ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଲିଗାଲ୍ ନୋଟିସ୍ । ସୋସିଆଲ ମିଡିଆ ଏକ୍ସରେ ଏହି ଦୁଇ ନେତା ଗଡକରୀଙ୍କ ବିରୋଧରେ ବିଭ୍ରାନ୍ତିକର ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଛି। ତେଣୁ ମଲ୍ଲିକାର୍ଜୁନ ଜୟରାମ ରମେଶଙ୍କୁ ସେ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ସୋସିଆଲ ମିଡିଆରେ ଗଡକରୀଙ୍କ ପୋଷ୍ଟକୁ ଡିଲିଟ କରିବା ସହ 3 ଦିନ ମଧ୍ୟରେ କ୍ଷମା ମାଗିବାକୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।
ଗଡକରୀଙ୍କ ଓକିଲ ବାଲେଣ୍ଡୁ ଶେଖର କହିଛନ୍ତି, '' କଂଗ୍ରେସର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ହୋଇଥିବା ପୋଷ୍ଟ ଗୁଡିକୁ ଦେଖିବା ଶୁଣିବା ଓ ଜାଣିବା ପରେ ୟୁଜର୍ସ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଖଡଗେ ଏବଂ ରମେଶ ଜାଣିଶୁଣି ଗଡକରୀ ଏକ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରର ଏକ 19 ସେକେଣ୍ଡର ଭିଡିଓ କ୍ଲିପକୁ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କର ମତାମତକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରାଯାଇଛି । ତାଙ୍କ କହିବା ପଛର ପ୍ରକୃତ କାରଣକୁ ଏଥିରେ ଲୁଚାଇ ଦିଆଯାଇଛି । ''
ଏହା ମଧ୍ୟ ପଢନ୍ତୁ-ଲୋକସଭା ନିର୍ବାଚନ, କୌଣସି ମୁହୂର୍ତ୍ତରେ ପ୍ରାର୍ଥୀ ଘୋଷଣା କରିପାରେ BJP
ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, '' ଜନତାଙ୍କ ନଜରରେ ଗଡକରୀଙ୍କୁ ଖରାପ ଖରିବା ପାଇଁ ଏପରି ଉଦ୍ୟମ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଗାମୀ ସାଧାରଣ ନିର୍ବାଚନରେ ଲୋକଙ୍କ ବିଶ୍ୱାସ ଜିତିବାକୁ ପ୍ରସ୍ତୁତ ଥିବା ବିଜେପି ଦଳର ଏକତା ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ପ୍ରାୟାସ କରାଯାଉଛି । ଖଡଗେ ଓ ରମେଶ ଗଡକରୀଙ୍କ ସାକ୍ଷାତକାରର ସମ୍ପୂର୍ଣ୍ଣ ବିଷୟବସ୍ତୁ ଉପରେ ଅବଗତ ଥିବା ସତ୍ତ୍ବେ ମଧ୍ୟ ସାକ୍ଷାତକାରର 19 ସେକେଣ୍ଡର ଭିଡିଓକୁ ସେୟାର କରିଛନ୍ତି । ''ଏହି ଭିଡିଓକୁ ସୋସିଆଲ ମିଡିଆରୁ ହଠାଇବାକୁ ଦୁଇ ନେତାଙ୍କୁ ଲିଗାଲ ନୋଟିସ ଜାରି କରାଯାଇଛି । 24 ଘଣ୍ଟା ମଧ୍ୟରେ ଭିଡ଼ିଓକୁ ଡିଲିଟ୍ କରିବା ସହ ତିନି ଦିନ ମଧ୍ୟରେ କ୍ଷମା ମାଗିବାକୁ ବିଜ୍ଞପ୍ତିରେ କୁହାଯାଇଛି।
ଏହା ମଧ୍ୟ ପଢନ୍ତୁ-ବେଙ୍ଗାଲୁରୁ ବିସ୍ଫୋରଣକୁ ନେଇ ରାଜନୀତି କରନ୍ତୁ ନାହିଁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
କଂଗ୍ରେସ ଗଡକରୀଙ୍କ ଭିଡିଓକୁ ଟ୍ବିଟ କରି ଲେଖିଛି, '' ଆଜି ଗାଁ, ଗରିବ, ଶ୍ରମିକ ଏବଂ କୃଷକ ଅସନ୍ତୁଷ୍ଟ । ଭଲ ରାସ୍ତା ନାହିଁ, ପିଇବା ପାଇଁ ବିଶୁଦ୍ଧ ଜଳ ନାହିଁ, ଭଲ ଡାକ୍ତରଖାନା ନାହିଁ, ଗାଁରେ ଭଲ ବିଦ୍ୟାଳୟ ନାହିଁ। ମୋଦି ସରକାରଙ୍କ ମନ୍ତ୍ରୀ ନିତିନ ଗଡକରୀ । ''