ETV Bharat / politics

ପାରଳାଖେମୁଣ୍ଡିରେ ପୁଣି କେ. ନାରାୟଣ, ନାଁ ଅଉ କିଏ ? - paralakhemundi Assembly - PARALAKHEMUNDI ASSEMBLY

Odisha Assembly Election 2024: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏଥର କିଏ ମାରିବ ବାଜି ? ପୁଣି କଂଗ୍ରେସ ତାର ପୂର୍ବ ଅବସ୍ଥାକୁ ଫେରିବ କି ? ନା ବାଜି ମାରିବ ବିଜେଡ଼ି ? ଅଧିକ ପଢନ୍ତୁ

ପାରଳାଖେମୁଣ୍ଡିରେ ପୁଣି କେ.ନାରାୟଣ, ନାଁ ଅଉ କିଏ ?

author img

By ETV Bharat Odisha Team

Published : Mar 22, 2024, 9:51 PM IST

ପାରଳାଖେମୁଣ୍ଡିରେ ପୁଣି କେ.ନାରାୟଣ, ନାଁ ଅଉ କିଏ ?

ଗଜପତି: ବାଜିଛି ନିର୍ବାଚନୀ ବିଗୁଲ । ନିର୍ବାଚନୀ ପାଇଁ ପ୍ରସ୍ତୁତ ବିଭିନ୍ନ ଦଳର ନେତାଠୁ କର୍ମୀ । ଗାଁ ଗାଁରେ ଶୁଭିଲାଣି ଜିନ୍ଦାବାଦର ନାରା । ଲୋକେ ପାଇଲେଣି ମାଳ ମାଳ ବିକାଶର ପ୍ରତିଶୃତ । ସେପଟେ ମେଣ୍ଟ ଚର୍ଚ୍ଚାରେ ଜବନିକା ପଡ଼ିବା ପରେ ଆହୁରି ସରଗରମ ହୋଇଛି ରାଜନୀତି । ଏହାରି ଭିତରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ନିର୍ବାଚନୀ ମଣ୍ଡଳୀରେ କିଏ ମାରିବ ବାଜି,ତାହା ଉପରେ ସମସ୍ତଙ୍କ ନଜର । ଚଳିତ ନିର୍ବାଚନରେ କିପରି ସମସ୍ତ ଦଳ ଭଲ ପ୍ରଦର୍ଶନ କରିବେ ସେ ନେଇ ଚାଲିଛି ଅଙ୍କକଷା । ଗତଥର ଏଠାରୁ ବିଜେପି ବାଜିମାତ କରିଥିବା ବେଳେ ଦଳ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛି । ସେହିପରି ବିଜେଡ଼ି ଏବଂ କଂଗ୍ରେସ ମଧ୍ୟ ନିଜର ଦମ୍ ଦେଖାଉଥିବା ବେଳେ କ୍ଷମତାକୁ ଫେରିବା ପାଇଁ ଜୋରଦାର କସରତ କରୁଥିବା ଦେଖିବାକୁ ମିଳିଛି ।

ପୂର୍ବ ନିର୍ବାଚନୀ ଫଳାଫଳ
ପୂର୍ବ ନିର୍ବାଚନୀ ଫଳାଫଳ

ଗଜପତି ଜିଲ୍ଲାର କାଶୀନଗର, ଗୁମ୍ମା, ଗୋଷାଣୀ ଏବଂ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନଏସିକୁ ନେଇ ଗଠିତ ପାରଳାଖେମୁଣି ନିର୍ବାତନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା 2,10,650 । ସେଥିମଧ୍ୟରୁ 1,04,007ଜଣ ପୁରୁଷ ଭୋଟ ରହିଥିବା ବେଳେ 1,06,626 ଜଣ ମହିଳା ଏବଂ 17 ଜଣ କିନ୍ନର ଭୋଟର ରହିଛନ୍ତି । ଗତ 2019 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ 52,415 ଖଣ୍ଡ ଭୋଟ ପାଇ ବିଧାୟକ ହୋଇଥିଲେ । 1951 ଠାରୁ 2019 ମଧ୍ୟରେ ହୋଇଥିବା 16ଟି ବିଧାନସଭା ନିର୍ବାଚନ ମଧ୍ୟରୁ ସର୍ବାଧିକ 6 ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ 4 ଥର ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ବାମ ଦଳ, ଜନତା ଦଳ, ସ୍ବତନ୍ତ୍ର ପାର୍ଟି, ବିଜେଡି ଏବଂ ବିଜେପି ପ୍ରାର୍ଥୀ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି ।

୨୦୧୯ ନିର୍ବାଚନୀ ଫଳାଫଳ: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ 52,415 ଖଣ୍ଡ ଭୋଟ ପାଇ ବିଧାୟକ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ 37,080ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେଡ଼ି ପ୍ରାର୍ଥୀ କଲ୍ୟାଣୀ ଗଜପତି 26,645 ଏବଂ କଂଗ୍ରେସ ପ୍ରାର୍ଥୀ କେ.ସୂରିଆ ରାଓ 24,040ଖଣ୍ଡ ଭୋଟ ପାଇଥିଲେ ।

୨୦୧୪ ନିର୍ବାଚନୀ ଫଳାଫଳ: ସେହିପରି ୨୦୧୪ ନିର୍ବାଚନୀ ଉପରେ ଯଦି ନଜର ପାକାଇବା ତାହାଲେ ଏଠାରୁ କଂଗ୍ରେସ ବାଜିମାତ କରିଥିଲା । କଂଗ୍ରେସର କେଙ୍ଗମ ନାରାୟଣ ରାଓ 61,014 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ିର କୋଦୁରୁ ନାରାୟଣ 59,595 ଖଣ୍ଡ ଭୋଟ ପାଇଥିଲେ ।

୨୦୦୯ ନିର୍ବାଚନୀ ଫଳାଫଳ: ଏହି ବର୍ଷ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେଡ଼ି ତାର ଖାତା ଖୋଲିଥିଲା । ବିଜେଡ଼ିର କେ.ନାରାୟଣ ରାଓ 58528 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ତ୍ରିନାଥ ସାହୁ 43,587 ଖଣ୍ଡ ଭୋଟ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ....ନିମାପଡ଼ା ବିଧାନସଭା କ୍ଷେତ୍ରରେ ରାଜନୈତିକ ତାତି, ପୁଣି ସମୀର ନା ହେବ ପରିବର୍ତ୍ତନ ?

ଲୋକଙ୍କ ସାଙ୍ଗରେ ରହିଛୁ ପୁଣି ଜିତିବୁ: ଏଭଳି କହିଛି ବିଜେପି । ଗତ ନିର୍ବାଚନରେ ବିଜେଡି ଟିକଟରୁ ବଞ୍ଚିତ ହୋଇ ବିଜେପି ଟିକଟରେ ଲଢିଥିବା କେ.ନାରାୟଣ ରାଓ ବିଜୟୀ ହୋଇଥିଲେ ।ପୁଣି ଦଳ ତାଙ୍କୁ ହିଁ ଟିକଟ ଦେବ ଏବଂ ସେ ପୁଣି ଥରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସିଦ୍ଧେଶ୍ବର ମିଶ୍ର କହିଛନ୍ତି," ଆମେ ଲୋକଙ୍କ ସହିତ ରହିଛୁ । ସେମାଙ୍କ ସୁବିଧା ଅସୁବିଧାରେ ଠିଆ ହୋଇଛୁ ପୁଣି ଲୋକେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବେ ।" ସେହିପରି ବିଜେଡ଼ି ମଧ୍ୟ ନବୀନ ସରକାରଙ୍କ ବିକାଶର ବାର୍ତ୍ତା ଗାଁକୁ ଗାଁକୁ ପଞ୍ଚାଇ ଲୋକଙ୍କ ଆଶା ଏବଂ ବିଶ୍ବାସ ଜିତିବୁ ବୋଲି କହିଛନ୍ତି ବିଜେଡ଼ିର ଆଶାୟୀ ପ୍ରାର୍ଥୀ ରୁପେଶ ପାଣିଗ୍ରାହୀ ।

ବିଜେପି ଏବଂ ବିଜେଡି ମଧ୍ୟରେ ଅଘୋଷିତ ମେଣ୍ଟ : ପୁଣିଥରେ କଂଗ୍ରସେ ତାର ପୂର୍ବ ଅବସ୍ଥାକୁ ଫେରିବା ପାଇଁ ଚେଷ୍ଟା କରୁଛି । ଏହି ଆସନକୁ ନିଜ ଅକ୍ତିଆରକୁ ନେବା ପାଇଁ କଂଗ୍ରେସ ନିଜର ରଣତୀନି ଆରମ୍ଭ କରିଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଗତ ପ୍ରାୟ ବର୍ଷେ ହେଲା ଏହି ଅଞ୍ଚଳରେ ବୁଲି ସଂଗଠନ କରୁଛନ୍ତି । ଏହା ସହ ମଜେଶ ଦଳବେହେରା ମଧ୍ୟ ଦଳୀୟ ଟିକେଟ ପାଇଁ ଆଶା ରଖିଛନ୍ତି । ବିଜୟ ପଟ୍ଟନାୟକ କହିଛନ୍ତି," ଗତ 24ବର୍ଷର ଶାସନ ମଧ୍ୟରେ ପାରଳାଖେମୁଣ୍ଡିର କୌଣସି ଉନ୍ନତି ହୋଇନାହିଁ । ବର୍ତ୍ତମାନ ବିଜେପି ଏବଂ ବିଜେଡି ମଧ୍ୟରେ ଥିବା ଅଘୋଷିତ ମେଣ୍ଟକୁ ଲୋକେ ଦୃଢ ଜବାବ ଦେବେ । ଲୋକେ ସବୁକଥା ଜାଣିଲେଣି । ତେଣୁ କଂଗ୍ରେସ ପ୍ରତି ଲୋକଙ୍କ ଭରଷା ବୃଦ୍ଧି ପାଉଛି ।" ତେବେ ଦେଖିବାକୁ ବାକି ରହିଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେଇଛି ଏବଂ କିଏ ବିଜୟ ମୁକୁଟ ପିନ୍ଧୁଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.