ETV Bharat / politics

କହ୍ନେୟା କୁମାରଙ୍କ ଟାର୍ଗଟ୍‌ରେ ବିଜେପି, ଓଡ଼ିଶାକୁ ରେପ୍‌ କ୍ୟାପିଟାଲ କହିଲେ ଅଜୟ କୁମାର - Odisha Rape Capital

Bharat Jodo Nyay Yatra in Rourkela: ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଉଭୟ ବିଜେପି ଓ ବିଜେଡି ସରକାରକୁ ଟାର୍ଗେଟ କଲେ NSUI ପ୍ରଭାରୀ କହ୍ନେୟା କୁମାର ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ଅଧିକ ପଢ଼ନ୍ତୁ

କହ୍ନେୟା କୁମାରଙ୍କ ଟାର୍ଗଟ୍‌ରେ ବିଜେପି
କହ୍ନେୟା କୁମାରଙ୍କ ଟାର୍ଗଟ୍‌ରେ ବିଜେପି
author img

By ETV Bharat Odisha Team

Published : Feb 7, 2024, 9:44 PM IST

କହ୍ନେୟା କୁମାରଙ୍କ ଟାର୍ଗଟ୍‌ରେ ବିଜେପି

ରାଉରକେଲା: ଓଡ଼ିଶାରେ ଜାରି ରହିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଆଜି (ବୁଧବାର) ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତାମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ସହ NSUI ପ୍ରଭାରୀ କହ୍ନେୟା କୁମାର ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ରାଜ୍ୟର ନବୀନ ଓ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏଥର ଶିକ୍ଷାକ୍ଷେତ୍ର ବଜେଟ ମଧ୍ୟ କମ କରିଛନ୍ତି ସରକାର । ଫଳରେ ବିଜେପି ସରକାର ସମ୍ପୂର୍ଣ୍ଣ ଶିକ୍ଷା ନୀତିକୁ ଏକ ପ୍ରକାର ଚୁରମାର କରିଦେଇଛି ବୋଲି କହ୍ନେୟା କୁମାର କହିଛନ୍ତି ।

NSUI ପ୍ରଭାରୀ କହ୍ନେୟା କୁମାର କହିଛନ୍ତି, "ଦେଶରେ ଏକ ଭ୍ରଷ୍ଟାଚାର ସରକାର ଚାଲିଛି । ପୂର୍ବରୁ କଂଗ୍ରେସ ସମୟରେ ଯେଉଁ ଶିକ୍ଷାନୀତି ଚାଲିଥିଲା, ତାହାକୁ ଧୂଳିସାତ କରିବାରେ ଲାଗିଛି ବିଜେପି ସରକାର । ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଉପରେ ବଜେଟ ମଧ୍ୟ କମ କରିଛନ୍ତି ସରକାର । ଶିକ୍ଷା ବ୍ୟବସ୍ଥାରେ ପୂର୍ବରୁ ଯେଉଁ ଟଙ୍କା ଖର୍ଚ୍ଚ ହେଉଥିଲା, ବର୍ତ୍ତମାନ ସେହି ଟଙ୍କାର କେବଳ ୪୦ ପ୍ରତିଶତ ସରକାର ଶିକ୍ଷା ବ୍ୟବସ୍ଥାକୁ ନେଇ ବଜେଟ ଆଣିଛନ୍ତି । ଯାହା ସମ୍ପୂର୍ଣ୍ଣ ଶିକ୍ଷା ନୀତିକୁ ଚୁରମାର କରିଦେବ । ଶିକ୍ଷା ବ୍ୟବସ୍ଥା ଉପରେ ବଜେଟ ଖର୍ଚ୍ଚ ନକରି କେବଳ ପ୍ରଚାର ପ୍ରସାରରେ ଟଙ୍କା ଖର୍ଚ୍ଚ କରୁଛି ବିଜେପି । ବେଟି ବଚାଓ ଏବଂ ବେଟି ପଢ଼ାଓ ନାରା ଦେଇ କେନ୍ଦ୍ର ସରକାର ବହୁ ପ୍ରଚାର ପ୍ରସାର କରିଛନ୍ତି । କିନ୍ତୁ ଗୋଟିଏ ହେଲେ ସ୍କୁଲ ନିର୍ମାଣ କରିନାହାନ୍ତି । ଯାହା ଏହି ସରକାରର ଅସଲ ଚିତ୍ର ଦେଖାଇଛି । କେନ୍ଦ୍ର ସରକାର ବର୍ତ୍ତମାନ ଯେଉଁଭଳି ଭାବରେ ସରକାରୀ ସ୍କୁଲକୁ ବନ୍ଦ କରୁଛନ୍ତି, ଏହାପରେ ସରକାର ଏହି ସ୍କୁଲ ଜମିକୁ ଜମି ମାଫିଆକୁ ଟେକିଦେବାକୁ ଯୋଜନା କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ଅନ୍ୟପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାର ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ପ୍ରଥମେ ବିଜେଡି ବିଜୁ ବାବୁଙ୍କ ଫଟୋକୁ ନିଜର ନିର୍ବାଚନ ଇସ୍ତାହାରରୁ ନେଇ ପୋଷ୍ଟରରେ ବ୍ୟବହାର କରୁଥିଲା । କିନ୍ତୁ ବର୍ତ୍ତମାନ ତାହାକୁ ସମ୍ପୂର୍ଣ୍ଣ ଭାବରେ କଟ୍‌ କରି କେବଳ ପାଣ୍ଡିଆନଙ୍କ ଫଟୋ ଏବଂ ପ୍ରଚାର କରାଯାଉଛି । କେନ୍ଦ୍ର ସରକାରଙ୍କ ଇଡି, ସିବିଆଇ ଏବଂ ଆଇଟି ବିଭାଗ କାହିଁକି ଓଡିଶା ରାଜ୍ୟରେ କୌଣସି ପଦକ୍ଷେପ ନେଉନାହିଁ ? ମାଇନିଂ ସ୍କାମ, ଚିଟ୍‌ଫଣ୍ଡ ସ୍କାମ୍‌ ଏବଂ ଅନ୍ୟାନ୍ୟ ସ୍କାମ୍‌ ରହିଛି । କିନ୍ତୁ କୌଣସି କେନ୍ଦ୍ରୀୟ ସଂସ୍ଥା ଓଡିଶାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନହିଁ କାହିଁକି ? କାରଣ ବିଜେପି ଏବଂ ବିଜେଡି ଦୁହେଁ ମିଶି ଯାଇଛନ୍ତି । ତେଣୁ ଦୁହେଁ ଖୁଲମଖୁଲା ଦୁର୍ନୀତି କରୁଛନ୍ତି । ଓଡ଼ିଶାରେ ତାମିଲ ଶାସନ ବର୍ତ୍ତମାନ ଆଗେଇ ଚାଲିଛି । ବର୍ତ୍ତମାନ ଓଡିଶା ରେପ୍‌ କ୍ୟାପିଟାଲ ପାଲଟିଛି । ପ୍ରତ୍ୟକ ଦିନ ୯ ଜଣ ମହିଳା ରାଜ୍ୟରେ ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ରାଜ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଓଡିଶା ଶାନ୍ତ ରାଜ୍ୟ ଭାବରେ ପରିଗଣିତ ହେଉଛି । ନହେଲେ ଭିତିରିଆ ବହୁତ କ୍ରାଇମ ରାଜ୍ୟରେ ଘଟୁଛି ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.