ETV Bharat / politics

କଂଗ୍ରେସ ଭବନରେ ପିପିଲି ଟିକେଟ୍ ବିଦ୍ରୋହ, ଦାବି ନଶୁଣିଲେ ରାହୁଲଙ୍କୁ ବିରୋଧ ଚେତାବନୀ - Congress Ticket Issue - CONGRESS TICKET ISSUE

Ticket Conflict: ପୁଣି କଂଗ୍ରେସ ଭବନରେ ପହଞ୍ଚିଲା ଟିକଟ କଳି । ରାହୁଲ ଗାନ୍ଧୀଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ନିଶିକାନ୍ତ ମିଶ୍ରଙ୍କ ସମର୍ଥକ । ଜାଣନ୍ତୁ କାରଣ ।

Ticket Issue
Ticket Issue
author img

By ETV Bharat Odisha Team

Published : Apr 22, 2024, 10:34 PM IST

Ticket Issue

ଭୁବନେଶ୍ବର: ପୁଣି କଂଗ୍ରେସ ଭବନରେ ଟିକଟ କଳି । ପିପିଲି ନିର୍ବାଚନ ମଣ୍ଡଳୀର ଟିକଟ ବିଦ୍ରୋହର ତାତି କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ପରିବର୍ତ୍ତ ନ ନହେଲେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ନିଶିକାନ୍ତ ମିଶ୍ରଙ୍କ ସମର୍ଥକ । ଟିକଟ ବଣ୍ଟନକୁ ନେଇ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ କଂଗ୍ରେସ ଭବନ ଗେଟକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗେଟକୁ ଠେଲାପେଲା କରି ଭିତରକୁ ଧସେଇ ପଶିବାର ଉଦ୍ୟମ କରିବା ସହ ହୋହଲ୍ଲା ଓ ନାରାବାଜି କରିଛନ୍ତି ଦଳୀୟ କର୍ମୀ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସମର୍ଥକମାନେ ନିର୍ବାଚନ ମଣ୍ଡଳୀରେ ଟିକଟର ପୁନଃ ବିଚାର ପାଇଁ ଦାବି କରି ଧାରଣା ଦେଇଥିବା ଜଣାପଡ଼ିଛି ।

କଂଗ୍ରେସ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରୁଛନ୍ତି ନିଶିକାନ୍ତଙ୍କ ସମର୍ଥକ । "ପିପିଲି ନିର୍ବାଚନ ମଣ୍ଡଳୀରେ ନିଶିକାନ୍ତ ମିଶ୍ର ଦୀର୍ଘ ଦିନ ହେବ କାର୍ଯ୍ୟ କରିଥିବାବେଳେ ତାଙ୍କୁ କାହିଁକି ଟିକଟ ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି?" କଂଗ୍ରେସ କର୍ମୀ । ଏହାକୁ ନେଇ କଂଗ୍ରେସ ଭବନ ସମ୍ମୁଖରେ ନିଶିକାନ୍ତଙ୍କ ସମର୍ଥକମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ନିଶିକାନ୍ତଙ୍କ ସମର୍ଥକ କହିଛନ୍ତି,"ପିପିଲି ପାଇଁ ସେ ଯୋଗ୍ୟ ପ୍ରାର୍ଥୀ ବୁଲୁ ୪ ବର୍ଷ ହେବ ଦଳ ପାଇଁ ସଂଗଠନ କରିଛନ୍ତି । କର୍ମୀଙ୍କ ସହ ମିଶି ମାଟିରେ ମିଶିଥିବା ଦଳକୁ ମଜବୁତ କରିବା ବେଳକୁ ଦଳ ପିପିଲିରେ ଯାହାକୁ କେହି ଜାଣିନାହାନ୍ତି ତାଙ୍କୁ ଟିକଟ ଦେଇଛି ।"

ଏହା ବି ପଢନ୍ତୁ...କଂଗ୍ରେସ ଭବନରେ ଟିକଟ ତାତି, କୃଷ୍ଣଚନ୍ଦ୍ର ସଗରିଆଙ୍କୁ ବିରୋଧ କରି ତାତିଲେ ଜୟନ୍ତ - Congress Ticket Tension

"ଏହାକୁ ଆମେ ଦୃଢ ବିରୋଧ କରୁଛୁ ଆଉ ପୁନଃ ଟିକଟ ପାଇଁ ଦାବି କରୁଛୁ । ଏଠାରେ ଶୀର୍ଷ ନେତାଙ୍କ ପଛରେ ବୁଲି ଟଙ୍କା ଦେଇ ଟିକଟ ନେଉଛନ୍ତି । କିନ୍ତୁ ଜିରୋରୁ ଦଳକୁ ହୀରୋ କରିଥିବା ଓ ୫ ରୁ ୫୦ ହଜାର ଭୋଟରଙ୍କୁ ଏକାଠି କରି ବିଜେଡି ବିଜେପି ସହ ଲଢ଼ିବାକୁ ଯାଉଥିବାବେଳେ ସାଲିସ କରୁଥିବା ଲୋକଙ୍କୁ ଦଳ ଟିକଟ ଦେଉଛି । ଏହାକୁ ଆମେ ବିରୋଧ କରୁଛୁ, ଟିକେଟ ପରିବର୍ତ୍ତନ କରନ୍ତୁ । ନହେଲେ ଆଗାମୀ ଦିନରେ ଦଳର ନେତାଙ୍କୁ ବିରୋଧ କରିବୁ । କାହାକୁ ପିପିଲି ଓ ପୁରୀରେ ପୁରାଇ ଦେବୁନାହିଁ" କହି ବର୍ଷିଛନ୍ତି ନିଶିକାନ୍ତଙ୍କ ସମର୍ଥକ । ଏପରିକି ଓଡି଼ଶା ଗସ୍ତରେ ଆସିବାକୁ ଥିବା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପୁରୀ ଯିବା ସମୟରେ ବିରୋଧ କରାଯିବ ଓ କଳାପତାକା ଦେଖାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.