ETV Bharat / politics

ନିର୍ବାଚନୀ ମୈଦାନରେ ଆଇନଜୀବୀ ବ୍ୟୋମକେଶ, 'ପୁରୁଷଙ୍କ ଅଧିକାର'କୁ କରିଛନ୍ତି ମୁଦ୍ଦା - Byomkesh Tripathy File Nomination

author img

By ETV Bharat Odisha Team

Published : May 7, 2024, 7:26 PM IST

Byomkesh Tripathy File Nomination: ଓଡ଼ିଶାର ବିକାଶ କି ଅସ୍ମିତା ନୁହଁ ବରଂ ପୁରୁଷମାନଙ୍କ ଅଧିକାରକୁ ନେଇ ନିର୍ବାଚନ ଲଢିବେ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ । ସେ ଉତ୍ତର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ବେଳେ ନାମାଙ୍କନ ବି ଭରି ସାରିଛନ୍ତି । ଅଧିକ ପଢନ୍ତୁ

Byomkesh Tripathy File Nomination
Byomkesh Tripathy File Nomination (ETV Bharat ODISHA)
Byomkesh Tripathy Files Nomination (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ସମୟ ଆସିଲେ ନେତାମାନେ ସାଧାରଣତଃ ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ବିଭିନ୍ନ ମୁଦ୍ଦାକୁ ଆଧାର କରି ନିର୍ବାଚନ ଲଢିଥାନ୍ତି । ମାତ୍ର ପୁରୁଷମାନଙ୍କ ଅଧିକାରକୁ ନେଇ ପ୍ରାର୍ଥୀ ନିର୍ବାଚନ ଲଢିବା ଭଳି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମନାକୁ ଆସିଛି । ଏଥର ଓଡ଼ିଶାର ବିକାଶ କି ଅସ୍ମିତା ତାଙ୍କର ନିର୍ବାଚନୀ ମୁଦ୍ଦା ନୁହେଁ ବରଂ "ପୁରୁଷଙ୍କ ଅଧିକାର"କୁ ନେଇ ନିର୍ବାଚନ ଲଢିବାକୁ ଯାଉଛନ୍ତି ଜଣାଶୁଣା ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ । ଏକ ନିଆରା ପ୍ରଚାରର ଫଳ ସ୍ବରୂପ ନା ତାଙ୍କ ସହ ରହିଛନ୍ତି କେଉଁ ସମର୍ଥକ ନା ନେତା । ଏକାକି ବୁଲେଟରେ ବୁଲିବୁଲି ସେ କରୁଛନ୍ତି ନିର୍ଵାଚନ ପ୍ରଚାର । ସେ ଉତ୍ତର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ବେଳେ ନାମାଙ୍କନ ବି ଭରି ସାରିଛନ୍ତି । ସମାଜରେ ପୁରୁଷଙ୍କ ଅଧିକାରର ଲଢ଼େଇକୁ ନିଜର ମୁଦ୍ଦା କରି ନିର୍ବାଚନ ଲଢ଼ୁଛନ୍ତି । ଅସହାୟ ପୁରୁଷଙ୍କ ସ୍ବର ସାଜି ରାଜ୍ୟରେ ପୁରୁଷ କମିଶନ ର ଲାଗୁ କିଭଳି ହୋଇପାରିବ ଏହାକୁ ନିଜ ନିର୍ବାଚନର ଆଧାର କରି ଉତ୍ତର ନିର୍ବାଚନ ମଣ୍ଡଳୀର ଘର ଘର ବୁଲି ପ୍ରଚାର କରିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ।

ସେ କହିଛନ୍ତି ଯେ, ଦେଶ ସ୍ବାଧୀନତା ହେବା ପରଠାରୁ ଦେଶର ନେତାମାନେ ବିଭିନ୍ନ ମୌଳିକ ସମସ୍ୟାକୁ ପ୍ରସଙ୍ଗ କରି ନିର୍ବାଚନ ଳଢୁଛନ୍ତି । ମୋର ଏକ ମାତ୍ର ମୁଦ୍ଦା ହେଉଛି ସମାଜରେ ବଢୁଥିବା ପୁରୁଷ ନିର୍ଯ୍ୟାତନା । ପୁରୁଷମାନଙ୍କୁ ସରକାର ମଣିଷର ମର୍ଯ୍ୟାଦା ଦେଉନାହାଁନ୍ତି । ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ପର୍କରେ ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ଯେ ମହିଳାମାନଙ୍କ ସୁରକ୍ଷା ପାଇଁ ରହିଥିବା ଆଇନଗତ ପଦକ୍ଷେପର ସର୍ବାଧିକ ଦୁରୁପଯୋଗ ହେଉଛି । ୨୦୧୧ରୁ ୨୦୨୨ ପର୍ଯ୍ୟନ୍ତର ଏନସିଆରବି ରିପୋର୍ଟ ଅନୁସାରେ ଦାମ୍ପତ୍ୟ ଜୀବନରେ କଳହ ପାଇଁ ମହିଳାଙ୍କ ତୁଳନାରେ ୨ଗୁଣ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ପ୍ରେମ ଜନିତ ବିଫଳତାରେ ପୁରୁଷମାନଙ୍କର ମଧ୍ୟ ସମାନ ସ୍ଥିତି ରହିଛି ।

ଏହା ମଧ୍ୟ ପଢନ୍ତୁ .... ଖୋର୍ଦ୍ଧା ବେଗୁନିଆରୁ ଲଢିବେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ, ଭରିଲେ ନାମାଙ୍କନ - BEGUNIA ASSEMBLY CONSTITUENCY

ତାଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ସମାଜରେ ଅବହେଳିତ ଓ ଅତ୍ୟାଚାରିତ ପୁରୁଷଙ୍କ ପାଇଁ ବିଧାନସଭାରେ ଯାଇ ସ୍ବର ଉଠାଇବା ଆଉ ପୁରୁଷଙ୍କ ଅଧିକାର ପାଇଁ ନ୍ୟାୟ ମାଗିବା । ମହିଳାଙ୍କ ପାଇଁ ଯେଭଳି ସ୍ବତନ୍ତ୍ର ଆଇନ ରହିଛି ଯାହା ମାଧ୍ୟମରେ ଜଣେ ନାରୀ ନ୍ୟାୟ ପାଇପାରୁଛି । ସେଭଳି ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଆଇନ ବା କମିଶନ ତିଆରି ହେଉ ବୋଲି ସେ ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛନ୍ତି । ଯାହାଦ୍ବାରା ସମାଜରେ ଅବହେଳିତ ନିଷ୍ପେଷିତ ପୁରୁଷ ମାନେ ନ୍ୟାୟ ପାଇପାରିବେ । ତେଣୁ ସେ କହିଛନ୍ତି, "ମୁଁ ମୋ ନିର୍ବାଚନ ମଣ୍ଡଳୀର ମୌଳିକ ବିକାଶ କି ରାସ୍ତାଘାଟ ମରାମତି ପାଇଁ ଭୋଟ ମାଗୁନି କେବଳ ସମାଜରେ ଘଟୁଥିବା ପୁରୁଷଙ୍କ ଉପରେ ନିର୍ଯାତନା ଜନିତ ଅପରାଧର ଦଣ୍ଡବିଧାନ ଓ ନ୍ୟାୟ ପାଇଁ ଭୋଟ ମାଗୁଛି । ଲୋକମାନଙ୍କର ଯଦି ଆଶୀର୍ବାଦ ମୋ ଉପରେ ରୁହେ, ମୋତେ ସେମାନେ ନିଶ୍ଚୟ ଭୋଟ ଦେଇ ବିଜୟ କରିବେ ଆଉ ମୁଁ ବିଧାନସଭାରେ ମୋର ଦାବି ରଖିପାରିବି । ତାହାହିଁ ମୋ ନିର୍ବାଚନ ଲଢ଼ିବାର ଏକମାତ୍ର ଉଦ୍ଦେଶ୍ୟ ।"

ସୂଚନାଯୋଗ୍ୟ ଯେ ଗତ ୨୦୧୯ରେ ସେ ନୟାଗଡରେ ସ୍ଵାଧୀନ ଭାବେ ମହମବତୀ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ । ହେଲେ ନିର୍ବାଚନ ସମୟରେ ତାଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇ ଦିଆଯାଇଥିଲା । ଏଥିପାଇଁ ସେ ଜେଲ ଯାଇଥିଲେ । ଜେଲରେ ୬ ମାସରୁ ଊର୍ଦ୍ଧ୍ବ ରହିବା ପରେ ନିର୍ଦ୍ଦୋଷ ଭାବେ ବାହାରିଥିଲେ । ଦୋଷ ନକରି ବି ମିଛ ମାମଲାରେ ଜେଲ ଯିବା ଓ ସେଠାରେ ମାନସିକ ଯନ୍ତ୍ରଣା ଦେଇ ଗତି କରିବା ଭିତରେ ଅନେକ ଅବହେଳିତ ନିଷ୍ପେଷିତ ମିଛ ମାମଲାରେ ଫସିଥିବା ଲୋକଙ୍କ ସହ ମିଶିଥିଲେ । ସେଥି ପାଇଁ ୨୦୧୧ରୁ ଏ ଯାଏଁ ପୁରୁଷଙ୍କ ଅଧିକାର ପୁରୁଷ କମିଶନ ତିଆରି ପାଇଁ ଅହୋରାତ୍ର ଧାରଣା ଓ ଦାବି କରିଆସୁଛନ୍ତି ବ୍ୟୋମକେଶ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.