ETV Bharat / politics

ବିଜେଡିର ବିଶାଳ ରୋଡ ଶୋ’: ଟୁରିଷ୍ଟ କହି ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ୍‌ କଲେ ପାଣ୍ଡିଆନ - Assembly election 2024

author img

By ETV Bharat Odisha Team

Published : May 11, 2024, 3:18 PM IST

Assembly election 2024: ରାଉରକେଲାରେ ପାଣ୍ଡିଆନ-ଶାରଦା ଓ ଦିଲ୍ଲୀପ ତିର୍କୀଙ୍କ ବିଶାଳ ରୋଡ ଶୋ’ । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପରୋକ୍ଷ କଟାକ୍ଷ କଲେ ପାଣ୍ଡିଆନ । ଅଧିକ ପଢନ୍ତୁ

ରାଉରକେଲାରେ ବିଜେଡିର ବିଶାଳ ରୋଡ ଶୋ’: ଟୁରିଷ୍ଟ କହି ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ରାଉରକେଲାରେ ବିଜେଡିର ବିଶାଳ ରୋଡ ଶୋ’: ଟୁରିଷ୍ଟ କହି ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ (PIC-ETV Bharat Odisha)

ବିଜେଡିର ବିଶାଳ ରୋଡ ଶୋ’: ଟୁରିଷ୍ଟ କହି ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ (ETV Bharat Odisha)

ରାଉରକେଲା: ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନ । ଦଳୀୟ ବିଧାୟକ ପ୍ରାର୍ଥୀ ସାରଦା ନାୟକ ଏବଂ ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀଙ୍କ ପାଇଁ ଭୋଟ ମାଗିଛନ୍ତି ପାଣ୍ଡିଆନ । ଏହା ସହ ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି । ଟୁରିଷ୍ଟ ନେତାଙ୍କୁ ଭୋଟ ଦିଅନ୍ତୁ ନାହିଁ । ସେମାନଙ୍କର ଅନ୍ୟ ବ୍ୟବସାୟ ରହିଛି । ସେମାନେ କେବଳ ପାର୍ଶ୍ବ ବ୍ୟବସାୟ ଭାବେ ରାଜନୀତିକୁ ବାଛିଛନ୍ତି । ବିଜେଡିର ଏହି ନେତାଙ୍କୁ ଭୋଟ ଦେଲେ ସେମାନେ ଲୋକଙ୍କ ସମସ୍ୟା ସହ ରହିବେ ବୋଲି ପାଣ୍ଡିଆନ କହିଥିବା ଶୁଣିବାକୁ ମିଳିଥିଲା ।

ଦିଲ୍ଲୀପ ରାୟଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ‘‘ଜଣେ ଟୁରିଷ୍ଟଙ୍କୁ ଆଦୌ ଭରସା କରନ୍ତୁନାହିଁ । କାରଣ ଟୁରିଷ୍ଟମାନେ କେବଳ ବୁଲିବାକୁ ଆସନ୍ତି, ତାଙ୍କର ଲୋକଙ୍କ ପ୍ରତି ଭଲ ପାଇବା ନାହିଁ । ସେମାନଙ୍କର ମୁଖ୍ୟ ବ୍ୟବସାୟ ଭିନ୍ନ । ସେମାନେ ସାଇଡ ବିଜିନେସ ଭାବେ ରାଜନୀତି କରନ୍ତି । ଏମାନଙ୍କୁ (ବିଜେଡି ପ୍ରାର୍ଥୀ) ଙ୍କୁ ଭୋଟ ଦିଅନ୍ତୁ, ସେମାନେ ତୁମ ସହ ରହିବେ ।’’

ଗତକାଲି (ଶୁକ୍ରବାର) ସହରର ବିଶ୍ରା ଛକଠାରୁ ପାନପୋଷ ପର୍ଯ୍ୟନ୍ତ ଜୋରଦାର ରୋଡ ଶୋ’ କରି ପ୍ରଚାର କରିଛନ୍ତି ପାଣ୍ଡିଆନ । ଏହି ରୋଡ ଶୋ ଓ ପଥପ୍ରାନ୍ତ ପ୍ରଚାରରେ ବହୁସଂଖ୍ୟାରେ ବିଜେଡି କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗ ଦେଇଥିଲେ । ଏହି ରୋଡ଼ ଶୋ ବିଶ୍ରା ଛକଠାରୁ ଆରମ୍ଭ ହୋଇ ମଧୁସୂଦନ ଛକ ଦେଇ ଡେଲି ମାର୍କେଟ ପରିକ୍ରମା କରି ଉଦିତ ନଗର ଆମ୍ବେଦକର ଛକ ଯାଏ ଆସିଥିଲା । ପରେ ଆମ୍ବେଦକର ଛକରୁ ବାସନ୍ତୀ କଲୋନୀ ଏବଂ ଡିଏଭି ଛକ ଦେଇ ପାନପୋଷ ଗାନ୍ଧୀ ଛକରେ ପହଞ୍ଚିଥିଲା । ଗତକାଲିର ରୋଡ଼ ଶୋ’ରେ ବିପୁଳ ସଂଖ୍ୟାରେ ଜନସମର୍ଥନ ଦେଖିବାକୁ ମିଳିଥିଲା । ବିଜେଡି ଏଥର ନିଶ୍ଚିତ ସରକାର କରିବ ବୋଲି କହି କର୍ମୀ ଏବଂ ନେତାମାନେ ଉତ୍ସାହିତ ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ଜୟନ୍ତ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର - BJP campaign in Puri

ତେବେ ଗତକାଲି ଠାରୁ ରାଉରକେଲାରେ ଦୁଇଦିନିଆ ପ୍ରଚାର ଆରମ୍ଭ କରିଥିବା ବିଜେଡିର ଷ୍ଟାରପ୍ରଚାରକ ପାଣ୍ଡିଆନ ନିର୍ବାଚନ ମଣ୍ଡଳୀରେ ଆଜି ମଧ୍ୟ ପ୍ରଚାର କରିବେ । ଅନ୍ୟପଟେ ବିଜେପିର ଶୀର୍ଷ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗତକାଲି ଠାରୁ ଦୁଇଦିନିଆ ଓଡିଶା ଗସ୍ତରେ ରହିଛନ୍ତି । ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ରାଜଧାନୀ ଭୁବନେଶ୍ବରରେ ରୋଡ ଶୋ’ କରିଥିବା ବେଳେ ଆଜି କନ୍ଧମାଳରେ ମଧ୍ୟ ପ୍ରଚାର କରିଛନ୍ତି । ଏହା ପରେ ବରଗଡ ଓ ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.