ

ବିକାଶର ନୂଆ ବିନ୍ଧାଣି ହେବେ ଯୁବ ଚେହେରା, କେଉଁ ଦଳର କେତେ ନବାଗତ ବିଧାୟକ ଗଲେ ବିଧାନସଭା
ବିକାଶର ନୂଆ ବିନ୍ଧାଣି ହେବେ ଯୁବ ଚେହେରା, କେଉଁ ଦଳର କେତେ ନବାଗତ ବିଧାୟକ ଗଲେ ବିଧାନସଭା (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 1:03 PM IST

ଭୁବନେଶ୍ବର: 24ବର୍ଷ ପରେ ରାଜ୍ୟରେ ବଦଳିଛି ସରକାର । ନବୀନଙ୍କୁ ଜାତୀୟ ରେକର୍ଡରୁ ବଞ୍ଚିତ କରିଛି ଚଳିତ ନିର୍ବାଚନ ଫଳାଫଳ । ଚଳିତଥର ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପଦ୍ମ ଫୁଟିଛି, ଯାହାଫଳରେ ରାଜ୍ୟ ରାଜନୀତି କଡ଼ ଲେଉଟାଇଛି । ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି ଜନମତ । ଓଡ଼ିଶାରେ ବିଜେଡି ସରକାରର ପତନ ଏବଂ ପଦ୍ମ ଦଳ ପ୍ରତି ଆକୁଣ୍ଠ ସମର୍ଥନ ପାଇଁ ରାଜ୍ୟରେ ବିଜେପି ଗଡ଼ିବାକୁ ଯାଉଛି ନୂଆ ସରକାର । ତେବେ ଚଳିତ ନିର୍ବାଚନରେ ଓଡ଼ିଶାର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । କାରଣ ଚଳିତ ନିର୍ବାଚନରେ ଓଡ଼ିଶାର ବହୁ ବରିଷ୍ଠ, ତୁଙ୍ଗ ନେତାମାନେ ଶୋଚନୀୟ ପରାଜୟ ବରଣ କରିଛନ୍ତି ।

ବିକାଶର ନୂଆ ବିନ୍ଧାଣି ହେବେ ଯୁବ ଚେହେରା, କେଉଁ ଦଳର କେତେ ନବାଗତ ବିଧାୟକ ଗଲେ ବିଧାନସଭା (ETV Bharat Odisha)

ଚଳିତ ନିର୍ବାଚନରେ ଯୁବ ଆଉ ନବାଗତ ବିଧାୟକଙ୍କ ସଂଖ୍ୟା ଢେର ଅଧିକ ।ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ବହୁ ଯୁବ ଏବଂ ପ୍ରଥମ ଥର ନିର୍ବାଚିତ ହୋଇଥିବା ଜନପ୍ରତିନିଧି । ବୟସ କମ, ଅନୁଭୂତି ବି କମ,ରାଜନୈତିକ ମାହୋଲ ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।ତେବେ ଆସନ୍ତୁ ଦେଖିବା କେଉଁ ଦଳରୁ କେତେଜଣ ନବାଗତ ଏବଂ ଯୁବ ବିଧାୟକ ଜୟଯୁକ୍ତ ହୋଇ ଆସିଛନ୍ତି । ଆଗାମୀ ଦିନରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କ ଆଭିମୁଖ୍ୟ କଣ ରହିବ, ଇଟିଭି ଭାରତର ଏକ ବିଶେଷ ରିପୋର୍ଟ ।

ପବିତ୍ର ସାଉଁନ୍ତା ସପ୍ତଦଶ ବିଧାନସଭାର ସର୍ବକନିଷ୍ଠ ଯୁବ ନବାଗତ ବିଧାୟକ । କଂଗ୍ରେସ ଟିକେଟରେ କୋରାପୁଟର ଲକ୍ଷ୍ମୀପୁର ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପବିତ୍ରଙ୍କ ବୟସ ମାତ୍ର 29 । ଜଣେ ସୁସଙ୍ଗଠକ ଭାବେ ସେ ପରିଚିତ । ଚଳିତ ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀଙ୍କୁ ଠାରୁ 21,262 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି । ପବିତ୍ର କୋରାପୁଟ ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ, ପିଇବା ପାଣି,ଗମନାଗମନ କ୍ଷେତ୍ରରେ ବିକାଶ କରିହେବ ସେ ନେଇ ସ୍ୱର ଉତ୍ତୋଳନ କରିବେ ବୋଲି କହିଛନ୍ତି । ଆଗାମୀ ବିଧାନସଭା ଅଧିବେଶନରେ ନିଜର ସ୍ୱରକୁ ଶାଣିତ କରି ପାହାଡିଆ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓ, ମିଡିଆ ଜଗତରେ ଶୋକ - Ramoji Rao passes away

ସେହିପରି ଛତ୍ରପୁର ଅଞ୍ଚଳରେ ଚାଷୀ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ଛତ୍ରପୁରର ନବନିର୍ବାଚିତ ବିଜେପି ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ସେ ପ୍ରଥମକରି ନିର୍ବାଚିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅନେକ ସମସ୍ୟା ଯାହା ସରକାର ଆସିଲା ପରେ ସମାଧାନ କରାଯିବ ବୋଲି କହିଛନ୍ତି ।ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଲୋକେ ବହୁ ଉପକାର ପାଇବେ। ଛତ୍ରପୁରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ଚାଷୀଙ୍କ ପାଇଁ କୋଲଡ଼ ଷ୍ଟରେଜ ନାହିଁ । ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀଙ୍କ ପାଇଁ ଜେଠି ପ୍ରତିଶୃତି ଦେଇଛନ୍ତି ସବୁ କାର୍ଯ୍ୟ କରାଯିବ । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଲାଗୁ ହେବ ବୋଲି କହିଛନ୍ତି କୃଷ୍ଣ ।

ବିଜେପି:-

ତେବେ ଆସନ୍ତୁ ନଜର ପକାଇବା ପ୍ରମୁଖ ରାଜନୈତିକ ଦଳ ଭାବେ କେତେ ଯୁବ ଏବଂ ନବାଗତ ବିଧାୟକ ଚଳିତ ନିର୍ବାଚନରେ ବିଜୟୀ ହୋଇଛନ୍ତି । ବିଜେପିର ମୋଟ 78ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 52 ଜଣ ନବାଗତ ଓ 20ଜଣ ଯୁବ ଚେହେରା ।

ବିଜେଡି:-

ସେହିପରି କ୍ଷମତାରୁ ହଟିଥିବା ବିଜେଡିର 51ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ, 18 ଜଣ ପ୍ରଥମ କରି ବିଜୟୀ ବିଧାୟକ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 15 ଜଣ ହେଉଛନ୍ତି ଯୁବ ଚେହେରା ।

କଂଗ୍ରେସ:-
ସେହିପରି କଂଗ୍ରେସର 14 ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ 4ଜଣ ବରିଷ୍ଠ ବିଧାୟକ । ଅନ୍ୟ 9ଜଣ ନବାଗତ ବିଧାୟକ ରହିଛନ୍ତି । ଏହି ନବାଗତଙ୍କ ମଧ୍ୟରେ 8ଜଣ ଯୁବ ଚେହେରା ଭାବେ ସପ୍ତଦଶ ବିଧାନସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଆଗାମୀ ଦିନରେ ଯୁବ ,ନୂଆ ଚେହେରା ବିଧାୟକମାନେ ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟା ସମାଧାନ କରିବାରେ କେତେ ସଫଳ ହେଉଛନ୍ତି ଓ ରାଜ୍ୟର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ କେତେ ସହାୟକ ହେଉଛନ୍ତି, ତାହା ତ ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.