ETV Bharat / politics

ମଇଦାନରେ ମାରାଣ୍ଡି ଦମ୍ପତି: ସୁଦାମ ଲଢୁଛନ୍ତି ଲୋକସଭା, ବାଙ୍ଗିରିପୋଷିରୁ ଲଢିବେ ରଞ୍ଜିତା - Lok sabha Election 2024

author img

By ETV Bharat Odisha Team

Published : Apr 22, 2024, 8:34 PM IST

Ranjita Marandi: ଆଜି ସପ୍ତମ ପର୍ଯ୍ୟାୟରେ ବିଜେଡ଼ି ପକ୍ଷରୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରଞ୍ଜିତା ମାରାଣ୍ଡି । ଅଧିକ ପଢନ୍ତୁ

Ranjita Marandi
Ranjita Marandi
Ranjita Marandi

ରାଇରଙ୍ଗପୁର: ବିଜୁ ଜନତା ଦଳ ପକ୍ଷରୁ ଆଜି (ସୋମବାର) ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ମୟୂରଭଞ୍ଜ ଜିଲ୍ଲାରେ ରହିଥିବା ୯ ଗୋଟି ବିଧାନସଭା ଆସନ ମଧ୍ୟରୁ ପୂର୍ବରୁ ୮ ଗୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେଳେ ଶେଷ ଆସନ ତଥା ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡିଙ୍କୁ ଦଳ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ଘୋଷଣା କରିଛି ।

Ranjita Marandi
Ranjita Marandi

ମହିଳାଙ୍କୁ ପ୍ରାଥମିକତା ଦେଇ ବିଜେଡି ପୂର୍ବରୁ ମୋରୋଡା, ବଡ଼ସାହି ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ମହିଳା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ପୁଣି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପାଇଁ ମହିଳା ପ୍ରାର୍ଥୀ ଦେଇଛି । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଧର୍ମପତ୍ନୀ ରଞ୍ଜିତା ମାରାଣ୍ଡିଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ୨୦୧୪ ଓ ୨୦୧୯ରେ ଦୁଇ ଦୁଇ ଥର ସୁଦାମ ମାରାଣ୍ଡି ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସୁଦାମ ମାରାଣ୍ଡିଙ୍କ ନାମ ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ପରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ କାହାକୁ ବିଜେଡି ଟିକଟ ପ୍ରଦାନ କରିବ ସେ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ହେଲେ ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରଞ୍ଜିତା ମାରାଣ୍ଡିଙ୍କୁ ଟିକଟ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDDATE LIST

ରଞ୍ଜିତା ମାରାଣ୍ଡି ହେଉଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପତ୍ନୀ । ସେ ପ୍ରଥମେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ବିଜୟ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ପାଖାପାଖି ଚାରି ମାସ ହେବ ସେ ସ୍ବେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଥିଲେ । ପରେ ସେ ରାଜନୀତିକୁ ଆସିଥିଲେ । ବିଜେଡ଼ି ଦଳରେ ଯୋଗଦାନ କରିବା ସହିତ ପ୍ରଥମ ଥର ରାଜନୀତିରେ ପାଦ ଥାପିଛନ୍ତି ।

ରଞ୍ଜିତାଙ୍କ ଉପରେ ଦଳ ଭରସା କରି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଟିକଟ ପ୍ରଦାନ କରିଛି । ପ୍ରାର୍ଥୀ ଘୋଷଣା ପରେ ମୟୂରଭଞ୍ଜ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖା ଦେଇଛି । ରଞ୍ଜିତା ମାରାଣ୍ଡି ମଧ୍ୟ ଅତ୍ୟନ୍ତ ଉତ୍ସାହିତ ଥିବା ବେଳେ ପୂର୍ବରୁ ପରୋକ୍ଷରେ ଓ ଏବେ ପ୍ରତ୍ୟକ୍ଷ ଭାବରେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ ନେଇ କାର୍ଯ୍ୟ କରିବେ ବୋଲି କହିବା ସହିତ ଦଳ ସେମାନଙ୍କ ପ୍ରତି ଆସ୍ଥା ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.