ETV Bharat / politics

ମେଣ୍ଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏଥର ନିମାପଡ଼ାରେ କିଏ ? - Nimapada Politics

author img

By ETV Bharat Odisha Team

Published : Mar 22, 2024, 5:19 PM IST

Nimapada Politics: ବିଜେଡି-ବିଜେପି ମେଣ୍ଟରେ ପଡ଼ିଲା ଜବନିକା । ନିମାପଡ଼ାର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କାହାକୁ କରିବେ ପ୍ରାର୍ଥୀ, ତାହା ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

ବିଜେଡି-ବିଜେପି ମେଣ୍ଟରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଏଥର ନିମାପଡ଼ାରେ କିଏ ?

ନିମାପଡ଼ା: ୨୦୨୪ ସାଧାରଣ ପାଇଁ ନିର୍ବାଚନ ବିଗୁଲ ବାଜିଛି । ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନିମାପଡ଼ାରେ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ନିମାପଡ଼ା ଦଖଲ କରିବାର ସ୍ଵପ୍ନ ଦେଖୁଥିବା ବେଳେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ସେପଟେ ବିଜେପି-ବିଜେଡି ମେଣ୍ଟ ହେଲେ କଂଗ୍ରେସ ଏହାର ଫାଇଦା ନେବ ବୋଲି ଆଶା ରଖିଥିଲା । କିନ୍ତୁ ଆଜି ବିଜେପି ରାଜ୍ୟ ସଭାପତି ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ନିମାପଡ଼ାରେ ପୁଣିଥରେ ସମୀର ବିଜେଡ଼ି କହିଥିବା ବେଳେ ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ଦଖଲ କରିବ ବୋଲି ବିଜେପି ଜିଲ୍ଲା ସଭାପତି ଆଶ୍ରିତ କହିବା ପରେ ରାଜନୈତିକ ପାଣିପାଗରେ ଭରିଛି ଉଷ୍ମତା ।

ନିର୍ବାଚନ ବିଗୁଲ ବାଜିବା ପରେ ନିମାପଡ଼ାରେ ସକ୍ରିୟ ହୋଇ ଉଠିଥିଲା ବିଭିନ୍ନ ରାଜନୈତିକ ଦଳର ଶିବିର । ବିଭିନ୍ନ ରାଜନୈତିକ ଦଳର ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସରେ ଏକାଧିକ ଆଶାୟୀ ଓହ୍ଲାଇବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ନିମାପଡ଼ା ବିଜେଡି ଓ ବିଜେପି ଶିବିରରେ ସୃଷ୍ଟି କରିଥିଲା କମ୍ପନ ହେଲେ ଏଥିରେ ପୂର୍ଣ୍ଣ ଚ୍ଛେଦ ପଡ଼ିଛି । ନିମାପଡ଼ାରେ ବିଜେଡି ଟିକେଟରେ ବିଧାୟକ ସମୀର ରଞ୍ଜନ ଦାଶ, ବିଜେଡ଼ି ନେତା ସୁବ୍ରତ ଛାଟୋଇ, ଜିତେନ୍ଦ୍ର ମହାନ୍ତି,ସତ୍ୟବ୍ରତ ପାତ୍ରଙ୍କ ଭଳି ନେତା ବିଜେଡି ଟିକେଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ସେହିପରି ବିଜେପିରୁ ପ୍ରଭାତୀ ପରିଡ଼ା ଓ ଦିଲ୍ଲୀପ ନାୟକଙ୍କ ନାଁ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ.....ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ଟ୍ବିଟ୍ କରି ମନା କଲେ ମନମୋହନ, ରିପୋଷ୍ଟ କଲେ ଧର୍ମେନ୍ଦ୍ର - No Alliance Between BJD And BJP

ବିଜେଡି ବିଜେପି ମେଣ୍ଟ ହେଲେ ଏହାର ଫାଇଦା କଂଗ୍ରେସ ହାତକୁ ଯିବ ବୋଲି କଂଗ୍ରେସ ଆଶା ବାନ୍ଧି ବସିଥିଲା । ହେଲେ ମେଣ୍ଟ ଚର୍ଚ୍ଚାରେ ଜବନିକା ପଡ଼ିଛି । ନିମାପଡ଼ାରେ ତୃତୀୟ ସ୍ଥାନରେରେ ଥିବା କଂଗ୍ରେସ ପ୍ରତି ଭୋଟରଙ୍କ ସମର୍ଥନ ରହିବ ବୋଲି ଆଶାବାଦୀ ରହିଛି କଂଗ୍ରେସ । କଂଗ୍ରେସରେ ମଧ୍ୟ ଏକାଧିକ ଆଶାୟୀ ରହିଥିବା ବେଳେ ଦଳ ଯାହାକୁ ଟିକେଟ ଦେବ ସେହି ପ୍ରାର୍ଥୀଙ୍କୁ କଂଗ୍ରେସ କର୍ମୀ ସମର୍ଥନ ଦେବେ ବୋଲି ବ୍ଲକ ସଭାପତି କହିଛନ୍ତି ।

ସୂଚନା ଥାଉକି ୨୦୦୦ରୁ ୨୦୦୯ ବିଜେପି ବିଜେଡି ମେଣ୍ଟ ରାଜନୀତି ଥିବା ସମୟରେ ନିମାପଡ଼ାରେ ବିଜେପି ସମର୍ଥିତ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ନିର୍ବାଚିତ ହୋଇଥିବା ବେଳେ ୨୦୦୯ ଠାରୁ କ୍ରମାଗତ ଭାବରେ ବିଜେଡି ସପକ୍ଷରେ ରହିଛି । ଏଠାରୁ କ୍ରମାଗତ ଭାବେ ୩ଥର ବିଜେଡି ଟିକେଟରେ ବିଧାୟକ ହୋଇଛନ୍ତି ସମୀର ରଞ୍ଜନ ଦାଶ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.