ETV Bharat / politics

ପ୍ରଥମ ଥର ଲୋକସଭାରେ ଶୁଭିବନି ବିଜେଡି ସ୍ବର, ଖାତା ଶୂନ କରିଦେଲା ବିଜେପି - BJD zero in Parliament for first time

author img

By ETV Bharat Odisha Team

Published : Jun 6, 2024, 7:52 AM IST

BJD zero in Parliament for first time: ୧୯୯୭ ମସିହାରେ ଗଠିତ ବିଜୁ ଜନତା ଦଳ ପ୍ରଥମ ଥର ପାଇଁ ଲୋକସଭାରେ ଖାତା ଖୋଲିବାରେ ମଧ୍ୟ ସକ୍ଷମ ହୋଇନାହିଁ । ରାଜ୍ୟରେ ୨୦ ବିଜେପି ଓ ଗୋଟିଏ କଂଗ୍ରେସ ଜିତିବା ପରେ ପ୍ରଥମ ଥର ପାଇଁ ଲୋକସଭାରେ ଶୁଭିବନି ବିଜେଡି ସ୍ବର । ଅଧିକ ପଢ଼ନ୍ତୁ

BJD zero in Parliament for first time
BJD zero in Parliament for first time (ETV Bharat Odisha)

ଭୁବନେଶ୍ବର: ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶାରେ ଥିବା ୨୧ ଲୋକସଭା କ୍ଷେତ୍ରରୁ ୨୦ ବିଜେପି ଓ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି । ଦଳ ଗଠନରୁ ଆଜି ପର୍ଯ୍ୟନ୍ତ ପ୍ରଥମ ଥର ଲାଗି ସଂସଦୀୟ କ୍ଷେତ୍ରରେ ବିଜେଡି ଖାତା ଶୂନ୍ୟ ହୋଇଛି । ତେଣୁ ଏଥର ଲୋକସଭାରେ ଶୁଭିବନାହିଁ ବିଜେଡି ସ୍ବର । ଦଳ ଗଠନରୁ ଆଜି ପର୍ଯ୍ୟନ୍ତ ପ୍ରଥମ ଥର ଲାଗି ରାଷ୍ଟ୍ରୀୟ ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇଛି ବିଜେଡି ।

୧୯୯୭ ମସିହାରେ ଓଡିଶାରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ୧୯୯୮ରେ ନବ ନିର୍ମିତ ବିଜେଡି ସାମ୍ନା କରିଥିଲା ଉପନିର୍ବାଚନ । ନିର୍ବାଚନରେ ଦଳ ୯ଟି ଲୋକସଭା ଆସନ ଦଖଲ କରିଥିଲା । ପରବର୍ତ୍ତୀ ସମୟରେ ୧୯୯୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ସମ୍ମୁଖୀନ ହୋଇଥିଲା ବିଜେଡି । ବିଜେପି ସହ ସିଟ୍‌ ଭାଗ ବାଣ୍ଟି ନିର୍ବାଚନ ଲଢ଼ିଥିଲା ବିଜେଡି । ଉକ୍ତ ନିର୍ବାଚନରେ ଦଳର ଆସନ ସଂଖ୍ୟା ଗୋଟିଏ ବଢିଥିଲା । ସଂଖ୍ୟା ୧୦ ହୋଇଥିଲା । ୨୦୦୪ ସାଧାରଣ ନିର୍ବାଚନରେ ବିଜେପି ସହ ସିଟ୍‌ ଭାଗ ବଣ୍ଟା ପରେ ମଧ୍ୟ ପୁନର୍ବାର ଆଉ ଗୋଟିଏ ସିଟ୍‌ ଅଧିକ ଦଖଲ କରିଥିଲା ବିଜେଡି । ଏହି ନିର୍ବାଚନରେ ବିଜେଡି ଲୋକସଭା ସଂଖ୍ୟା ୧୧ ହୋଇଥିଲା ।

ସେହିପରି ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଙ୍ଗିଥିଲା ବିଜେଡି ଓ ବିଜେପି ମେଣ୍ଟ । ମେଣ୍ଟ ଭାଙ୍ଗିବା ପରେ ଏକାକୀ ଲଢ଼ିଥିଲା ଦଳ । ଏକାକୀ ୧୪ଟି ଆସନ ଦଖଲ କରିଥିଲା ବିଜେଡି । ବିଜେପି ୨୦୧୪ ସାଧାରଣ ନିର୍ବାଚନକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଲଢିଥିଲା । ସାରା ଦେଶରେ ମୋଦି ଲହର ବହିଥିଲା । କିନ୍ତୁ ଓଡିଶାରେ ମୋଦି ଲହର କାମ ଦେଇନଥିଲା । ବିଜେଡି ସର୍ବାଧିକ ୨୦ଟି ଲୋକସଭା ଆସନ କବଜାକୁ ନେଇଥିଲା । କେବଳ ସୁନ୍ଦରଗଡ଼ରୁ ଗୋଟିଏ ଆସନ ବିଜେପି ଖାତାକୁ ଯାଇଥିଲା । ଜୁଏଲ ଓରାମ ନିର୍ବାଚନ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆଙ୍କୁ ବୋକା ଭାବିବା ବିଜେଡିକୁ ପଡିଲା ମହାଙ୍ଗା: ରାଜନୀତି ସମୀକ୍ଷକ - 5 main causes why BJD lost

୨୦୧୯ ନିର୍ବାଚନରେ ଦେଶରେ ପୁଣି ଥରେ ମୋଦି ହାୱା ବହିଥିଲା । ସାରା ଦେଶରେ ଏକକ ବହୁମତ ସଂଖ୍ୟା ସହ ପୁନର୍ବାର ସରକାର ଗଢ଼ିଥିଲେ ମୋଦି । ଓଡିଶାରେ ସେହି ମାତ୍ରାରେ ବିଜେପିକୁ ସଂଖ୍ୟା ନମିଳିଥିଲେ ମଧ୍ୟ ବିଜେପି ୮ ଲୋକସଭା ହାତେଇବାକୁ ସକ୍ଷମ ହୋଇଥିଲା । କଂଗ୍ରେସ ଖାତାକୁ କୋରାପୁଟ ଆସନ ଯାଇଥିଲା । ଆଉ ୧୨ଟି ଆସନ ବିଜେଡି ନିଜ ସପକ୍ଷରେ ରଖିବାକୁ ସକ୍ଷମ ହୋଇଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ଏହି ସଂଖ୍ୟା ଶୂନ୍ୟ ହୋଇଛି । ଦଳର ବଡ଼ ବଡ଼ ନାଁ ମୋଦି ସୁନାମୀରେ ବୋହି ଯାଇଛନ୍ତି । ପୋଛି ହୋଇଯାଇଛି ବିଜେଡି ଲୋକସଭା । ଲୋକସଭାରେ ଚଳିତ ପର୍ଯ୍ୟାୟରେ ଆଉ ଶୁଭିବ ନାହିଁ ବିଜେଡିର ସ୍ବର । କିନ୍ତୁ ରାଜ୍ୟସଭାରେ ବିଜେଡି ସଂଖ୍ୟା ୯ ଅଛି ।

ଏନେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "ଲୋକସଭା କ୍ଷେତ୍ରରେ ବିଜେଡିର ଅସ୍ତିତ୍ବ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇଛି । ଅନ୍ୟ ଆଞ୍ଚଳିକ ଦଳ ସବୁ ରାଜ୍ୟରେ ଭଲ କରିଛନ୍ତି । ଯଦି ବିଜେଡି ୧୦ ଆସନ ସହ ଲୋକସଭା ଯାଇଥିଲେ, ଦଳର ଆଧିପତ୍ୟ ବଢିଥାନ୍ତା । ଜାତୀୟ ରାଜନୀତିରେ ବିଜେଡିର ଭୂମିକା ଅଛି ବୋଲି ମତ ଦେଲେ ନାହିଁ ଲୋକେ । ଆମେ ଭୋଟ ଦେବୁ ବିଜେଡି ଯାଇ ବିଜେପିକୁ ସମର୍ଥନ କରିବ । ତେଣୁ ଲୋକେ ସିଧାସଳଖ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଇଦେଲେ । ବିଜେପି ସପକ୍ଷରେ ଏମିତି ସୁନାମୀ ବହିବ ବୋଲି କେହି ଆକଳନ କରିନଥିଲେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.