ETV Bharat / politics

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ଜୁନ 1ରେ ପଡ଼ିବ ଭୋଟ୍ - Lok Sabha election 2024 - LOK SABHA ELECTION 2024

Lok Sabha election 2024: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଅନ୍ତିମ ପର୍ଯ୍ୟାୟରେ ଦେଶର 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଜୁନ 1ରେ ହେବ ମତଦାନ । ଅଧିକ ପଢନ୍ତୁ

Lok Sabha election 2024
Lok Sabha election 2024 (Etv Bharat)
author img

By ETV Bharat Odisha Team

Published : May 7, 2024, 10:10 AM IST

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କନ ଭରିବେ ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀ । ମେ 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ମେ 15 ତାରିଖରେ ନାମାଙ୍କନ ଯାଞ୍ଚ 17 ତାରିଖରେ ନାମାଙ୍କନ ପ୍ରତ୍ୟାହାର ରହିଛି । ଏନେଇ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସୂଚନା ଦିଆୟାଇଛି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ସେହିପରି ଦେଶରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜିଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ଦେଶର 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଜୁନ 1ରେ ହେବ ମତଦାନ ।

ଅନ୍ତିମ ପର୍ଯ୍ୟାୟ ବିଜ୍ଞପ୍ତି
ମେ 7ନାମାଙ୍କନ ଦାଖଲ
ମେ 14ନାମାଙ୍କନ ଦାଖଲର ଶେଷ ତାରିଖ
ମେ 15ନାମାଙ୍କନ ଯାଞ୍ଚ
ମେ 17ନାମାଙ୍କନ ପତ୍ର ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ତୃତୀୟ ପର୍ଯ୍ୟାୟ ମତଦାନ: ଅହମ୍ମଦାବାଦରେ ଭୋଟ ଦେଲେ ମୋଦି ଓ ଶାହ - LOK SABHA ELECTION 2024

ଏହି ସବୁ ଆସନ ପାଇଁ ନାମାଙ୍କନ ଭରିବେ ପ୍ରାର୍ଥୀ: ଜୁନ 1ରେ ଦେଶରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଆସନରେ ଭୋଟ ପଡିବ । ଉତ୍ତରପ୍ରଦେଶରେ 13 ଏବଂ ପଞ୍ଜାବରେ 13, ପଶ୍ଚିମବଙ୍ଗରେ 9, ବିହାରେ 8 , ଓଡିଶାର6 , ହିମାଚଳ ପ୍ରଦେଶର 4, ଝାଡଖଣ୍ଡର 3 ଏବଂ ଚଣ୍ଡିଗଡ଼ରର ଗୋଟିଏ ସିଟରେ ହେବ ଭୋଟ ଗ୍ରହଣ । ଓଡିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର 6 ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ନେତା ଆଜି ନାମାଙ୍କନ ଭରିବେ । ସେହିପରି 42 ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ଦଳର ପ୍ରାର୍ଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ । ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ହେବ ମତଦାନ ।

ଓଡିଶାର 6 ଲୋକସଭା ଓ 42 ବିଧାନସଭା
ମୟୂରଭଞ୍ଜଯଶୀପୁରସାରସକଣାରାଇରଙ୍ଗପୁରବାଙ୍ଗିରିପୋଷିଉଦଳାବାରିପଦାବାରିପଦା
ବାଲେଶ୍ବରବଡ଼ସାହିଜଳେଶ୍ବରଭୋଗରାଇବସ୍ତାବାଲେଶ୍ବରରେମୁଣାନୀଳଗିରି
ଭଦ୍ରକସୋରସିମୁଳିଆ ଭଣ୍ଡାରୀପୋଖରୀଭଦ୍ରକବାସୁଦେବପୁରଧାମନଗରଚାନ୍ଦବାଲି
ଯାଜପୁରବିଞ୍ଝାରପୁରବରୀବଡ଼ଚଣାଧର୍ମଶାଳାଯାଜପୁରସୁକିନ୍ଦାକୋରେଇ
କେନ୍ଦ୍ରାପଡ଼ାସାଲେପୁରମାହାଙ୍ଗାପାଟକୁରାକେନ୍ଦ୍ରାପଡ଼ାଆଳିରାଜନଗରମହାକାଳପଡ଼ା
ଜଗତସିଂହପୁରନିଆଳି ପାରାଦୀପତିର୍ତ୍ତୋଲବାଲିକୁଦା ଏରସମାଜଗତସିଂହପୁରନିମାପଡ଼ାକାକଟପୁର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.