ETV Bharat / politics

ବାଲେଶ୍ୱର ବିଧାନସଭା ଆସନ: ତିନି ଦଳର ଅଙ୍କ ବିଗାଡିବେ ସ୍ୱାଧୀନ ପ୍ରାର୍ଥୀ - Balasore Assembly Constituency - BALASORE ASSEMBLY CONSTITUENCY

Independent Candidate In Balasore: ବାଲେଶ୍ବର ବିଧାନସଭା ଆସନରେ ବିଜେଡି-ବିଜେପି-କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ସ୍ବାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡା । ୨୦୨୦ରୁ କଂଗ୍ରେସରେ ଥାଇ ମଧ୍ୟ ନିଜସ୍ୱ ସଙ୍ଗଠନ କରିଛନ୍ତି ବିକ୍ରମ । ଅଧିକ ପଢନ୍ତୁ

Independent Candidate In Balasore
Independent Candidate In Balasore (ETV Bharat)
author img

By ETV Bharat Odisha Team

Published : May 12, 2024, 9:23 AM IST

Independent Candidate In Balasore (ETV Bharat Odisha)

ବାଲେଶ୍ବର: ବାଲେଶ୍ବର ବିଧାନସଭା ଆସନ ପାଇଁ ଆସନ୍ତା ଜୁନ ୧ ତାରିଖରେ ମତଦାନ ହେବାକୁ ଯାଉଛି । ଏହି ଆସନ ପାଇଁ ବିଜେଡିରୁ ସ୍ବରୂପ ଦାସ, ବିଜେପିରୁ ମାନସ କୁମାର ଦତ୍ତ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ଭାବେ ଲଢୁଛନ୍ତି । ତେବେ ଏହି ତ୍ରିମୁଖୀ ଲଢେଇରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ ବିକ୍ରମ ପଣ୍ଡା । ବିକ୍ରମ ପୂର୍ବରୁ କଂଗ୍ରେସ ଦଳରେ ରହିଥିଲେ । ମାତ୍ର 2020 ମସିହାରୁ ଦଳର ଜିଲ୍ଲାସ୍ତରୀୟ ନେତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଦଳଠାରୁ ଦୂରେଇ ରହିଥିଲେ ବିକ୍ରମ । ନିଜ ବ୍ୟାନରରେ ସେ ବିଭିନ୍ନ ପଞ୍ଚାୟତ ଏବଂ ୱାର୍ଡ ବୁଲି ସଂଗଠନ ତିଆରି କରିଥିଲେ । ଚଳିତ ନିର୍ବାଚନରେ ଶ୍ରୀକାନ୍ତ ଜେନା କଂଗ୍ରେସର ସାଂସଦ ପ୍ରାର୍ଥୀ ହେବାପରେ ବିକ୍ରମ ସଦର ବିଧାୟକ ପ୍ରାର୍ଥୀ ହେବା ନେଇ ଆଶା ବଢିଥିଲା ।

ସେତେବେଳେ ଶ୍ରୀକାନ୍ତଙ୍କ କିଛି କାର୍ଯ୍ୟକ୍ରମରେ ବିକ୍ରମଙ୍କୁ ଦେଖିବାକୁ ମିଳିଥିଲା । ହେଲେ ପରବର୍ତ୍ତୀ ସମୟରେ କଂଗ୍ରେସ ସଦର ବିଧାନସଭା ପାଇଁ ମୋନାଲିସା ସାମଲଙ୍କୁ ପ୍ରାର୍ଥୀ କରିଥିଲା । ଏହାପରେ ବିକ୍ରମ ସ୍ୱାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଥିଲେ । ସଦର ନିର୍ବାଚନ ମଣ୍ଡଳୀର ଗତ 10 ବର୍ଷ ହେଲାଣି ବିକାଶ କିଛି ହୋଇନାହିଁ । ପରେ ଉପନିର୍ବାଚନ ବେଳେ ପ୍ରତିଶ୍ରୁତିର ପାହାଡ଼ ଦିଆଯାଇଥିଲେ ମଧ୍ୟ ବାଲେଶ୍ଵର ବିକାଶଠାରୁ ବହୁତ ଦୂରରେ ରହିଛି ବୋଲି ବିକ୍ରମ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଗତ ୨୦ ବର୍ଷ ହେଲା ଅଞ୍ଚଳର ମୌଳିକ ଆବଶ୍ୟକତା ଯଥା ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ ସଂଯୋଗ ଆଦିର ଅଭାବ ରହିଛି । ବାଲେଶ୍ବରର କୋଣ ଅନୁକୋଣ ଯାଇ ଲୋକଙ୍କ ସମସ୍ୟାକୁ ବୁଝିବା ସହିତ ସେମାନଙ୍କ ସମାଧାନ ପାଇଁ ବିଭିନ୍ନ ସମୟରେ ରାଲି ଓ ଧାରଣା ପାଇଁ ଅଣ୍ଟା ଭିଡିଥିବା କଥା ଉଲ୍ଲେଖ କରିଛନ୍ତି ବିକ୍ରମ ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ୱରରେ ନାମାଙ୍କନ ପର୍ବ, ନାମାଙ୍କନ ଦାଖଲ କଲେ 11 ପ୍ରାର୍ଥୀ - Odisha Assembly Election 2024

ପରୋକ୍ଷରେ ବିକ୍ରମ ସଦର ବିଧାୟକ ସ୍ୱରୂପ ଦାସଙ୍କୁ ଟାର୍ଗେଟ କରିଥିବା ବେଳେ ଏଥର ନିର୍ବାଚନରେ ସେ ବିଜେଡି ଭୋଟ କାଟିବାର ଅନେକ ସମ୍ଭାବନା ରହିଥିବା କଥା ଆଲୋଚନା ହେଉଛି । ଏହାସହ କଂଗ୍ରେସ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିବା ବିକ୍ରମ କହିଛନ୍ତି ଯେ, କଂଗ୍ରେସକୁ ଆମେ ଛାଡିନୁ ବରଂ କଂଗ୍ରେସ ଆମକୁ ଛାଡିଛି । ୭୦ ପ୍ରତିଶତ କଂଗ୍ରେସ କର୍ମୀ ତାଙ୍କ ସହ ରହିଥିବା ବେଳେ ତାଙ୍କର ଲଢେଇ ବିଜେପି ପ୍ରାର୍ଥୀଙ୍କ ସହ ହେବ ବୋଲି କହିଛନ୍ତି ବିକ୍ରମ । ତେବେ ବିକ୍ରମ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ତିନି ପ୍ରାର୍ଥୀଙ୍କ ମଧ୍ୟରୁ କାହା ପାଇଁ ସବୁଠୁ ବଡ଼ କଣ୍ଟା ହେବେ ତାହା ସମୟ ହିଁ କହିବ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.