ETV Bharat / politics

9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ - Bihar CM

Nitish Kumar takes oath as Bihar CM for 9th time : 9ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ନେଲେ ଶପଥ । ଅନ୍ୟ 8 ବିଧାୟକ ମଧ୍ୟ ନେଲେ ଶପଥ । ଅଧିକ ପଢନ୍ତୁ

9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ
9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ
author img

By ETV Bharat Odisha Team

Published : Jan 28, 2024, 5:17 PM IST

Updated : Jan 28, 2024, 6:27 PM IST

9ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ପାଟନା: ପୁଣି ପଲଟି ମାରିଲେ ନୀତିଶ କୁମାର । 9ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଆଜି ଶପଥ ନେଇଛନ୍ତି । ସଂଧ୍ୟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ନୀତିଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନୀତିଶଙ୍କ ବ୍ୟତୀତ ବିଜେପି ନେତା ତଥା ଦଳର ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଓ ଉପନେତା ବିଜୟ ସିହ୍ନାଙ୍କ ସମେତ ମୋଟ 8 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ ଆରଏଲଜେପି ନେତା ଚିରାଗ ପାଶଓ୍ୱାନଙ୍କୁ ମଧ୍ୟ କାର୍ଯ୍ୟକ୍ରମ ମଞ୍ଚରେ ଦେଖିବାକୁ ମିଳିଛନ୍ତି ।

ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ବିଧାୟକମାନଙ୍କ ମଧ୍ୟରେ ଡ.ପ୍ରେମ କୁମାର (ବିଜେପି), ବିଜୟ କୁମାର ଚୌଧରୀ (ଜେଡିୟୁ), ବିଜେନ୍ଦ୍ର ପ୍ରସାଦ ଯାଦବ (ଜେଡିୟୁ), ଶ୍ରବଣ କୁମାର (ଜେଡିୟୁ), ସନ୍ତୋଷ କୁମାର ସୁମନ (ହାମ), ସୁମିତ କୁମାର ସିଂ (ସ୍ବାଧୀନ) ରହିଛନ୍ତି । କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ନୀତିଶ ଓ ବିହାରର ନୂଆ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି । ବିହାରରେ ଗଠିତ ‘ଏନଡିଏ’ ସରକାର ରାଜ୍ୟର ବିକାଶ ତଥା ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ କରିବାରେ କୌଣସି ଅବସର ଛାଡିବ ନାହିଁ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟର (ଏବେ X)ରେ କହିଛନ୍ତି । ତେବେ ଚଳିତ ଦଶନ୍ଧିରେ ଏହା ହେଉଛି ନୀତିଶଙ୍କ 5ଥର ମେଣ୍ଟ ପରିବର୍ତ୍ତନ । ଚଳିତ ବିଧାନସଭାର ଏହା ତାଙ୍କର ଦ୍ୱିତୀୟ ମେଣ୍ଟ ପରବର୍ତ୍ତନ ମଧ୍ୟ ।

ଏହା ମଧ୍ୟ ପଢନ୍ତୁ :- ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ, ନୀତିଶଙ୍କ ସମେତ 8 ମନ୍ତ୍ରୀ ନେବେ ଶପଥ

ଆଜି ସକାଳେ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଇଥିଲେ । ଏହା ସହ ବିହାରରେ ମହାମେଣ୍ଟ ସରକାରର ଅବସାନ ଘଟିଥିଲା । ଏହା ସହ ସେ ବିଜେପି ସମର୍ଥନରେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଦାବି ମଧ୍ୟ ଜଣାଇଥିଲେ । ବିଜେପି ଓ ଅନ୍ୟ ଦଳ ସହଯୋଗରେ ତାଙ୍କ ନିକଟରେ 128 ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ନୀତିଶ । ଏହା ପରେ ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ହେବା ଏକ ପ୍ରକାର ନିଶ୍ଚିତ ହୋଇଥିଲା ।

ସଂଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ପାଟନାରେ ପହଞ୍ଚିଥିଲେ । ସେ ରାଜଭବନ ଯାଇ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବା ପରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ 2022 ରେ ବିଜେପିକୁ ବାଏ ବାଏ କହି ମହାମେଣ୍ଟ ସମର୍ଥନରେ ସରକାର ଗଠନ କରିଥିବା ନୀତିଶ କୁମାର, ଏଥର ସମାନ ଢଙ୍ଗରେ ବିଜେପି ସମର୍ଥନରେ ପୁଣି କ୍ଷମତା ବଜାୟ ରଖିଛନ୍ତି । ମାତ୍ର 18 ମାସ ପରେ କଂଗ୍ରେସ- ଆରଜେଡି ଓ ଜେଡିୟୁର ମିଳିତ ମେଣ୍ଟ ସରକାରର ପତନ ହୋଇଛି । ଏହାର ପ୍ରଭାବ ଏବେ ଜାତୀୟ ରାଜନୀତିରେ ମଧ୍ୟ ପଡିବାକୁ ଯାଉଛି । କାରଣ ମିଳିତ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ତଥା ମେଣ୍ଟ ଗଠନର ମୂଳ ଭୂମିକା ଗ୍ରହଣ କରିଥିବା ନୀତିଶ ଏବେ ବିଜେପି କ୍ୟାମ୍ପକୁ ଲମ୍ଫ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 28, 2024, 6:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.