ETV Bharat / politics

କାହାର ହେବ ଚିଲିକା ? ଜୋରଦାର ଲଢେଇ ହେବ କହିଲେ ପ୍ରାର୍ଥୀ, କାହାକୁ ଭରସା କରିବେ ଜନତା - Chilika Assembly constituency - CHILIKA ASSEMBLY CONSTITUENCY

Chilika constituency: କାହାର ହେବ ଚିଲିକା ? ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ମଧ୍ୟ ଜୋରଦାର ରହିଛି ।ବିଜେଡିରୁ ରଘୁନାଥ ଦାସ ନିର୍ବାଚନରେ ଲଢୁଥିବା ବେଳେ ବିଜେପିରୁ ପୃଥ୍ୱୀରାଜ ହରିଚନ୍ଦନ ଓ କଂଗ୍ରେସରୁ ପ୍ରଦୀପ ସ୍ୱାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । କାହାର ପଲ୍ଲା ଭାରି ରହିବ ଓ କିଏ ବିଜୟୀ ହେବେ ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ । ଅଧିକ ପଢନ୍ତୁ

CHILIKA ASSEMBLY CONSTITUENCY
CHILIKA ASSEMBLY CONSTITUENCY (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 2:58 PM IST

Chilika constituencyକାହାର ହେବ ଚିଲିକା ? ଜୋରଦାର ଲଢେଇ ହେବ କହିଲେ ପ୍ରାର୍ଥୀ, କାହାକୁ ଭରସା କରିବେ ଜନତା (ETV Bharat Odisha)

ଖୋର୍ଦ୍ଧା: ୨୪ ନିର୍ବାଚନ ମହାସମର । ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଚିଲିକା ବିଧାନସଭା ମଣ୍ତଳୀକୁ ନେଇ ଚର୍ଚ୍ଚା ଲାଗିରହିଛି । ଚଳିତ ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ରିପିଟ କରିଛନ୍ତି । ଚିଲିକା ରଣାଙ୍ଗନରେ ପୃଥ୍ବୀରାଜ ହରିଚନ୍ଦନ ବିଜେପି ଯୋଦ୍ଧା ସାଜିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ସ୍ବାଇଁ । ସେପଟେ ଚିଲିକା ବିଜେଡିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଜେଡିର ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ଏବେ ବିବାଦୀୟ ହେବା ପରେ ବିଜେପିରେ ମିଶିଛନ୍ତି । ପୁଣି ରଘୁନାଥ ସାହୁଙ୍କ ଉପରେ ଦଳ ଭରସା କରିଛି । ଅନ୍ୟପଟେ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ୩ ପ୍ରାର୍ଥୀ ।

କାହାର ହେବ ଚିଲିକା ? ଜୋରଦାର ଲଢେଇ ହେବ କହିଲେ ପ୍ରାର୍ଥୀ, କାହାକୁ ଭରସା କରିବେ ଜନତା
କାହାର ହେବ ଚିଲିକା ? ଜୋରଦାର ଲଢେଇ ହେବ କହିଲେ ପ୍ରାର୍ଥୀ, କାହାକୁ ଭରସା କରିବେ ଜନତା (ETV Bharat Odisha)

2024 ସାଧାରଣ ନିର୍ବାଚନରେ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ଚିଲିକା ନିର୍ବାଚନୀ ମୈଦାନରେ ବିଜେଡି ପ୍ରାର୍ଥୀ ରଘୁନାଥ ଓ ବିଜେପି ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ ମୁକାବିଲା ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ରଘୁନାଥଙ୍କ ଉପରେ ସୁପ୍ରିମୋ ଭରସା କରିଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଏଥର ଚିଲିକାରେ ଶଙ୍ଖନାଦ ଶୁଣାଯିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ରଘୁନାଥ ଦାସ । ସେହିପରି ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ମଧ୍ୟ ଚିଲିକାରେ ଏଥର ବିପୁଳ ଭୋଟରେ ବିଜେଡି ବାଜିମାତ କରିବ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନାମାଙ୍କନ ଭରିଲେ ବହୁ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କଲେ କାଳୁ - Congress Candidates File Nomination

ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ ମୋଦିଙ୍କ ବିକଶିତ ଭାରତ ନାରାରେ ଚିଲିକାରେ ବିଜେପି ବହୁମତ ପାଇବ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଲଢେଇ ବିକାଶ ବନାମ ବିନାଶର ହେଉଛି ବୋଲି ବିଜେପି ପ୍ରାର୍ଥୀ କହିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି । ଉଭୟ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ଅଟନ୍ତି । ଚିଲିକାରେ ଏଥର ପରିବର୍ତ୍ତନର ହାଓ୍ୱା ବହୁଥିବା ବେଳେ ଭୋଟର କଂଗ୍ରେସ ଉପରେ ଭରସା କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ ।

୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରଶାନ୍ତ କୁମାର ଜଗଦ୍ଦେବ, ବିଜେପିରୁ ପୃଥ୍ବୀରାଜ ହରିଚନ୍ଦନ ଓ କଂଗ୍ରେସରୁ ପ୍ରଦୀପ କୁମାର ସ୍ୱାଇଁ ଲଢିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବ ବିଜୀୟ ହୋଇଥିଲେ । ସେହିଭଳି ଯଦି ୨୦୧୪ ନିର୍ବାଚନକୁ ଦେଖିବା ତେବେ ବିଜେଡିରୁ ରଘୁନାଥ ସାହୁ, କଂଗ୍ରେସରୁ ମାନସୀ ପ୍ରଧାନ, ଓ ବିଜେପିରୁ ବିଭୂତିଭୂଷଣ ହରିଚନ୍ଦନ ରଣାଙ୍ଗନ ଓହ୍ଲାଇଥିଲେ । ୨୪ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସ୍ୱାଇଁ ୨୦୧୪ରେ ସ୍ୱାଧିନ ଭାବେ ଲଢିଥିଲେ ।

ଏହି ନିର୍ବାଚନୀ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା 2ଲକ୍ଷ 33ହଜାର 250 ରହିଥିବା ବେଳେ ପୁରୁଷ ଭୋଟର 1ଲକ୍ଷ 21ହଜାର 680, ମହିଳା 1ଲକ୍ଷ 11ହଜାର 561 ଏବଂ ତୃତୀୟ ଲିଙ୍ଗ 9 ଜଣ ରହିଛନ୍ତି । ମେ 25 ତାରିଖରେ ନିଜ ମତ ସାବ୍ୟସ୍ତ କରିବେ ଭୋଟର । ତେବେ ଦେଖିବାର କଥା ଚିଲିକା ବାସୀ ଏଥର କାହା ଉପରେ ସେମାନଙ୍କର ଆସ୍ଥା ରଖୁଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.