ETV Bharat / politics

ଟିକଟ ଦେଇ ଛଡାଇ ନେଲା କଂଗ୍ରେସ, ହାତ ଛାଡିଲେ ହକି ତାରକା - Prabodh Tirkey Quits Congress - PRABODH TIRKEY QUITS CONGRESS

Prabodh Tirkey Quits Congress: ସୁନ୍ଦରଗଡ କଂଗ୍ରେସକୁ ଝଟକା । ହାତ ଛାଡିଲେ ପ୍ରବୋଧ ତିର୍କୀ । ଟିକଟ ଦେଇ ଟିକଟ କାଟିବାକୁ ନେଇ ଅସନ୍ତୋଷ ଥିଲେ ପ୍ରବୋଧ । ଯେଉଁଥିପାଇଁ ଆଜି ଦଳ ଛାଡିଛନ୍ତି ପ୍ରବୋଧ । ଅଧିକ ପଢନ୍ତୁ

Prabodh Tirkey Quits Congress
Prabodh Tirkey Quits Congress
author img

By ETV Bharat Odisha Team

Published : Apr 20, 2024, 11:09 PM IST

Updated : Apr 21, 2024, 8:49 AM IST

ରାଉରକେଲା: ସୁନ୍ଦରଗଡ ରାଜନୀତି ହଟଚମଟ । କଂଗ୍ରେସ ଛାଡିଲେ ପ୍ରବୋଧ ତିର୍କୀ । ଟିକଟ ଦେଇ ଟିକଟ କାଟିବାକୁ ନେଇ ଅସନ୍ତୋଷ ଥିଲେ ପ୍ରବୋଧ । ଯେଉଁଥିପାଇଁ ଆଜି (ଶନିବାର) କଂଗ୍ରେସ ଛାଡିଛନ୍ତି ପ୍ରବୋଧ ।

ପୁଣି ଦୁର୍ବଳ ହେଲା କଂଗ୍ରେସ । ପୂର୍ବତନ ହକି କ୍ୟାପଟେନ ପ୍ରବୋଧ ତିର୍କୀ ଆଜି ହାତ ଛାଡିଛନ୍ତି । ତେବେ ପ୍ରାର୍ଥୀ ଚୟନର ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ପକ୍ଷରୁ ପ୍ରବୋଧ ତିର୍କୀଙ୍କ ନାମ ଘୋଷଣା କରାଯାଇଥିଲା । ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ପ୍ରଥମେ ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଥିଲା ଦଳ । ଏଥର କଡା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆଶା ରଖିଥିଲେ ପ୍ରବୋଧ ଓ ତାଙ୍କ କର୍ମୀ । ଏମିତିକି ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଥିଲେ ସେ । ହେଲେ ଦଳ ପ୍ରଥମେ ଟିକଟ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ଟିକଟ ପରିବର୍ତ୍ତନ କରିଥିଲା । ଯେଉଁଥିପାଇଁ ଅସନ୍ତୋଷ ଥିଲେ ପ୍ରବୋଧ । ତଳସରା ନିର୍ବାଚନ ମଣ୍ଡଳୀରୁ ତାଙ୍କ ଟିକଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ । ଯାହାକୁ ନେଇ ପ୍ରବୋଧ ଅସନ୍ତୋଷ ଜାହିର କରିଥିଲେ ।

ଏହାମଧ୍ୟ ପଢନ୍ତୁ..ତଳସରା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ପ୍ରବୋଧ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆ - ODISHA ASSEMBLY ELECTION 2024

ପ୍ରବୋଧଙ୍କ ସମେତ ତାଙ୍କ ସମର୍ଥକମାନେ ମଧ୍ୟ କଂଗ୍ରେସର ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଆଜି କଂଗ୍ରେସ ଦଳ ଛାଡିଛନ୍ତି ପ୍ରବୋଧ । ତେବେ ପ୍ରବୋଧ ଅନ୍ୟ କେଉଁ ଦଳରେ ମିଶିବେ ନା ସ୍ୱାଧିନ ଭାବେ ଲଢିବେ ସେ ନେଇ ଜଣାପଡିନାହିଁ । ଅନ୍ୟପଟେ ପ୍ରବୋଧଙ୍କ ଦଳ ଛାଡିବା ରାଜ୍ୟ କଂଗ୍ରେସ ପାଇଁ ଏକ ବଡ ଝଟକା ଅଟେ । ସୁନ୍ଦରଗଡ କଂଗ୍ରେସକୁ ଏହା ଦୁର୍ବଳ କରିପାରେ ।

ସୂଚନା ଯୋଗ୍ୟ, ପ୍ରବୋଧ ତିର୍କୀ ଭାରତୀୟ ହକି ଖେଳାଳି ଇଗନାନ୍ସ ତିର୍କୀଙ୍କର ଭାଇ ଅଟନ୍ତି । ପ୍ରବୋଧ ମଧ୍ୟ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଅଟନ୍ତି । 2007 ମସିହାରେ ଚେନ୍ନାଇରେ ଅନୁଷ୍ଠିତ ଏସିଆ କପରେ ଭାରତୀୟ ହକି ଟିମ ବିଜେତା ହୋଇଥିଲା । ସେହି ସମୟରେ ମଧ୍ୟ ଭାରତୀୟ ହକି ଟିମରେ ଖେଳିଥିଲେ ପ୍ରବୋଧ ।

କିଛି ମାସ ତଳେ କଂଗ୍ରେସ ଦଳର ସାମିଲ ହୋଇଥିଲେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପଟେନ ପ୍ରବୋଧ ତିର୍କୀ ।ରାହୁଲ ଗାନ୍ଧୀଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇଗତ ବର୍ଷ ସେପ୍ଟେମ୍ବର ମାସରେ କଂଗ୍ରେସରେ ସାମିଲ ହୋଇଥିଲେ ପ୍ରବୋଧ ତିର୍କୀ । କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ମଧ୍ୟ ଆସିଥିଲା । ଏବେ ଦଳ ତାଙ୍କ ଠାରୁ ଟିକଟ ଫେରାଇ ନେଇଥିଲା । ଯାହାକୁ ନେଇ ଅସନ୍ତୋଷ ଜାହିର କରିବା ସହ ଶେଷରେ ହାତ ଛାଡିଛନ୍ତି ପ୍ରବୋଧ ।

ଇଟିଭି ଭାରତ, ରାଉରକେଲା

Last Updated : Apr 21, 2024, 8:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.