ETV Bharat / politics

କଂଗ୍ରେସକୁ ଝଟକା, ନିଆଳି ପ୍ରାର୍ଥୀ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ଖାରଜ - Nomination Rejected - NOMINATION REJECTED

Nomination Rejected: ନିଆଳି କଂଗ୍ରେସକୁ ବଡ଼ ଝଟକା ।‌ ଜ୍ୟୋତି ରଞ୍ଜନଙ୍କ କଟିଲା ନାମାଙ୍କନ ପତ୍ର । ଜାଣନ୍ତୁ କାରଣ

Nomination Rejected
Nomination Rejected (ETV Bharat Odisha)
author img

By ETV Bharat Odisha Team

Published : May 16, 2024, 4:45 PM IST

Updated : May 16, 2024, 5:14 PM IST

Nomination Rejected (ETV Bharat Odisha)

ନିଆଳି: କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଟକ ଜିଲ୍ଲା ନିଆଳିର କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକଙ୍କ ନାମାଙ୍କନପତ୍ର ଖାରଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଜ୍ୟୋତି ରଞ୍ଜନ । "ଉଦ୍ଦେଶ୍ୟମୂଳକ ଭାବେ ମୋତେ ନିର୍ବାଚନରୁ ବାଦ୍ ଦିଆଗଲା । ସମସ୍ତ କାଗଜପତ୍ର ଦାଖଲ ପରେ ବି ମୋର ନାମାଙ୍କନପତ୍ର ଖାରଜ କରାଯାଇଛି । ମୁଁ ଏବେ ସରପଞ୍ଚ ଅଛି କିଏ କେଉଁ ଉଦ୍ଦେଶ୍ୟ ରଖି ଭୋଟର ତାଲିକାରୁ ନାଁ କାଟିଲା ?" ବୋଲି ପ୍ରଶ୍ନ କରିବା ସହ ଏହା ସ୍ଥାନୀୟ ବିଧାୟକଙ୍କ ଗୋଷ୍ଠୀଙ୍କ ଦ୍ବାରା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଜ୍ୟୋତି । ଏନେଇ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି ।

ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଉ ମାତ୍ର ୧୪ ଦିନ ବାକି ଥିବାବେଳେ ନିଆଳି କଂଗ୍ରେସକୁ ଲାଗିଛି ବଡ଼ ଝଟକା । ୪ ମାସ ତଳୁ ଯୁବ ଚେହେରା ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଗତ ମଙ୍ଗଳବାର ଦିନ ହଜାର ହଜାର କଂଗ୍ରେସ କର୍ମୀ ଏବଂ ସମର୍ଥକମାନଙ୍କୁ ନେଇ ଜ୍ୟୋତି ରଞ୍ଜନ ନିଜର ନାମାଙ୍କନ ପତ୍ର କଟକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ । ଏବେ କିନ୍ତୁ ଜ୍ୟୋତି ରଞ୍ଜନଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିବା ନେଇ ନିଜେ ଜ୍ୟୋତି ରଞ୍ଜନ ମଲ୍ଲିକ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ଜ୍ୟୋତି ରଞ୍ଜନ ମଲ୍ଲିକ କହିଛନ୍ତି,"କେହି ଚକ୍ରାନ୍ତ କରି ତାଙ୍କ ନାଁକୁ କାଟି ଦେଇଛନ୍ତି । ଫଳରେ ମୁଁ କଂଗ୍ରେସ ପ୍ରାର୍ଥୀ ତାଲିକାରୁ ବାଦ ପଡ଼ିଛି । ଏଭଳି ହୀନ କାର୍ଯ୍ୟ ଏଠାକାର ବିଧାୟକ ଗୋଷ୍ଠୀ ଏବଂ ନିଆଳି ବ୍ଳକ ପ୍ରଶାସନ କରିଛି" ବୋଲି ଜ୍ୟୋତି ରଞ୍ଜନ ଗୁରୁତର ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ଶେଷ ଦିନରେ ନାମାଙ୍କନ ଭରିଲେ ଜ୍ୟୋତି ରଞ୍ଜନ ମଲ୍ଲିକ, କହିଲେ ବିଜେଡି-ବିଜେପି ଭାଇ ଭାଇ - JYOTI RANJAN MALLIK

ଜ୍ୟୋତି ରଞ୍ଜନ ମଲ୍ଲିକ ଆହୁରି କହିଛନ୍ତି, "୨୦୨୨ ମସିହାରେ କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତରୁ ତ୍ରିସ୍ତରୀୟ ବ୍ୟବସ୍ଥାରେ ନିର୍ବାଚନ ଲଢି ସରପଞ୍ଚ ଦାୟିତ୍ୱ ତୁଲାଉଛି । ଏଠାରେ ଶାସନ ଦଳ ହାରିଯିବା ଭୟରେ ବିଧାୟକଙ୍କ ଚକ୍ରାନ୍ତରେ ନିଆଳି ବ୍ଳକ ପ୍ରଶାସନ ମୋ ନାଁଙ୍କୁ ଭୋଟ ତାଲିକାରେ କାଟିବା କେଡେ ବଡ ଅପରାଧ କରିଛନ୍ତି ଏହାର ବିଚାର ନିଆଳିବାସୀ କରିବେ ।" ଖୁବଶୀଘ୍ର ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଜ୍ୟୋତି ରଞ୍ଜନ ମଲ୍ଲିକ । ସେପଟେ ଜ୍ୟୋତି ରଞ୍ଜନଙ୍କ ମା' ଗୀତାଞ୍ଜଳି ଗତ ମଙ୍ଗଳବାର ଦିନ ନାମାଙ୍କନପତ୍ର ଦାଖଲ କରିଥିବାରୁ ସେ ନିଆଳି ବିଧାନସଭା ଆସନ ପାଇଁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଗୀତାଞ୍ଜଳି କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।‌ ଏ ସମ୍ପର୍କରେ ନିଆଳି ବିଧାୟକ କିମ୍ବା ବିଜେଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌

ଇଟିଭି ଭାରତ, ନିଆଳି

Last Updated : May 16, 2024, 5:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.