ETV Bharat / politics

ଗଞ୍ଜାମରେ ପହଞ୍ଚିଲେ ନବୀନ, ତାରାତାରିଣୀଙ୍କୁ ଦର୍ଶନ ପରେ ଭରିବେ ନାମାଙ୍କନ - Naveen to file nomination

CM Naveen Patnaik to file nomination from Hinjili Assembly Constituency : ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଆ ତାରାତାରିଣୀଙ୍କୁ ଦର୍ଶନ କରିବା ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । କ୍ରମାଗତ ଷଷ୍ଠ ଥର ପାଇଁ ହିଞ୍ଜିଳିରୁ ଲଢ଼ିବେ ନବୀନ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Apr 30, 2024, 9:51 AM IST

Updated : Apr 30, 2024, 1:26 PM IST

CM Naveen Patnaik to file nomination from Hinjili Assembly Constituency

ଗଞ୍ଜାମରେ ପହଞ୍ଚିଲେ ନବୀନ, ତାରାତାରିଣୀଙ୍କୁ ଦର୍ଶନ ପରେ ଭରିବେ ନାମାଙ୍କନ

ବ୍ରହ୍ମପୁର: ଆଜି ନାମାଙ୍କନ ଭରିବେ ନବୀନ । ମା' ତାରିତାରିଣୀଙ୍କୁ ଦର୍ଶନ କରିବା ପରେ ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ । ରାଜ୍ୟରେ ମେ' ୨୦ ତାରିଖରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ହିଞ୍ଜିଳି ଆସନରେ ମତଦାନ ହେବ । ଏଠାରୁ ନବୀନ ନିର୍ବାଚନ ଲଢିବେ । ଏନେଇ ଆଜି ସେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିବେ ।

ସୂଚନା ମୁତାବକ, ନାମାଙ୍କନ ଦାଖଲ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନ ୧୧ଟା ସମୟରେ ନରସିଂହପୁର ଛକଠାରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ସେଠାରୁ ସେ କାର୍‌ ଯୋଗେ ପ୍ରଥମେ ମା' ତାରାତାରିଣୀଙ୍କ ପୀଠକୁ ଯାଇ ମା'ଙ୍କୁ ପୂଜାର୍ଚ୍ଚନା କରିବେ । ଏହା ପରେ ମନ୍ଦିରରୁ ଫେରି ଫେରି ଛତ୍ରପୁରଠାରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ ପହଞ୍ଚି ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ।

ଏହା ମଧ୍ୟ ପଢନ୍ତୁ: ହିଞ୍ଜିଳିରୁ ନବୀନଙ୍କ ରଣହୁଙ୍କାର; କହିଲେ ଯୋଡ଼ି ଶଙ୍ଖ ବିକାଶର ପରିଚୟ, ବିରୋଧୀଙ୍କୁ କଲେ ଟାର୍ଗେଟ - Lok Sabha Election 2024

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଗସ୍ତ ସମୟରେ ବିଜେଡି ନେତା ଭି.କେ ପାଣ୍ଡିଆନ ଉପସ୍ଥିତ ରହିବେ । ଏଥିପାଇଁ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ଅଞ୍ଚଳ ସହିତ ଛତ୍ରପୁର ସହରର ବିଭିନ୍ନ ଇଲାକାରେ ତଦାରଖ କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକଠାରୁ ମା' ତାରାତାରିଣୀ ଏବଂ ଛତ୍ରପୁର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଲାଙ୍ଗୀର ଲୋକସଭା ଆସନ: ନାମାଙ୍କନ ଭରିଲେ ବିଜେପି ଓ ଏସୟୁସିଆଇ ସାଂସଦ ପ୍ରାର୍ଥୀ - Balangir Lok Sabha Constituency

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ଗଞ୍ଜାମର ହିଞ୍ଜିଳି ସହିତ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଆସନ୍ତା ୨ ତାରିଖରେ ସେ କଣ୍ଟାବାଞ୍ଜି ପାଇଁ ନାମାଙ୍କନ ଭରିବାର ସୂଚନା ରହିଛି । ଏହି ଆସନରେ ନବୀନ ଏବଂ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜାଙ୍କ ମଧ୍ୟରେ ଲଢେଇ ହେବ । ବର୍ତ୍ତମାନ ସାଲୁଜା କଣ୍ଟାବାଞ୍ଜିରୁ ବିଧାୟକ ଅଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 30, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.