ETV Bharat / politics

ନିର୍ବାଚନୀ ମୈଦାନର ରୋଚକ ଦୃଶ୍ୟ, ବିଜେଡି ପ୍ରାର୍ଥୀଙ୍କୁ ବିଜୟ ଆଶୀର୍ବାଦ ମାଗିଲେ ବିଜେପି ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024

Sonepur assembly constituency: ନାମାଙ୍କନ ଭରିବା ବେଳେ ଭେଟ ହେଲେ ସୋନପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଓ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର । ନିରଞ୍ଜନଙ୍କୁ ନମସ୍କାର କରିବା ସହ ବିଜୟ ଆଶୀର୍ବାଦ ଲୋଡିଲେ ପ୍ରମୋଦ । ନିରଞ୍ଜନ ଦେଲେ ଉତ୍ତର । ଅଧିକ ପଢନ୍ତୁ

Sonepur assembly constituency
Sonepur assembly constituency (Etv Bharat)
author img

By ETV Bharat Odisha Team

Published : May 3, 2024, 3:01 PM IST

Sonepur assembly constituency (Etv Bharat)

ସୁବର୍ଣ୍ଣପୁର: ଚଳିତ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ସ୍ବାଧୀନ ତଥା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡି, ବିଜେପି, କଂଗ୍ରେସ ପାର୍ଟି ସମେତ ସ୍ବାଧୀନ ପ୍ରାର୍ଥୀମାନେ ବି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଏହି ଅନେକ ରୋଚକ ଦୃଶ୍ୟ ବି ଦେଖିବାକୁ ମିଳୁଛି । କେତେବେଳେ ପରସ୍ପର ବିରୋଧି କର୍ମୀ ଓ ନେତାମାନଙ୍କ ଭିତରେ କୋଳାକୋଳି ଦୃଶ୍ୟ ତ ଆଉ କେତେବେଳେ ବିଜୟଶ୍ରୀର ଆଶୀର୍ବାଦ ମାଗୁଛନ୍ତି ନେତାମାନେ ।

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଓ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର ରିଟର୍ଣ୍ଣିଂ ଅଫିସର ତଥା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ସମୟରେ ସାକ୍ଷାତ ହୋଇଥିବା ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର ନିରଞ୍ଜନ ପୂଜାରୀଙ୍କୁ ହାତଯୋଡି ନମସ୍କାର କରିବା ସହିତ ବିଜୟ ଶ୍ରୀର ଆଶିର୍ବାଦ ଭିକ୍ଷା କରିଥିଲେ । ତେବେ ନିରଞ୍ଜନ ପୂଜାରୀ ସଙ୍ଗେ ସଙ୍ଗେ ପ୍ରମୋଦଙ୍କ ନମସ୍କାରର ଉତ୍ତରରେ ପ୍ରତିନମସ୍କାର ଜଣାଇ ଧର୍ମର ହେଉ ଜୟ କହିଛନ୍ତି । ରିଟର୍ଣ୍ଣିଂ ଅଫିସରେ ଥିବା ଅନ୍ୟାନ୍ୟ ବିଜେଡି କର୍ମୀ ଓ ବିଜେପି କାର୍ଯ୍ୟକର୍ତ୍ତା ବାକ୍ୟ ଦୁଇଟିକୁ ପୂରଣ କରି 'ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ' କହିଥିବା ଶୁଣିବାକୁ ମିଳୁଛି ।

ଏହାମଧ୍ୟ ପଢନ୍ତୁ.. ଜମୁଛି ପ୍ରଚାର, ସୋନପୁର ଓ ବୀରମହରାଜପୁର ସିଟ୍‌ ହାତେଇବାକୁ ବିଜେପି ଜୋରଦାର ପ୍ରୟାସ - BJP Election Campaign

ନିର୍ବାଚନ ମଣ୍ଡଳୀ ପୁର୍ନଃଗଠନ ପରେ ଲଗାତର ତିନି ଥର ଧରି ନିରଞ୍ଜନ ପୂଜାରୀ ସୋନପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଛନ୍ତି । ପୂର୍ବରୁ ଦୁଇ ଥର ବିନିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିଥିବା ବେଳେ ଦୁଇ ଦୁଇ ଥର ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି ।

ସେହିପରି ପ୍ରମୋଦ ମହାପାତ୍ର ବିଜୁ ପଟ୍ଟନାୟକ ଅମଳରେ ସଦର ସୋନପୁର ପୌର ପରିଷଦରେ ପ୍ରତ୍ୟକ୍ଷ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରିଛନ୍ତି । ଉଭୟେ ପୁରୁଖା ନେତା । ଗତ 2014 ନିର୍ବାଚନରେ ବି ଉଭୟେ ଉଭୟଙ୍କ ବିପକ୍ଷରେ ଲଢେଇ କରିଥିଲେ । ନିରଞ୍ଜନ ପୂଜାରୀ ବିଜେଡିର ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ରଙ୍କୁ ପ୍ରାୟ 50 ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ । ତେବେ ଏଇ ଲଢେଇରେ ପ୍ରମୋଦ ନିରଞ୍ଜନଙ୍କୁ ବିଜୟ ଶ୍ରୀର ଆଶିର୍ବାଦ ମାଗିଲେ ବା ମିଳନ୍ତା କିପରି । ସେ ଯାହା ହେଉ ଭିନ୍ନ ଭିନ୍ନ ରାଜନୈତିକ ଦଳ ଓ ବିଚାରଧାରାରେ ଥିଲେ ହେଁ ଉଭୟଙ୍କ ସ୍ନେହଭରା ବାର୍ତ୍ତାଳାପ ସମାଜ ପାଇଁ ଏକ ଉଦାହରଣ ନିଶ୍ଚିତ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.