ETV Bharat / politics

ଆଚାର୍ଯ୍ୟ ପରିବାର ଦଖଲରେ ବରଗଡ ଆସନ, ଛଡାଇ ନେବେ କି ବିଜେପି-କଂଗ୍ରେସ ? - Bargarh Assembly Constituency - BARGARH ASSEMBLY CONSTITUENCY

Bargarh Assembly Constituency: ବରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପୁଣି ଥରେ ଦେବେଶ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି । ଦୁଇ ଦୁଇ ଥର ଏହି ଆସନ ହାତେଇଥିବା ଦେବେଶଙ୍କ ସହ ମୁକାବିଲା କରିବେ ବିଜେପିର ଅଶ୍ଵିନୀ ଷଡଙ୍ଗୀ ଓ କଂଗ୍ରେସ ପ୍ରାର୍ଥୀ ନିପନ ଦାସ । ପୁଣି ବରଗଡରେ ବିଜେଡିର ବିଜୟ ବାନା ନା ସିଟ ହାତେଇ ନେବେ ବିଜେପି ଓ କଂଗ୍ରେସ । ବରଗଡ ନିର୍ବାଚନ ମଣ୍ଡଳୀକୁ ନେଇ ଦେଖନ୍ତୁ ଏହି ରିପୋର୍ଟ ।

Bargarh Assembly Constituency
Bargarh Assembly Constituency
author img

By ETV Bharat Odisha Team

Published : Apr 7, 2024, 8:01 AM IST

Updated : Apr 7, 2024, 8:17 AM IST

Bargarh Assembly Constituency

ବରଗଡ଼: ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ବରଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପୁଣି ଥରେ ଦେବେଶ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି । ଦେବେଶ ଆଚାର୍ଯ୍ୟ 2014 ଏବଂ 2019ରେ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ । 2024 ସାଧାରଣ ନିର୍ବାଚନରେ ମଧ୍ୟ ବିଜେଡି ପୁଣି ଥରେ ଦେବେଶଙ୍କୁ ଟିକେଟ ଦେଇ ତୃତୀୟ ଥର ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଅଶ୍ଵିନୀ ଷଡଙ୍ଗୀ ଓ କଂଗ୍ରେସ ନିପନ ଦାସଙ୍କୁ ଟିକେଟ୍ ଦେଇଛି । ଲଗାତାର ବରଗଡ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଛି । କେବଳ 2009 ମସିହାରେ କଂଗ୍ରେସ ବିଜୟୀ ହୋଇଥିଲା ନଚେତ ଗତ 2000 ମସିହାରୁ ଲଗାତାର ବିଜେଡି ଅକ୍ତିଆର କରିଆସୁଛି ଏହି ଆସନ ।

Bargarh Assembly Constituency
Bargarh Assembly Constituency

2000 ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଆନନ୍ଦ ଆଚାର୍ଯ୍ୟ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଜେଡି ବିଧାୟକ ହୋଇଥିଲେ । ପୁଣି 2004ରେ ମଧ୍ୟ ଆନନ୍ଦ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ । 2009ରେ କିନ୍ତୁ କଂଗ୍ରେସ ଏଠାରେ ବାଜିମାତ କରିଥିଲା । 2009 ନିର୍ବାଚନରେ ବିଜେଡିର ଆନନ୍ଦ ଆଚାର୍ଯ୍ୟ କଂଗ୍ରେସ ପ୍ରାର୍ଥୀ ସାଧୁ ଚରଣ ନେପାକଙ୍କ ଠାରୁ ମାତ୍ର 1ହଜାର 969 ଖଣ୍ଡ ଭୋଟରେ ହାରିଯାଇଥିଲେ । ଆନନ୍ଦ ଆଚାର୍ଯ୍ୟଙ୍କ ମୃତ୍ୟୁ ପରେ 2014 ନିର୍ବାଚନରେ ବିଜେଡି ସ୍ଵର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ ଦେବେଶ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା । 13ହଜାର 204ଖଣ୍ଡରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରି ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ବିଜୟୀ ହୋଇଥିଲେ । ସେହିପରି 2019ରେ ଦେବେଶ ଆଚାର୍ଯ୍ୟ 8ହଜାର 452 ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କୁ ପରାଜିତ କରିଥିଲେ । ଫଳାଫଳକୁ ଦେଖିଲେ 2009 ଏବଂ 2014ର ଲଢେଇରେ କଂଗ୍ରେସ ଦଳ ସାଧୁ ଚରଣ ନେପାକଙ୍କୁ ଦଳୀୟ ପ୍ରାର୍ଥୀ କରିଥିବା ବେଳେ ସ୍ଥିତି ଭଲ ରହିଥିଲା । 2009 ରେ କଂଗ୍ରେସ ବିଜୟୀ ହୋଇଥିବାବେଳେ 2014ରେ କଂଗ୍ରେସ ଦଳ ବିଜେଡି ଦଳର ପ୍ରାର୍ଥୀ ସହିତ କଡା ଟକ୍କର ଦେଇ 46ହଜାର 146 ଭୋଟ ହାତେଇଥିଲା ଅନ୍ୟପଟେ ବିଜେପିର ଉଭୟ 2009 ଏବଂ 2014 ନିର୍ବାଚନରେ ଅତି ଖରାପ ସ୍ଥିତି ରହିଥିଲା ।

Bargarh Assembly Constituency
Bargarh Assembly Constituency

2009 ରେ ବିଜେପି ମାତ୍ର 9.15 % ଭୋଟ ପାଇଥିବାବେଳେ 2014 ନିର୍ବାଚନରେ 15.56% ଭୋଟ ପାଇଥିଲା । କିନ୍ତୁ 2019 ନିର୍ବାଚନରେ କଂଗ୍ରେସ ଓ ବିଜେପି ଦଳରେ ବିରାଟ ପରିବର୍ତ୍ତନ ଦେଖାଯାଇଥିଲା । 2019ରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ଯୁବ ନେତା ନିପନ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା । ପରିଣାମ ସ୍ୱରୂପ 2014ରେ 31.62 % ଭୋଟ ପାଇଥିବା କଂଗ୍ରେସକୁ 2019 ରେ ମାତ୍ର 10.09% ଭୋଟ ମିଳିଥିଲା । ଅପରପକ୍ଷେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କୁ 2019 ନିର୍ବାଚନରେ 41.25 % ଭୋଟ ମିଳିଥିଲା ଓ ମାତ୍ର 8ହଜାର 452ଖଣ୍ଡ ଭୋଟରେ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କଠାରୁ ସେ ପରାଜିତ ହୋଇଥିଲେ । ଏଠାରେ ନିର୍ବାଚନୀ ଦୌଡରେ ପଛରେ ରହୁଥିବା ବିଜେପିର ସ୍ଥିତି 2019 ନିର୍ବାଚନଠାରୁ ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ...ବିଗ୍ ଫାଇଟ ପାଇଁ ତୟାର ନବରଙ୍ଗପୁର; ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର, ବିଜୟ ଆଶାରେ ସବୁ ଦଳ - LOK SABHA Election 2024

ବର୍ତ୍ତମାନ ଉଭୟ ବିଜେଡି ଓ ବିଜେପି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବାବେଳେ କଂଗ୍ରେସର ନେତା ଓ କର୍ମୀ ସୁପ୍ତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ବରଗଡରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଏଠାରେ ସକ୍ରିୟ ଥିବା ଦେଖିବାକୁ ମିଳିଲାଣି । ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ଯୋଜନାକୁ ଅସ୍ତ୍ର କରି ଲୋକଙ୍କ ସମର୍ଥନ ନେବାରେ କିଛିଟା ସଫଳ ହୋଇଛନ୍ତି ନେତୃବୃନ୍ଦ । ତେବେ ଚଳିତ 2024 ସାଧାରଣ ନିର୍ବାଚନରେ ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା 2ଲକ୍ଷ 15 ହଜାର 246 ରହିଛି । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 1ଲକ୍ଷ 8ହଜାର 613 , ମହିଳା ଭୋଟର ସଂଖ୍ୟା 1ଲକ୍ଷ 6ହଜାର 619 ଏବଂ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା 14 ରହିଛି ।

ଆସନ୍ତା ମେ ମାସ 20 ତାରିଖରେ ହେବାକୁ ଥିବା ମତଦାନ ପାଇଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 232ଟି ବୁଥର ବ୍ୟବସ୍ଥା କରାଯାଇଛି । ଏନେଇ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ କହିଛନ୍ତି, "ବରଗଡ଼ରେ ସୂତା କଳ, ଚିନିକଳ, ସାର କାରଖାନା ଆଦି ରହିଥିଲା । ପୂର୍ବରୁ ଲୋକେ ଚାକିରି ପାଇଁ ଏଠାକୁ ଆସୁଥିଲେ। ହେଲେ ବର୍ତ୍ତମାନ ଏଠାକାର ଲୋକଙ୍କୁ ବାହାର ରାଜ୍ୟ ଯିବାକୁ ପଡୁଛି । ଏଠାରେ ଶାସନରେ ଥିବା ପରିବାରର ବିକାଶ ହୋଇଛି ହେଲେ ଅଞ୍ଚଳର ବିକାଶ ହୋଇନାହିଁ ।" ତେବେ ଏହି ବରଗଡ଼ ଆସନ ପାଇଁ କାହାକୁ ବାଛିବେ ଜନତା ତା' ଉପରେ ରହିଛି ସମସ୍ତଙ୍କ ନଜର । ଅଧିକ ପଢନ୍ତୁ ।

ଇଟିଭି ଭାରତ, ବରଗଡ଼

Last Updated : Apr 7, 2024, 8:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.