ETV Bharat / politics

ରଣପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚିତ ହୋଇଛି: ସୁରମା ପାଢ଼ୀ - Surama Padhy on probable speaker

author img

By ETV Bharat Odisha Team

Published : Jun 14, 2024, 7:18 PM IST

Surama Padhy on probable speaker: ରାଜ୍ୟ ଅତିଥି ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ବାଚସ୍ପତି ନେଇ ହେଉଥିବା ଚର୍ଚ୍ଚା ଉପରେ ରଖିଲେ ପ୍ରତିକ୍ରିୟା । ଅଧିକ ପଢ଼ନ୍ତୁ

RANPUR MLA SURAMA PADHY
RANPUR MLA SURAMA PADHY (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ଅତିଥି ଭବନସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ରଣପୁରର ନିର୍ବାଚିତ ବିଧାୟିକା ସୁରମା ପାଢ଼ୀ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁରମା ପାଢ଼ୀ । ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ପୁଣିଥରେ ବିଧାନସଭାକୁ ନିର୍ବାଚିତ ହେବାପରେ ତାଙ୍କୁ ବାଚସ୍ପତି ଚୟନ କରାଯିବା ନେଇ ଚର୍ଚ୍ଚା ହେଉଛି । ଏନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି ।

ସୁରମା ପାଢ଼ୀ କହିଛନ୍ତି, "ଆସନ୍ତା ୧୮ରୁ ୧୯ ତାରିଖରେ ବିଧାୟକମାନେ ଶପଥ ଗ୍ରହଣ କରିବେ । ଏଥିପାଇଁ କାମଚଳା ବାଚସ୍ପତି ମଧ୍ୟ ଶପଥ ନେଇ ସାରିଛନ୍ତି । ବିଧାୟକମାନେ ଶପଥ ନେଇ ସାରିବା ପରେ ବିଜେପି ସରକାରର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର ହେବ ।" ବାଚସ୍ପତି ହେବା ନେଇ ଚର୍ଚ୍ଚା ସମ୍ପର୍କରେ ସୁରମା କହିଛନ୍ତି, "ଚର୍ଚ୍ଚା ତ ଅନେକ କଥା ହୁଏ । ଚର୍ଚ୍ଚାକୁ ନେଇ କିଛି କୁହାଯାଇ ପାରିବ ନାହିଁ । ରାଜନୀତିରେ 'ଯଦି' ଏବଂ 'କିନ୍ତୁ'ର ସ୍ଥାନ ନଥାଏ । ଯାହା ହେବା କଥା ସ୍ପଷ୍ଟ କଥାରେ ହୋଇଥାଏ ।" ପୂର୍ବତନ ମନ୍ତ୍ରୀଙ୍କୁ ଏଥର କୌଣସି ମଧ୍ୟ ମନ୍ତ୍ରୀପଦ ମିଳିନାହିଁ । ମନ୍ତ୍ରୀପଦ ପାଇଁ ଆଶା ଥିଲା କି ନାହିଁ, ପ୍ରଶ୍ନରେ ସେ କହିଛନ୍ତି, "ଆଶା ଥିଲା, ଲୋକଙ୍କ ସେବା କରିବା । ଭଗବାନଙ୍କ ଆଶୀର୍ବାଦରୁ ରଣପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚିତ ହୋଇଛି । ରାଜ୍ୟରେ ସରକାର ଗଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି ଉପରେ ମଧ୍ୟ ଭଗବାନଙ୍କ ଆଶିଷ ମିଳିଛି । ରାଜ୍ୟରେ ବିଜେପି ସରକାର ଗଢ଼ିଥିବାରୁ ମୁଁ ବହୁତ ଖୁସି ।"

ଏହା ମଧ୍ୟ ପଢ଼ନ୍ତୁ...କାମଚଳା ବାଚସ୍ପତି ଭାବେ ଶପଥ ନେଲେ ରଣେନ୍ଦ୍ର ପ୍ରତାପ ସ୍ଵାଇଁ - Ranendra Pratap pro tem speaker

ସେପଟେ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା । ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ନେବା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ । ଆସନ୍ତା ୧୮ ଓ ୧୯ ତାରିଖରେ ବିଧାନସଭାରେ ବିଧାୟକ ମାନଙ୍କ ଶପଥଗ୍ରହଣ ହେବ । ଆସନ୍ତା ୨୦ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.