ETV Bharat / politics

ପଦ୍ମପୁରରେ ପୁଣି ବାଜି ମାରିବେ କି ବର୍ଷା ? ଫୁଟିବ ପଦ୍ମ ନା ଉଠିବ ହାତ - Padmapur Assembly constituency

author img

By ETV Bharat Odisha Team

Published : Apr 22, 2024, 7:39 PM IST

Updated : Apr 22, 2024, 7:53 PM IST

Padmapur Assembly constituency: ପଦ୍ମପୁରରେ ନିର୍ବାଚନୀ ପ୍ରଚାର ଜୋରଦାର । ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ଲଢୁଛନ୍ତି ଟିକେଲାଲ ସାହୁ । ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅଧିକ ପଢନ୍ତୁ

Padmapur Assembly constituency
Padmapur Assembly constituency

Padmapur Assembly constituency

ବରଗଡ: ସାଧାରଣ ନିର୍ବାଚନ ପାଇଁ ବରଗଡ ଜିଲ୍ଲାରେ ବଢିଚାଲିଛି ରାଜନୈତିକ ଉଷ୍ଣତା । ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମସ୍ତ ଦଳ ନିଜ ନିଜର ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି । ସେହିଭଳି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ତେବେ ବର୍ଷା ସିଂ ବରିହାଙ୍କ ଉପରେ ବିଜେଡି ପୁଣି ଭରସା କରିଥିବା ବେଳେ କଂଗ୍ରେସ ଟିକେଲାଲ ସାହୁ ଓ ବିଜେପି ଗୋବର୍ଦ୍ଧନ ଭୁଏଙ୍କ ଉପରେ ଭରସା କରିଛି । ମେ 20ରେ ଜିଲ୍ଲାରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ପ୍ରଚାର ଜୋରଦାର ରହିଛି ।

2009 ନିର୍ବାଚନ: 2009 ସାଧାରଣ ନିର୍ବାଚନରେ ପଦ୍ମପୁର ଆସନରୁ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା 18 ହଜାର 066 ଭୋଟରେ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ଦ୍ଵିତୀୟ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ତୃତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ଦଳ 32.41 % ଭୋଟ ପାଇଥିବା ବେଳେ ବିଜେପି ଦଳ 19.28 % ଭୋଟ ହାତେଇଥିଲା ।

2014 ନିର୍ବାଚନ: ସେହିପରି 2014 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜୟ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ବିଜୟ ରଞ୍ଜନ ବରିହାଙ୍କୁ 4 ହଜାର 513 ଖଣ୍ଡ ଭୋଟର ହରାଇଥିଲେ । 2014 ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ତାର ପ୍ରାର୍ଥୀ ବଦଳାଇ ପ୍ରକାଶ ନାରାୟଣ ତ୍ରିପାଠୀଙ୍କୁ ଟିକେଟ ଦେଇଥିଲା ମାତ୍ର 2009 ନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଥିବା କଂଗ୍ରେସ ଦଳ 2014 ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଯାଇଥିଲା | ବିଜେଡି ଦଳର ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବାରିହା 36.39 % ଭୋଟ ପାଇଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ 17.61% ଭୋଟ ହାତେଇଥିଲେ ।

2019 ନିର୍ବାଚନ: 2019 ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବାବେଳେ କଂଗ୍ରେସ 2019ରେ ତଳକୁ ଖସି ପଡିଥିଲା । 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରେ 5734 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ 38.45% ଭୋଟ ପାଇଥିବାବେଳେ କଂଗ୍ରେସ ଦଳର ପ୍ରାର୍ଥୀ ସତ୍ୟଭୂଷଣ ସାହୁ ମାତ୍ର 16.25 % ଭୋଟ ପାଇଥିଲେ ।

2022 ଉପନିର୍ବାଚନ: ବିଜୟ ସିଂ ବରିହାଙ୍କ ମୃତ୍ୟୁ ହେବାପରେ 2022ରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା ଏବଂ ବାପାଙ୍କ ମୃତ୍ୟୁ ପରେ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ ଦେଇ ପ୍ରାର୍ଥୀ କରିଥିଲା ବିଜେଡି । ବଡ ବ୍ୟବଧାନରେ 42,679 ଭୋଟରେ ବିଜୟୀ ହୋଇଥିଲେ ବର୍ଷା । ବିଜେପି ପ୍ରାର୍ଥୀ 37.51% ଭୋଟ ପାଇଥିବାବେଳେ କଂଗ୍ରେସର ସ୍ଥିତି ପଦ୍ମପୁର ଆସନରେ ଅତି ଶୋଚନୀୟ ହୋଇପଡିଥିଲା | କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ମାତ୍ର 1.73 % ଭୋଟ ମିଳିଥିଲା ।

ପଦ୍ମପୁରରେ 2024 ନିର୍ବାଚନ ସ୍ଥିତି କଣ ରହିଛି: ତେବେ 2024 ସାଧାରଣ ନିର୍ବାଚନରେ ସମସ୍ତ ଦଳ ପାଇଁ ସ୍ଥିତି କିଛି ଅଲଗା ରହିଛି | କଂଗ୍ରେସ ପଦ୍ମପୁର ଆସନରେ ନୂତନ ଚେହେରା ଦେଇ ଟିକେଲାଲ ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି | ସେହିପରି ବିଜେପି ମଧ୍ୟ ନୂତନ ଚେହେରା ଆଦିବାସୀ ନେତା ଗୋବର୍ଦ୍ଧନ ଭୁଏଙ୍କୁ ପ୍ରାର୍ଥୀ କରିଛି । ଗୋବର୍ଦ୍ଧନ ଭୁଏ 2014 ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଏବଂ ମାତ୍ର 5456 ଖଣ୍ଡ ଭୋଟ ପାଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଭଟଲି ଆସନରେ ‘ଡବଲ’ ସୁଶାନ୍ତଙ୍କ କମାଲ, ବିଜେପି ପାଇଁ ସାଜିଛି ମୁଣ୍ଡବଥା - Bhatli Assembly Constituency

ବର୍ତ୍ତମାନ ବିଜେପିର ଅନେକ ସମର୍ଥକ ତଥା ପୂଝାରୀପାଲି ଅଙ୍ଗବନ୍ଧ ପ୍ରତିରୋଧ କମିଟି ତରଫରୁ ବିଜେପି ଦଳର ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏଙ୍କୁ ବିରୋଧ କରାଯାଉଛି । ତେବେ ବିଜେଡି ଦଳ ବହୁ ବିଳମ୍ବରେ ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ସୁଦ୍ଧା ଗୋଷ୍ଠୀ କନ୍ଦଳରେ ଏବଂ ଅସନ୍ତୋଷ ଗୋଷ୍ଠୀଙ୍କ ଅସହଯୋଗୀତାରେ ଘେରି ରହିଛନ୍ତି ବର୍ଷା । ଏପରି ସ୍ଥିତିରେ ବିଜେଡି ଦଳର ପକେଟ ଭୋଟ ହିଁ ବର୍ଷାଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇପାରିବ |

ଆସନ୍ତା ମେ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ୩ ମଇ ରଖାଯାଇଛି । ୬ ମଇ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବାବେଳେ ମଇ ୨୦ ରେ ହେବ ମତଦାନ ଏବଂ ୪ ଜୁନରେ ହେବ ଭୋଟ ଗଣତି । ତେବେ ଚଳିତ 2024 ସାଧାରଣ ନିର୍ବାଚନରେ ପଦ୍ମପୁର ଆସନରେ ସମୁଦାୟ 269246 ଭୋଟର ରହିଥିବାବେଳେ ପୁରୁଷ ଭୋଟର ସଂଖ୍ୟା 133587, ମହିଳା ଭୋଟର ସଂଖ୍ୟା 135649 ଓ ତୃତୀୟ ଲିଙ୍ଗୀ ଭୋଟର ସଂଖ୍ୟା 10 ରହିଛି ।

ଇଟିଭି ଭାରତ, ବରଗଡ

Last Updated : Apr 22, 2024, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.