ETV Bharat / politics

ପିପିଲି ମୈଦାନରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ମାଗୁଛନ୍ତି ରୁଦ୍ର - PIPILI ASSEMBLY CONSTITUENCY

author img

By ETV Bharat Odisha Team

Published : May 11, 2024, 4:38 PM IST

BJD MLA Candidate Campaign: ଲଢେଇ ପାଇଁ ପିପିଲି ମୈଦାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିବା ବେଳେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ଏହା ସହ ଶତାଧିକ ସଂଖ୍ୟାରେ ବାଇକ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଜନମତ ଲୋଡୁଛନ୍ତି ରୁଦ୍ର ପ୍ରତାପ । ଅଧିକ ପଢନ୍ତୁ

Pipili BJD MLA Candidate Campaign
Pipili BJD MLA Candidate Campaign (ETV Bharat Odisha)

ନିମାପଡା: ଆଉ ହାତଗଣତି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଓଡିଶାରେ ବିଧାନସଭା ନିର୍ବାଚନ । ଆସନ୍ତା ୨୫ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ମତଦାନ କାର୍ଯ୍ୟକ୍ରମ ହେବ । ଏଥିପାଇଁ ପୁରୀ ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ପିପିଲିରେ ଜୋର ଧରିଛି ପ୍ରଚାର ଅଭିଯାନ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଘର ଘର ବୁଲି ଭୋଟ ଭିକ୍ଷା କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ରୁଦ୍ର ପ୍ରତାପ ନିଜ ସମର୍ଥକ ମାନଙ୍କୁ ଧରି ତେଇଶିପୁର ଓ ରୂପଦେଇପୁର ପଞ୍ଚାୟତରେ ପ୍ରଚାର କରିଥିଲା ବେଳେ ରୁଦ୍ରଙ୍କୁ ବିପୁଳ ସମର୍ଥନ ଦେଖିବାକୁ ମିଳିଥିଲା ।

ରୁଦ୍ର ପ୍ରତାପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦିବଂଗତ ପିତା ପ୍ରଦୀପ ମହାରଥୀଙ୍କ ଉପରେ ପିପିଲି ବାସୀଙ୍କ ଆଶା ଓ ଭରସା ରହିଛି । ତେଣୁ ଏଥର ବି ଜନତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ରୁଦ୍ର ପ୍ରତାପ କହିଛନ୍ତି । ଏହା ସହ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ଓ ନେତା ମାନେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ନେଇ ସୂଚନା ଦେଇଛନ୍ତି ରୁଦ୍ର ପ୍ରତାପ । ଏଥର ପିପିଲି ଓ ପୁରୀ ଲୋକସଭାରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ରୁଦ୍ର ପ୍ରତାପ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .... ମହାରଥୀ ପରିବାରରେ ମହାଭାରତ ! ପିପିଲିରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କଲେ ବିଧାୟକ ରୁଦ୍ର ପ୍ରତାପଙ୍କ ପତ୍ନୀ - Wife To Fight Against Husband

ପିପିଲିରେ ବାଇକ୍ ଶୋଭାଯାତ୍ରା କରି ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶତାଧିକ ସଂଖ୍ୟାରେ ବାଇକ ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମ ପରିକ୍ରମା କରି ନିଜ ସପକ୍ଷରେ ଜନମତ ଲୋଡୁଛନ୍ତି । ସେହିପରି ଡେଲାଙ୍ଗ ବ୍ଲକର ଶାଉରିଆ ଠାରୁ ବାଇକ ଶୋଭାଯାତ୍ରାରେ ବାହାରି ଘନିପୁର ଗ୍ରାମ ପରିକ୍ରମା କରିଥିଲେ । ସେପଟେ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପିପିଲି ଓ ଡେଲାଙ୍ଗରେ ଜୋରଦାର ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେଡି ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ପଛରେ ପଡ଼ିନାହାଁନ୍ତି । ତେବେ ଏହି ବାଇକ୍ ଶୋଭାଯାତ୍ରାରେ ପିପିଲି ବ୍ଲକ୍ ଜିଲ୍ଲା ପରିଷଦ ଧରଣୀଧର ସାହୁ ଏବଂ ବିଜେଡିର ପୁରୁଖା କର୍ମୀ ଏହି ଶୋଭାଯାତ୍ରାରେ ନିଜକୁ ସାମିଲ କରି ଭୋଟ ଭିକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ, ପିପିଲି ନିର୍ବାଚନ ମଣ୍ଡଳୀରେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ବିଜୟୀ ହୋଇଥିଲେ । କିନ୍ତୁ ତାଙ୍କର ଅକାଳ ବିୟୋଗ ଘଟିବାରୁ ୨୦୨୧ରେ ଉପନିର୍ବାଚନ ହୋଇଥିଲା । ଉପନିର୍ବାଚନରେ ବିଜେପି ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଜେଡି ହାତରୁ ଆସନ ଛଡେଇ ଆଣି ପାରିନଥିଲା । ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଏହି ଉପନିର୍ବାଚନରେ ବିଜୟୀ ହୋଇଥିଲେ । ତେବେ ସ୍ବର୍ଗତ ପ୍ରଦୀପ ମହାରଥୀ ଲଗାତର ୫ ଥର ବିଜୟ ହାସଲ କରିଥିଲେ । ପିପିଲି ଏନଏସିର ୧୬ ୱାର୍ଡ ଓ ପିପିଲି, ଡେଲାଙ୍ଗ ବ୍ଳକର ମୋଟ ୪୬ ଗୋଟି ପଞ୍ଚାୟତକୁ ନେଇ ପିପିଲି ନିର୍ବାଚନ ମଣ୍ଡଳୀ ଗଠିତ ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.