ETV Bharat / politics

କଣ ହେବ ବରଗଡ ସମୀକରଣ; ବିଜେଡି ଛାଡୁଛନ୍ତି ନେତା, ଫାଇଦା ଉଠାଇ ପାରିବ କି ବିଜେପି ? - BARGARH POLITICAL SCENARIO - BARGARH POLITICAL SCENARIO

Bargarh Assembly constituency: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବରଗଡ ବିଧାନସଭା ପାଇଁ ମତଦାନ ହେବ । ତେବେ କିଏ ମାରିବ ବାଜି ? ବିଜେଡ଼ି ଛାଡ଼ୁଛନ୍ତି ବଡ଼ ବଡ଼ ନେତା, କେତେ ଫାଇଦା ଉଠାଇବ ବିଜେପି ? ପଢନ୍ତୁ ପୁରା ଖବର

Bargarh Assembly constituency
Bargarh Assembly constituency (ETV Bharat Odisha)
author img

By ETV Bharat Odisha Team

Published : May 17, 2024, 4:36 PM IST

Bargarh Assembly constituency (ETV Bharat Odisha)

ବରଗଡ: 2024 ସାଧାରଣ ନିର୍ବାଚନ ପାଇଁ ଆସନ୍ତା 20 ତାରିଖରେ ଭୋଟ ଦେବେ ବରଗଡ ଜିଲ୍ଲାବାସୀ । ତେବେ ଏବେ ଠାରୁ ପୋଷ୍ଟାଲ ଭୋଟ ଆରମ୍ଭ ହୋଇସାରିଛି । ଆଉ ତିନିଦିନ ପରେ ମତଦାନ ହେବାକୁ ଥିବାବେଳେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜେଡି ଦଳରୁ ବଡ ବଡ ନେତାଙ୍କ ଇସ୍ତଫା ଦେବା ଓ ବିଜେପି ଦଳରେ ସାମିଲ ହେବା ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେଡିର ପଲା ଭାରି ପଡିବ କି ବୋଲି ଚର୍ଚ୍ଚା ହେଉଛି । ଏଥର ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ନିର୍ବାଚନ ଜିତିବାରେ ସେତେଟା ସହଜ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପୋଷଣ କରିଛନ୍ତି । ଅନ୍ୟପଟେ ବିଜେପିର ପ୍ରଚାର ପ୍ରସାର ମଧ୍ୟ ଏକ ପ୍ରକାର ଫିକା ପଡିଥିବା କଥା କୁହାଯାଉଛି । ଭୋଟରମାନେ ମାନେ ମଧ୍ୟ ଏକ ପ୍ରକାର ନୀରବ ହୋଇଥିବା ବେଳେ କାହା ସପକ୍ଷରେ ଭୋଟ ଯିବ ସେନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ଯଦି ଦେଖିବା ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ଦୁଇଥର ହେଲା 5 ବର୍ଷ ଧରି ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ବିଜୟୀ ହୋଇ ଏହି ଆସନକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି । 2019 ସାଧାରଣ ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କ ଠାରୁ 8452 ଅଧିକ ଭୋଟରେ ବିଜୟୀ ହୋଇଥିଲେ । ତେବେ 2024 ସାଧାରଣ ନିର୍ବାଚନରେ ମଧ୍ୟ ଉଭୟ ପ୍ରାର୍ଥୀ ପୁଣିଥରେ ସାମ୍ନାସାମ୍ନୀ ହୋଇଥିବାବେଳେ ଏଥର କେଉଁ ପ୍ରାର୍ଥୀଙ୍କୁ ଲୋକେ କେତେ ଗ୍ରହଣ କରୁଛନ୍ତି ତାହା ଉଭୟ ପ୍ରାର୍ଥୀଙ୍କ ବିଗତ ଦିନର ଲୋକସମ୍ପର୍କ ଉପରେ ନିର୍ଭର କରେ । ମାତ୍ର ବିଜେଡି ଓ ବିଜେପି ଦଳର ରହିଥିବା ପକେଟ ଭୋଟ ଉପରେ ମଧ୍ୟ କିଛିଟା ନିର୍ଭର କରୁଛି କାହା ପାଖକୁ କେତେ ଭୋଟ ଯିବ । ଏଥର କିନ୍ତୁ ଯେଉଁ ଭାବରେ ମିଶ୍ରଣ ପର୍ବ ଚାଲିଛି ଏବଂ ବିଭିନ୍ନ ଦଳର ନେତାଙ୍କ ଦଳଡିଆଁ ଚାଲିଛି ଦଳର ପକେଟ ଭୋଟ ବଳି କଥା ଆଉ କିଛି ନାହି ଭଳିଆ ଲାଗୁଛି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ । ତେବେ ନିର୍ବାଚନକୁ ଆଉ ମାତ୍ର 3 ଦିନ ବାକ ରହିଥିବା ବେଳେ ଏଯାଏଁ ବିଜେଡି ଦଳରୁ ଅନେକ ନେତା ଇସ୍ତାଫା ଦେଇସାରିଛନ୍ତି ଓ ବିରୋଧୀ ଦଳ ସହିତ ହାତ ମିଳାଇସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର; ସମଲେଶ୍ୱରୀଙ୍କ ଦର୍ଶନ କଲେ, ଯୋଡି ଶଙ୍ଖରେ ଭୋଟ ମାଗିଲେ - V K Pandian Campaign

ବିଜେଡି ଦଳର ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡି ଦଳ ଛାଡି ବିଜେପିରେ ଯୋଗଦାନ କରିଥିବା ବେଳେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ସାଧୁଚରଣ ନେପାକ ମଧ୍ୟ ବିଜେଡି ଦଳରୁ ଇସ୍ତଫା ଦେଇସାରିଛନ୍ତି । ବରଗଡର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ତଥା ବିଜେଡି ଦଳର ତୁଙ୍ଗ ନେତା ପ୍ରଶାନ୍ତ ବେହେରା ମଧ୍ୟ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ବିଜେଡିର ଅନେକ ନେତା ମଧ୍ୟ ଅସନ୍ତୋଷ ରହିଥିବାବେଳେ ଦଳ ପାଇଁ ସିଧାସଳଖ ପ୍ରଚାର ପ୍ରସାରରେ ସାମିଲ ହେଉନଥିବା ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଏଥର ବିଜେପି ଦଳର ପ୍ରାର୍ଥୀଙ୍କୁ ହରାଇବା ସେତେଟା ସହଜ ହେବ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ ବିଜେଡି ଦଳର ଏହି ଦୁର୍ବଳତାର ଫାଇଦା ସେତେଟା ଉଠାଇ ପାରୁନଥିବା ଦେଖାଦେଇଛି ।

ଏଥର ନିର୍ବାଚନୀ ପ୍ରଚାର ପାଇଁ ବିଗତ ନିର୍ବାଚନ ଠାରୁ ଅଧିକ ସମୟ ମିଳିଥିଲେ ମଧ୍ୟ ଭୋଟର ମାନଙ୍କ ନିକଟକୁ ପହଞ୍ଚି ନପାରିବା ଏବଂ ବିଜେପି ଦଳରେ ରହିଥିବା ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାରେ ବିଫଳ ହେବା ବିଜେପି ପ୍ରାର୍ଥୀଙ୍କ ବଡ ଦୁର୍ବଳତା ରହିଛି । ମାତ୍ର ବିଜେପି ଦଳର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ ଆସି ଚାଷୀଙ୍କ ଧାନର ମୂଲ୍ୟ ବୃଦ୍ଧିକୁ ନେଇ ମୋଦି ଗ୍ୟାରେଣ୍ଟି ଦେଇଥିବା ବେଳେ ବିଜେଡି ଦଳର ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ବରଗଡ ପହଞ୍ଚି BSKY ଓ ବିଦ୍ୟୁତ ବିଲକୁ ନେଇ ଯେଉଁ ନବୀନ ଗେରେଣ୍ଟି ଦେଇ ଯାଇଛନ୍ତି ତାହାର ବ୍ୟାପକ ପ୍ରଭାବ ନିର୍ବାଚନରେ ଦେଖାଦେବ ବୋଲି ଅନୁମାନ କରାଯାଏ । ତେବେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ ବିଜେଡି ଦଳର ପ୍ରାର୍ଥୀଙ୍କ ସ୍ଥିତି ପୂର୍ବ ବର୍ଷ ପରି ଏଥର ନାହିଁ ଓ ସହଜରେ ବିଜୟ ହେବାର ସମ୍ଭାବନା ଆଦୌ ନାହିଁ ଉଭୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.